(୦୪/୮) ଆଜି ୟୁନିଅନ ପବ୍ଲିକ ସର୍ଭିସ କମିସନ୍ ଦ୍ୱାରା ଆୟୋଜିତ ୨୦୧୯ ମସିହାର ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମୋଟ୍ ୮୨୯ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ସେ ଭିତରୁ ସାଧାରଣ ବର୍ଗର ୩୦୪ ଜଣ, ଆର୍ଥୀକ ଦୃଷ୍ଟିରୁ ଅନଗ୍ରସର ଶ୍ରେଣୀର ୭୮ ଜଣ, ପଛୁଆ ବର୍ଗର ୨୫୧ ଜଣ, ଅନୁସୂଚିତ ଜାତିର ୧୨୯ ଜଣ ଓ ଅନୁସୂଚତି ଜନଜାତିର ୬୭ ଜଣ ବୋଲି ଜଣାପଡ଼ିଛି । କୋର୍ଟରେ ମାମଲା ଥିବା ଯୋଗୁଁ ୧୧ ଜଣ ପ୍ରାର୍ଥୀଙ୍କ ଫଳ ବାହାରି ପାରି ନ ଥିବା କମିସନ୍ ପକ୍ଷରୁ କୁହାଯାଇଛି । ପୂର୍ବରୁ ଆଇଆରଏସ୍ ଅଫିସର ଥିବା ହରିଆଣାର ପ୍ରଦୀପ ସିଂ ଏଥର ଟପର୍ ହୋଇଥିବାବେଳେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଛନ୍ତି ଜତିନ୍ କିଶୋର ଓ ତୃତୀୟ ସ୍ଥାନ ତଥା ମହିଳାମାନଙ୍କ ମଧ୍ୟରେ ଟପର୍ ହୋଇଛନ୍ତି ପ୍ରତିଭା ବର୍ମା । ତେବେ ସଞ୍ଜିତା ମହାପାତ୍ର ଯିଏ କି ପୂର୍ବରୁ ଓଏଏସ୍୍ ପାଇଥିଲେ ବି ଆଇଏଏସ୍ରେ କୃତକାର୍ଯ୍ୟ ହେବାକୁ ଲକ୍ଷ୍ୟ ରଖି ସେଥିରେ ଯୋଗ ଦେଇ ନ ଥିଲେ, ସେ ଏଥର ଦେଶରେ ୧୦ମ ସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଛନ୍ତି । ରାଜ୍ୟର କୃତକାର୍ଯ୍ୟ ହୋଇଥିବା ଅନ୍ୟ ୧୮ ଜଣ ପ୍ରାର୍ଥୀ ହେଲେ ଅଂଶୁମାନ ରାଜ ୧୦୭ ତମ ସ୍ଥାନରେ, ଅନୁପ ଦାସ ୧୨୦ ତମ ସ୍ଥାନରେ, ନବଲ କୁମାର ଜୈନ ୧୨୫ ତମ ସ୍ଥାନରେ, ଶୈଳଜା ଦାସ ୧୯୦ ତମ ସ୍ଥାନରେ, ରାହୁଲ ମିଶ୍ର ୨୦୨ ତମ ସ୍ଥାନରେ, ହେମା ନାୟକ ୨୨୫ ତମ ସ୍ଥାନରେ, ଆରୁଷୀ ମିଶ୍ର ୨୨୯ ତମ ସ୍ଥାନରେ ଆଶିଷ ଦାସ ୨୯୧ ତମ ସ୍ଥାନରେ, ଅଙ୍କିତ ଶଙ୍କର ମିଶ୍ର ୨୯୪ ତମ ସ୍ଥାନରେ, ସୋନାଲି ମିଶ୍ର ୩୦୦ ତମ ସ୍ଥାନରେ, ଦିବ୍ୟା ମିଶ୍ର ୩୧୨ ତମ ସ୍ଥାନରେ, ଅର୍ଘ୍ୟ ପଟ୍ଟାନାୟକ ୩୬୧ ତମ ସ୍ଥାନରେ, ଜୁବିନ ମହାପାତ୍ର ୩୭୯ ତମ ସ୍ଥାନରେ, ସମିର କୁମାର ଜେନା ୪୪୧ ତମ ସ୍ଥାନରେ ମାନସ ରଞ୍ଜନ ସାହୁ ୫୬୭ ତମ ସ୍ଥାନରେ, ଶିବରାମ ମିଶ୍ର ୭୧୨ ତମ ସ୍ଥାନରେ, ଓମ୍ ପ୍ରସାଦ ମହାନ୍ତି ୭୧୫ ତମ ସ୍ଥାନରେ ଓ ବିଭୂତି ଭୂଷଣ ନାୟକ ୮୧୯ ତମ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ କୃତକାଯ୍୍ର୍ୟ ହେଉଥିବା ପ୍ରାର୍ଥୀମାନେ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବିଦେଶ ସେବା, ଭାରତୀୟ ପୋଲିସ୍ ସେବା ଓ କେନ୍ଦ୍ର ସରକାରଙ୍କ କେତେକ ବିଭାଗରେ କାର୍ଯ୍ୟ କରି ଆସୁଛନ୍ତି ।
ସିଭିଲ୍ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଲା, ଓଡ଼ିଶାର ସଞ୍ଜିତା ମହାପାତ୍ର ୧୦ମ ସ୍ଥାନରେ !
