ଆଜି ସଂକ୍ଷେପରେ…(୨୬/୯)

୧-ପଡ଼ିଆରେ ବିରାଟ କୋହଲୀଙ୍କ ଖରାପ୍ ପ୍ରଦର୍ଶନ ଉପରେ ସୁନିଲ ଗାଭାସ୍କରଙ୍କ ମନ୍ତବ୍ୟ ପରେ ପତ୍ନୀ ଅନୁସ୍କା ଶର୍ମା ତାର ପ୍ରତ୍ୟୁତ୍ତର ରଖିଲେ । ଲେଖିଲେ, ଗାଭାସ୍କର ମହାଶୟ, ଆପଣ ଜଣେ ମହାନ କ୍ରିକେଟର । କିନ୍ତୁ ଆପଣଙ୍କ ମୋ ସ୍ୱାମୀ ଉପରେ ମତେ ଯୋଡ଼ିବା ମନ୍ତବ୍ୟ ଦେବା ଠିକ୍ ହୋଇ ନାହିଁ ।

୨-ରାଜ୍ୟରେ ୨ ଲକ୍ଷ ଟପିଲା କରୋନା ସଂକ୍ରମଣ।

୩-କୃଷି ବିଲ ବିରୋଧରେ ସାରା ଓଡିଶାରେ ଆନ୍ଦୋଳନ । ରାସ୍ତାକୁ ଓହ୍ଲାଇଲେ ଚାଷୀ, ଚୁକ୍ତିଭିତିକ ଚାଷ ଓ ଏମଏସପି ପ୍ରସଙ୍ଗରେ ପ୍ରବଳ ବିରୋଧ । ଏମଏସପି ଉଠିବ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା ପରେ ବି ସାରା ଦେଶରେ ଆନ୍ଦୋଳନ ।

୪-ବିଦେଶରୁ ଏନ୍‌ଜିଓ ପାଣ୍ଠି ସଂଗ୍ରହ କରିବା ସମ୍ପର୍କରେ ସଂସଦରେ ବୁଧବାର ଦିନ ପାସ ହୋଇଥିବା ବିଲ୍ ଉପରେ ‘ଇଣ୍ଟରନେସନାଲ୍ କୋର୍ଟ ଅଫ୍ ଜଷ୍ଟିସ୍‌’ ଆପତ୍ତି ଉଠାଇଲା । କହିଲା, ଏହା ଆନ୍ତର୍ଜାତୀୟ ଆଇନର ଖିଲାପ କରୁଛି ।

୫-ସଂସଦ ଢାଂଚାରେ ବସିବ ଓଡିଶା ବିଧାନସଭା । ଦର୍ଶକ ଗ୍ୟାଲେରୀରେ ବସିବେ ବିଧାୟକ, ଭିଡିଓ କନଫରେନ୍ସିରେ ମଧ୍ୟ ଗୃହ କାର୍ଯ୍ୟରେ ସାମିଲ ହୋଇପାରିବେ ବିଧାୟକ, ଦିନକୁ ସାଢେ ୪ ଘଂଟା ଚାଲିବ ଅଧିବେଶନ ।

୬-ଚେନ୍ନାଇ ସୁପର କିଙ୍ଗସ୍ ଲଗାତର ଦ୍ବିତୀୟ ପରାଜୟ ବରଣ : ଚେନ୍ନାଇ ସୁପର କିଙ୍ଗସକୁ ୪୪ ରନରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ।

୭-ରାଜ୍ୟର କୋଭିଡ୍ ଡାକ୍ତରଖାନାମାନଙ୍କରେ ନିଯୁକ୍ତି ପାଇଥିବା କେତେକ ନର୍ସଙ୍କୁ ଛଟେଇ କରିବା ଅଭିଯୋଗରେ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ନର୍ସମାନଙ୍କ ପ୍ରତିବାଦ୍ ।

୮-ଅଭିନେତ୍ରୀ ରକୁଲପ୍ରୀତ, ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ୪ ଘଣ୍ଟାରୁ ଅଧିକ ସମୟ ଧରି ଜେରା

୯-ଲୋକପ୍ରିୟ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ପରଲୋକ।

୧୦-ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’।

୧୧-୩ଟି ପର୍ଯ୍ୟାୟରେ ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ରେ ହେବ ବିହାର ନିର୍ବାଚନ, ନଭେମ୍ବର ୧୦ରେ ଫଳାଫଳ।

୧୨-ଉପନିର୍ବାଚନ ପୂର୍ବରୁ ତିର୍ତ୍ତୋଲକୁ ଭେଟି : ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ-ପୋଷାକ-ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ୮୮୮.୮୯ ମିଟର ଦୈର୍ଘ୍ୟର ଏକ ସେତୁ ନିର୍ମାଣ ପାଇଁ ୧୧୮.୫୭ କୋଟି ଟଙ୍କା ମଞ୍ଜୁର କଲେ ।

୧୩-ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ କେନ୍ଦ୍ରର ପୁନର୍ଗଠନ ଓ ସ୍ଥାନ ପରିଦର୍ଶନ।

