ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ଓ ମୃତ୍ୟୁସଂଖ୍ୟା ୭.୫ ଲକ୍ଷ ହେଲା !


(୧୨/୮) ଚୀନରୁ ବିସ୍ତାର ଲାଭ କରିଥିବା କରୋନା ଭୂତାଣୁ ସମଗ୍ର ବିଶ୍ୱରେ ବର୍ତ୍ତମାନଯାଏଁ ୨ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ୭ ଲକ୍ଷ ୫୦ ହଜାର ଲୋକ ଏହାଦ୍ୱାରା ମୃତ୍ୟୁ ବରଣ କଲେଣି । ମାତ୍ର ତିନି ଚାରି ଦିନର ବ୍ୟବଧାନରେ ବର୍ତ୍ତମାନ ୧୦ ଲକ୍ଷକୁ ଟପିଯାଉଛି । ଏପ୍ରିଲ ୨ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଥିବାବେଳେ ମେ ମାସ ୨୨ ତାରିଖରେ ତାହା ବୃଦ୍ଧି ପାଇ ୫୦ ଲକ୍ଷ ହେଲା । ସେହିପରି ଜୁଲାଇ ୨୬ ରେ ତାହା ବୃଦ୍ଧି ପାଇ ୧ କୋଟି ୬୦ ଲକ୍ଷ, ଜୁଲାଇ ୩୦ ରେ ୧ କୋଟି ୭୦ ଲକ୍ଷ, ଅଗଷ୍ଟ ୩ ରେ ୧ କୋଟି ୮୦ ଲକ୍ଷ, ଅଗଷ୍ଟ ୭ ରେ ୧ କୋଟି ୯୦ ଲକ୍ଷ, ଅଗଷ୍ଟ ୧୦ ରେ ୨ କୋଟି ରେ ପହଂଚି ଯାଇଛି । ଏଥିମଧ୍ୟରେ ଆମେରିକାର ୫୦ ଲକ୍ଷ, ବ୍ରାଜିଲ୍‌ର ୩୦ ଲକ୍ଷ ଓ ଭାରତର ୨୨ ଲକ୍ଷ ଆକ୍ରାନ୍ତ ଅଛନ୍ତି । ମୃତ୍ୟୁ ସଂଖ୍ୟା ବି ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସାରା ବିଶ୍ୱର ୭ ଲକ୍ଷ ୪୫ ହଜାର ଲୋକ ଏଯାଏଁ ମୃତ୍ୟବରଣ କରିଥିବାବେଳେ କେବଳ ଆମେରିକାରେ ୧ ଲକ୍ଷ ୬୭ ହଜାର ଓ ଭାରତରେ ୪୪ ହଜାର କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କଲେଣି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ଓ ମୃତ୍ୟୁସଂଖ୍ୟା ୭.୫ ଲକ୍ଷ ହେଲା !