ବଲାଙ୍ଗୀର ଜିଲ୍ଲାରେ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ : ଲୋଇସିଂହାରେ ବିଜେଡି ଯୁବ ବ୍ରିଗେଡ୍‌ଙ୍କୁ ସମ୍ବର୍ଦ୍ଧନା ଓ ସମ୍ମିଳନୀ

(୧୨/୧୦) କିଛି ଦିନ ପୂର୍ବରୁ ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳର ସଂଗଠନକୁ ପୁନଃର୍ଗଠନ କରାଯାଇ ଯୁବକ ମାନଙ୍କ ହାତରେ ଜିଲ୍ଲା ବିଜେଡି ଭାଗ୍ୟ ନିର୍ଦ୍ଧାରଣ ଦାୟୀତ୍ୱ ଅର୍ପଣ କରାଯାଇଛି । ବହୁଦିନ ଧରି ବଲାଙ୍ଗୀର ଜିଲ୍ଲାରେ ବିଜେଡି ର ସଂଗଠନକୁ ମଜବୁତ କରିବାରେ ପରିଶ୍ରମ କରିଥିବା ଯୁବକ ମାନଙ୍କ ଉପରେ ଭରସା ରଖିଛନ୍ତି ନବୀନ ପଟ୍ଟନାୟକ । ଆଉ ଏମାନଙ୍କ ମେଣ୍ଟର ହୋଇ ପଥ ପ୍ରଦର୍ଶନ କରୁଛନ୍ତି ପୂର୍ବ ଯୁବ ସାଂସଦ କଳିକେଶ ନାରାୟଣ ସିଂଦେଓ । ଆଗାମୀ ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ସଜବାଜ ହୋଇ ରଣନୀତି ପ୍ରସ୍ତୁତ ବି ଆରମ୍ଭ କରି ଦେଲେଣି ।
ଏହି ପରିପ୍ରେକ୍ଷୀରେ ଗତକାଲି ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ନବ ମନୋନୀତ ବିଜେଡିର ଯୁବ କର୍ମକର୍ତାଙ୍କୁ ଏକ ସମ୍ବର୍ଦ୍ଧନା ସଭା ସହ ଛୋଟ ଧରଣର କର୍ମୀ ସମ୍ମିଳନୀ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ବିଜେଡି ନେତ୍ରୀ ରଞ୍ଜୁ ରାଇମନଙ୍କ ଆବାହକତ୍ୱ ଓ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲୋଇସିଂହା ଅଂଚଳର ବରିଷ୍ଠ ବିଜେଡି ନେତା ଗୋବର୍ଦ୍ଧନ ସାହୁ ସଭାପତିତ୍ୱ କରିଥବା ବେଳେ ବିଭୁତି ଭୁଷଣ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା , ଯୁବ ବିଜେଡି ରାଜ୍ୟ ସମ୍ପାଦକ ଅଜିତ ଯୋଷୀ ଓ ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ ସୁମନ ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବଲାଙ୍ଗୀର ଜିଲ୍ଲାରେ ବିଜେଡିକୁ ଆହୁରି ମଜବୁତ କରିବା ପାଇଁ ଯୁବକ ମାନଙ୍କୁ ମନୋନୀତ କରିଥିବାରୁ ନବୀନ ପଟ୍ଟନାୟକ , ଅନଙ୍ଗ ଉଦୟ ସିଂଦେଓ ଏବଂ କଳିକେଶ ନାରାୟଣ ସିଂଦେଓଙ୍କୁ ଧନ୍ୟବାଦ ଅର୍ପଣ କରି ତାଙ୍କ ଭରସା ଓ ବିଶ୍ୱାସ ଅନୁସାରେ ନିଶ୍ଚିତ କାମ କରି ଦେଖାଇବେ ବୋଲି କର୍ମକର୍ତା ମାନେ ବକ୍ତବ୍ୟରେ କହିଥିଲେ । ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ବିଜେଡି ହିଁ ବାଜିମାତ କରିବ ବୋଲି କର୍ମିମାନେ ଦୃଢୋକ୍ତି ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ଉପ-ସଭାପତି ପ୍ରଦୀପ ଗୁରୁ, ବିଜୟ ଦାଶ, ଦିଲୀପ ବାରିକ, ଦେହେରୀ ଗଡତ୍ୟା, ଶିବ ବେହେରା, ବିଭୂତି ଭୂଷଣ ମିଶ୍ର, ମୀନକେତନ ବହିଦାର, ପୂର୍ବତନ ବଲାଙ୍ଗିର ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା ଓ ଦମୟନ୍ତି ବାଗ, ଲିପିଶ୍ରୀ ସାଏ, ମମତା ଜେନା, ବାସନ୍ତି ସିଂ ବୁଡେକ, କଲ୍ପନା ସାହୁ, ଯଦୁମଣୀ ପାତ୍ର, ଈଶ୍ୱର ମହାପାତ୍ର ପ୍ରମୁଖଙ୍କ ସମେତ ଲୋଇସିଂହା ନିର୍ବାଚନ ମଣ୍ଡଳୀର ୫୦ରୁ ଉର୍ଧ୍ଵ ବରିଷ୍ଠ ବିଜେଡି କର୍ମୀ ଯୋଗ ଦେଇଥିଲେ । କୋଭିଡ ନିୟମ ମାନି ସାମାଜିକ ଦୂରତ୍ୱ ରଖି ସଭା କାର୍ଯ୍ୟ ପରିଚାଲନା କରାଯାଇଥିଲା ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
ବଲାଙ୍ଗୀର ଜିଲ୍ଲାରେ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ : ଲୋଇସିଂହାରେ ବିଜେଡି ଯୁବ ବ୍ରିଗେଡ୍‌ଙ୍କୁ ସମ୍ବର୍ଦ୍ଧନା ଓ ସମ୍ମିଳନୀ