ଆଜି ସଂକ୍ଷେପରେ…

(୦୫/୬)୧. ଆଜି ରାଜ୍ୟରେ ନୂଆ ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ ହେଲା । ୨. ଆଜି ଦେବସ୍ନାନ ପୂର୍ଣ୍ଣମୀ । ଶ୍ରୀମନ୍ଦିରରେ ଧାଡି ପହଣ୍ଡିରେ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ବିଜେ କଲେ ଚତୁର୍ଧା । ଶ୍ରୀଜୀଉ ମାନଙ୍କୁ ୧୦୮ ସୁବାସିତ ଜଳରେ ସ୍ନାନ କରାଯିବା ସହ ଅନ୍ୟାନ୍ୟ କାଯ୍‌୍ୟକ୍ରମ ରହିଛି । ୩. ପ୍ରଥମ ଥର ପାଇଁ ବିନା ଭକ୍ତରେ ହେଉଛି ସ୍ନାନଯାତ୍ରା । ୧୪୪ ଧାରା ଜାରି ଥିବା ଅଂଚଳରେ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସମେତ ୨୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ୪. ଜୁନ ମାସଟି କରୋନା ପାଇଁ ଗୁରୁତ୍ୱପୂର୍ଣ୍ଣ । ଏଣୁ ରାଜ୍ୟବାସୀ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । ୫. ବାଲିଅନ୍ତା ତହସିଲଦାର ଏବଂ ଡାଟା ଏଣ୍ଟ୍ରି ଅପରେଟର ୧ ଲକ୍ଷ ୨୦ ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ । ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ତହସିଲ ଅଫିସ କର୍ମଚାରୀ ଲାଂଚ ନେଇ ଗିରଫ । ୬. ଜଳେଶ୍ୱର ଥାନା ଅଂଚଳରେ ସ୍ୱାମୀ ସ୍ତ୍ରୀଙ୍କ ଝଗଡ଼ାରେ ବଳି ପଡ଼ିଲେ ଦୁଇ ଝିଅ । ଜବାନ ଥିବା ସ୍ୱାମୀଙ୍କ କଥାରେ ପଡ଼ି ଦୁଇ ଭଉଣୀଙ୍କୁ ନିସ୍ତୁକ ମାଡ ଼ଅଭିଯୋଗ । ୭. ଆଜି ବିଶ୍ୱ ପରିବେଶ ଦିବସ-କରୋନା କଟକଣା ଯୋଗୁଁ ସାମୁହିକ କାଯ୍ୟ୍‌ର୍କ୍ରମରେ ବାଧା । ୮. ସଟ୍ ଡାଉନ୍ ସତ୍ତ୍ୱେ ରାଜ୍ୟରେ ଚାଲିବ ବସ୍ । ବସ ଷ୍ଟାଣ୍ଡ, ରେଳ ଷ୍ଟେସନ୍‌, ଏୟାରପୋର୍ଟ ଯିବାକୁ ଘରୋଇ ଗାଡ଼ିକୁ ପରିବହନ ବିଭାଗର ଅନୁମତି । ୯. ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ ବାସୁ ଚାଟାର୍ଜୀଙ୍କ ଦେହାନ୍ତ । ୧୦ । ଆସନ୍ତା ୮ ତାରିଖରୁ ଧର୍ମସ୍ଥଳୀଗୁଡ଼ିକ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି, କିନ୍ତୁ ଭୋଗ ଲାଗିବନି । ଯିବା ଆସିବା ରାସ୍ତା ଅଲଗା ରହିବ । ଧର୍ମସ୍ଥଳୀ ଖୋଲିବା ନେଇ ରାଜ୍ୟ ଉପରେ ନିଷ୍ପତ୍ତି ଛାଡ଼ିଲା କେନ୍ଦ୍ର । ୧୧. ଓାଂସଦଙ୍କ ବ୍ୟକ୍ତିଗତ ସହାୟକଙ୍କୁ ସାମୟିକ ଭାବେ ସଂସଦ ଆସିବା ମନା । ୧୨. କେରଳରେ ଗର୍ଭବତୀ ହାତୀ ହତ୍ୟାକୁ ନେଇ ବିଭିନ୍ନ ମହଲରେ ନିନ୍ଦା । ୩ ଅଟକ, ପଚରାଉଚରା ଜାରି ଓ ରାଜନୀତି ମଧ୍ୟ ସରଗରମ । ସ୍ମୃତି ଇରାନୀ ଓ ମେନକା ଗାନ୍ଧୀଙ୍କୁ ବିଭିନ୍ନ ବର୍ଗ ଲୋକଙ୍କ ସମାଲୋଚନା । ୧୩. ଆଜିଠାରୁ ୯ ତାରିଖ ୍‌ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ୧୪. କିମ୍ସ କୋଭିଡ୍ ହସପିଟାଲରେ କରୋନା ଆକ୍ରାନ୍ତ ମହିଳାଙ୍କ ପ୍ରସବ, ବିପଦପୂର୍ଣ୍ଣ ସ୍ଥିତିରେ ସଫଳ ଅସ୍ତ୍ରୋପଚାର କଲେ ଡାକ୍ତର । ୧୫. ଜୟ ନାରାୟଣ ପଙ୍କଜ ନୂତନ ଉତ୍ତରାଂଚଳ ପୁଲିସ ଡିଆଇଜି । ୧୬. ୱାଶିଂଟନ୍‌: କୃଷ୍ଣକାୟଙ୍କ ବିକ୍ଷୋଭକୁ ସମର୍ଥନ କଲେ ଆମେରିକାର ପୂର୍ବତକ ରାଷ୍ଟ୍ରପତି ବାରାମ ଓବାମା । ଆହ୍ୱାନ ଦେଲେ, ପରିବର୍ତ୍ତନ ପାଇଁ ମତଦାନ କରନ୍ତୁ ଯୁବଶକ୍ତି । ୧୭. ଫେସବୁକ ସିଇଓ ମାର୍କ ଜୁକରବର୍ଗ : ଦିଲ୍ଲୀରେ ସିଏଏ ପ୍ରତିବାଦକାରୀଙ୍କ ବିରୋଧରେ (କପିଳ ମିଶ୍ରଙ୍କ ନାମ ନ ନେଇ କହିଲେ) ଘୃଣାଜନକ ଭାଷଣ ଫେସବୁକ ଜାଣିଲା, ଅଥଚ ଦିଲ୍ଲୀ ପୋଲିସ୍ ଜାଣି ପାରିଲାନି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…