(୦୮/୯) ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମହିଳା ବିଜୁ ଜନତା ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବିଜେଡି ମହିଳା ଶାଖା ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଜେଡି ମହିଳା ବଲାଙ୍ଗୀର ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀମତୀ ସରୋଜିନୀ ରାଜ୍ ମୂଖ୍ୟଅତିଥି, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ, ସୋନପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ଓ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଫିରୋଜ ଖାଁ ସମ୍ମାନିତ ଅତିଥି ରୂପରେ ଯୋଗଦାନ କରିଥିଲେ। ଶ୍ରୀମତୀ ସରୋଜିନୀ ରାଜ ଓ ସମସ୍ତ ଉପସ୍ଥିତ ମହିଳା ସଭ୍ୟାମାନଙ୍କୁ ଆଗାମୀ ଦିନରେ କଣ୍ଟାବାଞ୍ଜି ବିଜେଡି ମହିଳା ସଙ୍ଗଠନର ସ୍ଥିତି କିପରି ଆହୁରି ମଜଭୁତ ହେବ ସେ ବିଷୟରେ ଆଲୋଚନା କରି ସଂକଳ୍ପ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ସଦସ୍ୟା କୁମାରୀ ପିଙ୍କି ଖରସେଲ ବିଜେପି ଛାଡି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁମୁଖୀ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଶ୍ରୀଯୁକ୍ତ ଆୟୁବ ଖାଁ ଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ରେ ଯୋଗଦାନ କରିଥିଲେ।
( ରିପୋର୍ଟ – ଏସ କେ ସମିମ)
ବିଜେପି ମହିଳା ସକ୍ରିୟ ସଦସ୍ୟା ବିଜେଡି ରେ ସାମିଲ
