କରୋନା ଆକ୍ରାନ୍ତଙ୍କ ପାଇଁ ୧୨୦୦ ଶଯ୍ୟା ବିଶିଷ୍ଟ ଗୁଜରାତ ର ଅହମ୍ମଦାବାଦ ସିଭିଲ୍ ହସପିଟାଲ ଠାରେ ଧର୍ମ ଆଧାରରେ ସେମାନଙ୍କ ପାଇଁ ଭିନ୍ନଭିନ୍ନ ୱାର୍ଡର ବ୍ୟବସ୍ତା କରାଯାଇଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ହିନ୍ଦୁ ଧର୍ମବିଶ୍ୱାସୀଙ୍କ ଭିନ୍ନ ଓ ମୁସଲିମ୍ ଧର୍ମବିଶ୍ୱାସୀଙ୍କ ପାଇଁ ଭିନ୍ନଭିନ୍ନ ୱାର୍ଡର ବ୍ୟବସ୍ଥା କରାଯାଇଥିବା ହସପିଟାଲର ଅଧ୍ୟକ୍ଷ ଡାକ୍ତର ଗୁନଫ୍ୱନ୍ତ ଏଚ୍ ରାଥୋଡ୍ ପ୍ରକାଶ କରିଛନ୍ତି । ହେଲେ ଏହି ବିଷୟଟି ରାଜ୍ୟ ଉପ-ମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନିତିନ ପଟେଲ ଜାଣି ନ ଥିବା କହିଛନ୍ତି । ଡାକ୍ତର ରାଥୋଡ୍ଙ୍କ କହିବାନୁଯାୟୀ ସାଧାରଣତଃ ପୁରୁଷ ଓ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା ଥାଏ ।
କରୋନା ଲଢ଼େଇରେ ବି ଧର୍ମ ବିଦ୍ୱେଶ