୧୪-ନବନିଯୁକ୍ତ ଜାପାନ ପ୍ରଧାନମନ୍ତ୍ରୀ ସୁଗାଙ୍କୁ ଭାରତ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ ମୋଦୀ।

୧୫-ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ନିମନ୍ତେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ।

୧୬-ଜାତୀୟ ସ୍ତରରେ ଓଡ଼ିଶା ଏନଏସଏସକୁ ସଫଳତା,ବାଙ୍କୀ କଲେଜ ଅଧ୍ୟାପକ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ।

୧୭-ଝାରସୁଗୁଡ଼ାରେ କାଲିଠୁ ୭ ଦିନ ପାଇଁ ବନ୍ଦ ରହିବ ଦୋକାନ ବଜାର, ନୟାଗଡରେ ବି ଆସନ୍ତା ସୋମ-ମଙ୍ଗଳ ସହର ବନ୍ଦ।

୧୮-ଫେମ୍’ ଯୋଜନାରେ ୬୭୦ଟି ନୂଆ ଇଲେକ୍ଟ୍ରିକ୍ ବସ୍ ଓ ୨୪୧ଟି ଚାର୍ଜିଙ୍ଗ୍ ଷ୍ଟେସନ୍ ମଞ୍ଜୁର କଲେ କେନ୍ଦ୍ର ସରକାର।

୧୯-ପତ୍ନୀଙ୍କୁ ଉପହାର ଦେବାକୁ ଚନ୍ଦ୍ରରେ ଜାଗା କିଣିଲେ ପାକିସ୍ତାନ ଯୁବକ!

୨୦-ଓଡିଶାରୁ ମୋବାଇଲ ଗ୍ରାହକ ସଫା କରୁଛି ଜିଓ, ଗତ ୬ ମାସରେ ପ୍ରାୟ ୧୨ ଲକ୍ଷ ନୂଆ ଗ୍ରାହକ ଟାଣିନେଲା।

୨୧. ଗୁଜରାଟକୁ ଯାଉଛନ୍ତି ସର୍ବାଧିକ ଶ୍ରମିକ: ସ୍ବାଭାବିକ ହେଉଛି ସ୍ଥିତି, କର୍ମସ୍ଥଳୀମୁହାଁ ପ୍ରବାସୀ।

୨୨. ରାଜଧାନୀରେ ବାହାରେ ବୁଲୁଛନ୍ତି କରୋନା ସଂକ୍ରମିତ, ଗୃହ ପୃଥକବାସଙ୍କୁ ମିଳୁନି ସୁବିଧା ।

୨୩. କରୋନା ମୁକାବିଲା ପାଇଁ ରାଜଧାନୀ ରେ ବ୍ୟବସାୟୀ ସଂଘର ପରାମର୍ଶ, ସନ୍ଧ୍ୟା ୬ରୁ ଦୋକାନ ବଜାର ବନ୍ଦ କରାଯାଉଅଛି ।

୨୪. ରାଜଧାନୀରେ ଆଜି ୩୪୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୩ଜଣ ସୁସ୍ଥ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଟପିବ

୨୫. ସ୍କୁଲ୍‌ ଫି’ ସମ୍ପୂର୍ଣ୍ଣ ନଦେବା ଘଟଣାରେ ହାଇକୋର୍ଟଙ୍କ ହସ୍ତକ୍ଷେପ । ଟିସି ପାଇଥିବା ଛାତ୍ରଙ୍କୁ ପଢ଼ିବା ପାଇଁ ଅନୁମତି ।

୨୬. ସାମ୍‌ସଙ୍ଗ୍‌ ଇଲେକ୍‌ଟ୍ରୋନିକ୍ସ କମ୍ପାନୀ ଲିମିଟେଡ୍‌ ପକ୍ଷରୁ ନୂଆ ଗାଲାକ୍ସି ଏସ୍‌୨୦ ଫ୍ୟାନ୍‌ ଏଡିଶନ(ଏଫ୍‌ଇ)ର ବଜାର ପ୍ରବେଶ କରାଯାଇଛି ।

୨୭. ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ଭିଡିଓ କଓ୍ବୋଇସି (ନୋ ୟୋର କଷ୍ଟମର) ସେବା ଆରମ୍ଭ କରାଯାଇଛି ।

୨୮. ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଋଣ ପୁନର୍ଗଠନ ଲାଗି ଏକ ଅନ୍‌ଲାଇନ ପୋର୍ଟାଲର ଶୁଭାରମ୍ଭ କରାଯାଇଛି।

୨୯. ୧୧ ଲକ୍ଷ କୋଟି କ୍ଷତି ସହିଲେଣି ନିବେଶକ, ୬ ଦିନ ହେଲା ଖସୁଛିି ଶେୟାର ବଜାର ।

୩୦. ନୂଆଦିଲ୍ଲୀ ର ବଜାରରୁ ଅତିରିକ୍ତ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ଋଣ ଉଠାଣ କରିବା ଲାଗି କେନ୍ଦ୍ର ସରକାର ୫ ରାଜ୍ୟକୁ ଅନୁମତି ପ୍ରଦାନ କରିଛନ୍ତି।

