(୧୮/୧୦) କରୋନା ରୋଗର ଭୂତାଣୁ ଥିବା ଲୋକଙ୍କୁ ଜାଣିବା ପାଇଁ ସରକାର ମୋବାଇଲ ଆପ୍ ‘ଆରୋଗ୍ୟ ସେତୁ’ ଲଂଚ କରିଥିବାବେଳେ ଏବେ ପ୍ରଦୁଷଣ ଅଂଚଳର ସବିଶେଷ ବିବରଣୀ ଜାଣିବା ପାଇଁ ଲୋକଙ୍କ ନିମନ୍ତେ ମୋବାଇଲ୍ ଆପ୍-‘ସମୀର୍’ ଲଂଚ କରିଛନ୍ତି । ଏହି ଆପ୍ ଲଂଚ କରିବା ଅବସରରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଯେ, ଏହି ମୋବାଇଲ ଆପ୍ ଡାଉନଲୋଡ୍ କଲେ ଲୋକେ ଦେଶର ବିଭିନ୍ନ ସ୍ଥାନରେ ଥିବା ପ୍ରଦୁଷଣ ଅଂଚଳର ସମ୍ପୂର୍ଣ୍ଣ ସୂଚନା ପାଇପାରିବେ । ଏପରିକି ଅତ୍ୟଧିକ ପ୍ରଦୁଷଣ ହେଉଥିବା ଅଂଚଳକୁ ଚିହ୍ନଟ କରିବା ଲାଗି ଏହି ମୋବାଇଲ ଆପ୍ରେ ତାହା ନାଲି ରଙ୍ଗ ହୋଇଯିବାର ବ୍ୟବସ୍ଥା ହୋଇଥିବା ଶ୍ରୀ ଜାଭେଡକର୍ ସୂଚନା ଦେଇଛନ୍ତି । ତେବେ ‘ଆରୋଗ୍ୟ ସେତୁ’ ଡାଉନଲୋଡ୍ କରି ଲୋକେ ଯେମିତି କରୋନା ଆକ୍ରାନ୍ତଙ୍କୁ ଚିହ୍ନିବାରେ ଦ୍ୱନ୍ଦ୍ୱରେ ପଡ଼ିବାର ଅଭିଯୋଗ ଉଠିଲା, ଏହି ମୋବାଇଲ୍ ଆପ୍ ଦ୍ୱାରା ତାହାର ପୁନରାବୃତ୍ତି ହେବ ନାହିଁ ତ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।
ମୋବାଇଲ୍ ଆପ୍-‘ସମୀର୍’ ଲଂଚ କଲେ କେନ୍ଦ୍ର ସରକାର ପ୍ରଦୁଷଣ ଅଂଚଳର ସବିଶେଷ ସୂଚନା ଜାଣିବା ପାଇଁ !
