୧-ଏଣିକି ଛାତ୍ରଛାତ୍ରୀ ମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ୫୭ ଦିନର ଦିଆଯିବ ମଧ୍ୟାହ୍ନ ଭୋଜନ ଭତ୍ତା ।ସ୍କୁଲରେ ବଣ୍ଟାଯିବ ଚାଉଳ, ଆକାଉଣ୍ଟକୁ ଯିବ ଅର୍ଥ ।*
୨-ଅନ୍ଲକ୍-୩ ନେଇ PM-CMଙ୍କ ମଧ୍ୟରେ ୨୭ ଜୁଲାଇରେ ହେବ ବୈଠକ, ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।ନିଜ ରାଜ୍ୟର କୋରୋନା ସ୍ଥିତି ସମ୍ପର୍କରେ ଅବଗତ କରାଇବେ CM ।। ୩। ୩-ରାଜ୍ୟରେ ସଫଳ ହୋଇଛି ପ୍ଲାଜ୍ମା ଥେରାପି : ସୁସ୍ଥ ହୋଇ ଫେରିଲେ ପ୍ରଥମ ରୋଗୀ ।*
୪-ହାଇକୋର୍ଟରେ କାଳିଆ ଯୋଜନା ମାମଲାର ଶୁଣାଣି ଘୁଞ୍ଚିଲା,ଏଣିକି ଉପଯୁକ୍ତ ଖଣ୍ଡପୀଠରେ ଶୁଣାଣି ହେବ ।*
୫-ହରିଦାସପୁର-ପାରାଦୀପ ରେଳପଥରେ ପରୀକ୍ଷାମୂଳକ ଭାବେ ଗଡ଼ିଲା ପ୍ରଥମ ଟ୍ରେନ, କେନ୍ଦ୍ରାପଡ଼ା ଜିଲ୍ଲାକୁ ଛୁଇଁଲା ।*
୬-ଚୌଦ୍ୱାରରେ ପ୍ରତିଷ୍ଠା ହେଉ ବିଶ୍ୱସ୍ତରୀୟ ଟେକ୍ସଟାଇଲ୍ ପାର୍କ, ଭର୍ଚୁଆଲ୍ ବୈଠକରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରସ୍ତାବ ।*
୭-୭୪ତମ ସ୍ବାଧୀନତା ଦିବସରେ ମୋଦୀ କରିବେ ତ୍ରିରଙ୍ଗା ଉତ୍ତୋଳନ, ଲାଲ୍କିଲ୍ଲାରେ ଉପସ୍ଥିତ ରହିବେ ୨୦୦ରୁ ୨୫୦ ନିମନ୍ତ୍ରିତ ଅତିଥି ।*
୮-ରିଲିଜ୍ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ: ଜୀବନକୁ ଜୀଇଁବାର କଳା ଶିଖାଇଲା ‘ଦିଲ୍ ବେଚାରା’ ।ଏହି ଫିଲ୍ମଟି ଦେଶ ବିଦେଶରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଯାଇଛି।*
୯-କରୋନା ଯୋଗୁଁ ଦେବାଳିଆ ସ୍ଥିତିରେ ବିମାନସେବା ଶିଳ୍ପ, ସାରା ବିଶ୍ୱରେ ଗଲାଣି ୪ ଲକ୍ଷ ନିଯୁକ୍ତି ।*
୧୦-ଭାରତରେ ତିଆରି ହେବ iPhone-11 ସ୍ମାର୍ଟଫୋନ୍,ଚେନ୍ନାଇ ସ୍ଥିତ Foxconn ପ୍ଲାଣ୍ଟରେ ଚାଲିଛି ପ୍ରସ୍ତୁତି ।କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୂଷ ଗୋୟେଲଙ୍କ ଟ୍ୱିଟ୍ ଯୋଗେ ସୂଚନା ।*
୧୧-ଅଷ୍ଟ୍ରେଲିଆ ଟୁର ଲାଗି Team India ମନୋନୀତ, ୨୬ ସଦସ୍ୟଙ୍କ ମଧ୍ୟରେ ନାହାନ୍ତି ଏମ.ଏସ୍.ଧୋନୀ ।*
୧୨-ସେପ୍ଟେମ୍ବର ୧୯ରୁ IPL, ନଭେମ୍ବର ୮ରେ ଫାଇନାଲ ।୫୧ ଦିନ ଧରି ଚାଲିବ ମ୍ୟାଚ୍, BCCI ର ସୂଚନା ।*
୧୩- ଶୁକ୍ରବାରରେ ଅଶୁଭ-ଶୁଭର ରେକର୍ଡ: ୨୪ ଘଣ୍ଟାରେ ସର୍ବାଧିକ ୧୫୯୪ କୋଭିଡ୍ ସଂକ୍ରମିତ, ସୁସ୍ଥ ହେଲେ ୮୦୮।
୧୪- ଲକ୍ ଡାଉନ୍ ବେଳର ବିକଳ ଚିତ୍ର: ଓଡ଼ିଶାର ୨୭%ପରିବାର ଆୟ ଶୁନ୍ୟ। ସଞ୍ଚିତ ଅର୍ଥ ଓ ସମ୍ପତି ବିକି ଚଳିଛନ୍ତି ୫୯%।
୧୫- ଏମ୍ସରେ ଭାରତ ପ୍ରସ୍ତୁତ କରୋନା ଟୀକାର ମାନବ ପରୀକ୍ଷଣ ଆରମ୍ଭ,୩୦ ବର୍ଷ ବୟସର ସୁସ୍ଥ ଯୁବକଙ୍କୁ ଦିଆଗଲା କରୋନା ଟୀକା କୋଭାକ୍ସିନ।
୧୬- କାଳିଆ ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ, ସରକାର ତିଆରି କଲେଣି ଫେରସ୍ତ ବାଟ, ସେପଟେ ପୁଣି ଚିହିଁକିଲେ ବିରୋଧୀ।
୧୭- ପୋଲସରା ବିଧାୟକ କରୋନା ସଂକ୍ରମିତ ଚିହ୍ନଟ, ପତ୍ନୀଙ୍କ ରିପୋର୍ଟ ବି ପଜିଟିଭ।
୧୮-ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ଓଡ଼ିଆ ସାଂସଦ ଡକ୍ଟର ସସ୍ମିତ ପାତ୍ର।
୧୯- ମନ୍ତ୍ରୀଙ୍କୁ ପ୍ଲାଜମା ଦାୟିତ୍ୱ, ୩୦ ଜିଲ୍ଲାରେ ସୁସ୍ଥ ହେଉଥିବା କୋଭିଡ୍ ସଂକ୍ରମିତଙ୍କୁ ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରିବେ ୨୦ ମନ୍ତ୍ରୀ।
୨୦- ଆଜି ୧୧ଟି ଜିଲ୍ଲାକୁ ‘ୟେଲୋ ଓ୍ଵାର୍ଣ୍ଣିଂ’, ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା।
୨୧- କରୋନା ଚିକିତ୍ସା ପାଇଁ ସିପ୍ଲା ଲଞ୍ଚ୍ କଲା ସିପ୍ଲେଞ୍ଜା ଟାବଲେଟ୍, ଦାମ୍ ମାତ୍ର ୬୮ ଟଙ୍କା।
୨୨- ଭାରତୀୟ କମ୍ପାନୀରେ ହେଉଥିବା ଛଟେଇରେ ଅସନ୍ତୁଷ୍ଟ ରତନ ଟାଟା, କହିଲେ- ମାଲିକଙ୍କଠାରେ ରହିଛି ସହାନୁଭୂତିର ଅଭାବ।
୨୩- ଏଲଏସସିରୁ ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ-ଚୀନ ସମ୍ମତ।