୩୧. ଆମେରିକା ଭିତ୍ତିକ ଲକ୍‌ଜ୍ୟୁରି ବାଇକ ନିର୍ମାଣକାରୀ କମ୍ପାନୀ ହାର୍ଲେ ଡାଭିଡ୍‌ସନ ଭାରତରେ ଥିବା ଏହାର ଫ୍ୟାକ୍ଟ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

୩୨.ଆଜି ରାଜ୍ୟର ୫ ଜିଲ୍ଲାରେ ହେବ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି ।

୩୩. ଗତକାଲି ୧୧୧୫ ପଏଣ୍ଟ୍‌ ହ୍ରାସ ପାଇଥିବା ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ ସେନ୍‌ସେକ୍ସରେ ଆଜି ସୁଧାର ଘଟିଛି।

୩୪. ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି ।

୩୫. ଭାରତର ସୁସ୍ଥତା ହାରରେ ଦ୍ରୁତ ଅଭିବୃଦ୍ଧି; ୪୭.୫ ଲକ୍ଷ ଅତିକ୍ରମ କଲା।

୩୬. ଦେଶରେ ଗତ ୨୪ ଘଣ୍ଟା ଭିତରେ ୧୫ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇ ଏକ ନୂଆ ସଫଳତା ହାସଲ କରାଯାଇଛି।

୧୭. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମିଳିତ ଜାତିସଂଘ ମହାସଙ୍ଘ(ୟୁଏନଜିଏ)ର ୭୫ତମ ସାଧାରଣ ସଭାକୁ ସମ୍ବୋଧିତ କରିପାରନ୍ତି ।

୩୮. ଓଡ଼ିଶାରେ ୧୦ ହଜାର କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯୋଡ଼ିବାକୁ ମହିଳା ମୋର୍ଚ୍ଚାର ପଦକ୍ଷେପ ।

୩୯. ରାଜ୍ୟ ଛାତ୍ର ବିଜେଡି କମିଟିରେ କଳାହାଣ୍ଡିକୁ ଗୁରୁତ୍ୱ, ଅବିନାଶ ଠାକୁର ହେଲେ ରାଜ୍ୟ କାର୍ଯ୍ୟକାରୀ ସଭାପତି ।

୪୦. ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୪,୩୮୮ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାର ୪୩୨କୁ ବୃଦ୍ଧି ।

୪୧. ପ୍ରଖ୍ୟାତ ଗାୟକ ଏପି ବାଳସୁବ୍ରମଣ୍ୟମଙ୍କ ନିଧନ ହୋଇଯାଇଛି। ମୃତ୍ୟୁ ବୋଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।

୪୨. ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ ମହାସଂଘ କାର୍ଯ୍ୟକାରିଣୀ ବୈଠକ । ‘ଜାତୀୟ ଶିକ୍ଷାନୀତିକୁ ପ୍ରତ୍ୟାହାର କର’ ।

୪୩. ବଲିଉଡ୍‌ ଡ୍ରଗ୍‌ସ ମାମଲା : ରକୁଲ୍‌ପ୍ରୀତ୍‌, ଦୀପିକାଙ୍କ ମ୍ୟାନେଜରଙ୍କୁ ଏନ୍‌ସିବିର ଜେରା ।

୪୪. ଚେନ୍ନାଇ ସୁପର କିଙ୍ଗସ୍ ଲଗାତର ଦ୍ବିତୀୟ ପରାଜୟ ବରଣ : ଚେନ୍ନାଇ ସୁପର କିଙ୍ଗସକୁ ୪୪ ରନରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

୪୫. ଚଳିତ ମାସ ୨୭ ତାରିଖରୁ ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡ୍‌ସ୍ଲାମ୍‌ ଟେନିସ ପ୍ରତିଯୋଗିତା ଆରମ୍ଭ ହେବ। ରୋଲାଣ୍ଡ ଗ୍ୟାରସରେ ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତା ଦେଖିବା ଲାଗି ଦିନକୁ ଅତିବେଶୀରେ ୧୦୦୦ ସମର୍ଥକଙ୍କୁ ଅନୁମତି ମିଳିବ।

୪୬.ଆୟକର ବିଭାଗ ପକ୍ଷରୁ ଫେସ୍‌ଲେସ୍‌ ଅପିଲ ବ୍ୟବସ୍ଥା ଆରମ୍ଭ, ସଚ୍ଚୋଟ କରଦାତାଙ୍କୁ କରାଯିବ ସମ୍ମାନିତ।
୪୭. ନୂଆଦିଲ୍ଲୀ ରେ ଚେକ୍‌-ଇନ୍‌-ବ୍ୟାଗେଜ୍ ସୀମା ପୁଣି ୧୫ କିଲୋକୁ କମିବ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୬/୯)