ବଲାଙ୍ଗୀର ସହରକୁ ଦୁଇଟି ନଦୀ ଯଥା-ମହାନଦୀ ଓ ତେଲନଦୀ ସହିତ ପାଣି ପାଇପ୍ ଯୋଗେ ସଂଯୋଗ କରାଗଲେ ସହରବାସୀଙ୍କୁ ପିଇବା ପାଣି ପାଇଁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ କହି କୋଟିକୋଟି ଟଙ୍କା ବ୍ୟୟ କରି ନୂତନ ପାଇପ ଲାଇନ୍ କାମ କରିଥିଲେ ବି, ତାହା ଫସର ଫାଟି ଗଲା ପରି ମନେ ହେଉଛି । ସହରବାସୀ ଏବେ ବି ସୁଚାରୁ ରୂପେ ପିଇବା ପାଣି ଟିିକିଏ ପାଇପାରୁ ନାହାନ୍ତି, ବରଂ ସୁବର୍ଣ୍ଣପୁର ଜିଲ୍ଲା ନନ୍ଦନମାଲରୁ ପାଣି ଯୋଗାଣ କାମ ଇତି ମଧ୍ୟରେ ବନ୍ଦ ହୋଇଯାଇଛି । ଏଥିପାଇଁ ସହରବାସୀ ୪/୫ ଦିନରେ ଥରେ ପାଣି ପାଇବା ବି କଷ୍ଟସାଧ୍ୟ ହୋଇଯାଉଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣ ନିବେଦନ କରିଛନ୍ତି ।
ବଲାଙ୍ଗୀର ସହରକୁ ମହାନଦୀରୁ ପାଣି ଯୋଗାଣ ବନ୍ଦ !
