ସୁପ୍ରିମକୋର୍ଟର ପୂର୍ବତନ ଜଜ୍ ତଥା ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ମାର୍କେଣ୍ଡେୟ କାଟଜୁ ଭାରତୀୟ ମୁସଲମାନଙ୍କୁ କେତେକ ଗଣମାଧ୍ୟମ କରୋନା ସଂକ୍ରମଣ ପାଇଁ ଦାୟୀ କରୁଛନ୍ତି, ବିଶେଷ କରି ‘ମରକଜ୍’ ରେ ଅଂଶ ଗ୍ରହଣ କରିଥିବା ଲୋକଙ୍କୁ । କିନ୍ତୁ ସେ ଅଭିଯୋଗ କରିଛନ୍ତି ଯେ, ଏହା ସେମାନଙ୍କ ଅବହେଳା ହୋଇଥାଇପାରେ । ହେଲେ ଅନ୍ୟ ଧାର୍ମିକ ଅନୁଷ୍ଠାନ ତଥା ରାଜନୈତିକ ଦଳ ମଧ୍ୟ ଏପରି କାର୍ଯ୍ୟକ୍ରମ ଆୟୋଜନ କରି କରୋନା ସମ୍ବନ୍ଧିତ ନିର୍ଦ୍ଦେଶାବଳୀର ମଜାକ ଉଡ଼ାଇଥିଲେ । ଉଦାହରଣ ଦେଇ ସେ କହିଛନ୍ତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଶରେ ଲକ୍ ଡାଉନ୍ ସମୟରେ ୨୫ ତାରିଖ ଦିନ ଅଯୋଧ୍ୟାରେ ଏକ ନିର୍ଦ୍ଧିଷ୍ଟ ଧର୍ମ ସମ୍ପ୍ରଦାୟ ପକ୍ଷରୁ ଆୟୋଜିତ ଉତ୍ସବରେ ଯୋଗ ଦେଇଥିଲେ । ସେହିପରି ଦେଶରେ ଥିବା ଦାଦନ ଶ୍ରମିକମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଏକତ୍ରୀତ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏଥିପାଇଁ କେବଳ ମୁସଲିମଙ୍କୁ ଦାୟୀ କରାଯିବା ଠିକ୍ ନୁହଁ ବୋଲି ସେ ଯୁକ୍ତି ବାଢ଼ିଛନ୍ତି ।
‘କେବଳ ମୁସଲିମଙ୍କୁ ଦାୟୀ କରାଯାଇ ପାରିବ ନାହିଁ’-ବିଚାରପତି ମାର୍କେଣ୍ଡେୟ କାଟଜୁ
