ଉତ୍ତର ପ୍ରଦେଶର ଛାତ୍ରଛାତ୍ରୀଙ୍କ ଉଦ୍ଧାର କରିବାକୁ ଯଦି ରାଜ୍ୟ ସରକାର ରାଜସ୍ଥାନର କୋଟାକୁ ବସ୍ ପଠାଇ ଆଣି ପାରୁଛନ୍ତି, ତେବେ ଝାରଖଣ୍ଡର ଶ୍ରମିକମାନେ ଯେଉଁମାନେ ରାଜ୍ୟ ବାହାରେ ଅଛନ୍ତି ସେମାନଙ୍କୁ ଆଣିବା ପାଇଁ କେନ୍ଦ୍ର ସରକାର ସହ ଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ଇତିମଧ୍ୟରେ ରାଜସ୍ଥାନର କୋଟାରେ ଥିବା ଉତ୍ତରପ୍ରଦେଶର ଛାତ୍ରଛାତ୍ରୀଙ୍କୁ ପ୍ରାୟ ୩୦୦ ଟି ବସ ଯୋଗେ ଅଣାଯାଇ ସାରିଛି । ଝାରଖଣ୍ଡର ଲୋକଙ୍କ ସଙ୍ଗେ ଏ ଅନ୍ୟାୟ କାହିଁକି? ଏହାର ଜବାବ କେନ୍ଦ୍ର ସରକାର ଦିଅନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।
ଝାରଖଣ୍ଡ ଲୋକଙ୍କ ସଙ୍ଗେ କେନ୍ଦ୍ରର ଏ ଅନ୍ୟାୟ କାହିଁକି- ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍
