- ପ୍ରଦ୍ୟୁମ୍ୟ କୁମାର ସିଂ ଚିନ୍ଦା
ସିନାପାଲି, ଜିଲ୍ଲା-ନୂଆପଡ଼ା
ବାରଶହ ବଢ଼େଇର ଲୁହଲହୁ ମିଶି
“ହେ ଆଦିତ୍ୟ ତମ ଲାଗି ଗଢ଼ିଲେ କୋଣାର୍କ”
ଧରମାର ବଳିଦାନ କଥା
ଇତିହାସେ ସ୍ୱର୍ଣ୍ଣାକ୍ଷରେ ଲେଖା
କାମଦେବ ସଙ୍ଗେ କିଆଁ ହୋଇଲ ବଇରି
ଚନ୍ଦ୍ରଭାଗା ହୃଦୟରେ ବିରାଗର ନିଆଁ
ପ୍ରୀତିଲାଗି ଧାଇଁ ଲତା ପାଖେ
ସାଗରେ ସେ ଝାସ ଦେଲା ରମଣୀ ରତନ
ତେଣୁ ଋଷିଦେଲେ ଅଭିଷାପ
ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ତମ ସେ ଦେଉଳ
ଅକାଳେ ପାଲଟିଗଲା ତ୍ୟକ୍ତ ଧ୍ୱଂସ ସ୍ତୁପ ।