ଆଜି ସଂକ୍ଷେପରେ…(୨୩/୯)

୧.ବିରୋଧି ଦଳ ସାଂସଦଙ୍କ କାର୍ଯ୍ୟକଳାପକୁ ପ୍ରତିବାଦ କରି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂ ଗୋଟିଏ ଦିନ ପାଇଁ ଉପବାସ ପାଳନ କଲେ ।

୨.ଭାରତର ଯୁବ ୱିକେଟ୍ କିପର୍ ବ୍ୟାଟସମ୍ୟାନ୍ ସଞ୍ଜୁ ଶାମସନ୍ କେବଳ ୧୯ ବଲ୍‌ରେ ଅର୍ଦ୍ଧ ଶତକ କଲେ ଓ ୩୨ ଟି ବଲ୍‌ରେ ୯ ଟି ଛକା ସହ ୭୪ ରନ୍ ଯୋଡ଼ିଲେ ।

୩.୩୦ ଯାଏଁ ବଢ଼ିଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମ ଲେଖା।ଅଣ୍ଡରଟେକିଂ ଦେଇ ନାମ ଲେଖାଇ ପାରିବେ ବିଦ୍ୟାର୍ଥୀ।

୪.ରାଜ୍ୟସଭାରେ ୭ ଦିନ ପାଇଁ ନିଲମ୍ବିତ ହୋଇଥିବା ୮ ଜଣ ସାଂସଦଙ୍କ ପ୍ରତିବାଦକୁ ସମର୍ଥନ କଲେ ଏନସିପି ଅଧ୍ୟକ୍ଷ ଶରଦ ପାୱାର ।

୫.OJEE ପାଇଁ ଆଜି ଶେଷ ସୁଯୋଗ,ରାତି ୧୧ଟା ୫୯ ପର୍ଯ୍ୟନ୍ତ କରିପାରିବେ ଆବେଦନ।

୬.ସର୍ବାଧିକ କରୋନା ପ୍ରଭାବିତ ହୋଇଥିବା ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।

୬.ସବୁ ହସ୍ପିଟାଲକୁ ନିର୍ଦ୍ଦେଶନାମା ଜାରି କଲେ ସରକାର: ମୃତକଙ୍କ କରୋନା ପରୀକ୍ଷା କରନି

୮.ଡ୍ରଗ୍ ମାଫିଆଙ୍କ ସହ କୌଣସି ସଂପୃକ୍ତି ନାହିଁ ବୋଲି ବଲିଉଡ୍ ଅଭିନେତା ସଲମାନ ଖାନ୍ କହିଲେ ।

୯.ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାରେ ରାଜ୍ୟର ସହରାଞ୍ଚଳ ଉଠା ଦୋକାନୀଙ୍କ ପାଇଁ ୮.୨ କୋଟି ମଞ୍ଜୁର।

୧୦.ଡ୍ରଗ୍ସ ମାମଲାରେ ଜେଲରେ ଥିବା ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲାନି ବେଲ୍, ଅକ୍ଟୋବର 6 ତାରିଖ ପର୍ଯ୍ୟନ୍ତ ରହିବେ ଜେଲରେ।

୧୧.କୋଚି:ଭଗବାନ ଯେତେ ବେଳେ ଦିଅନ୍ତି ଛପର ଫାଡି ଦିଅନ୍ତି… ମନ୍ଦିରର କ୍ଲର୍କ ହେଲେ କୋଟି ପତି, ୩୦୦ ଟଙ୍କା ଟିକେଟ୍‌ରେ ଜିତିଲେ ୧୨ କୋଟି ଟଙ୍କାର ଲଟେରୀ।

୧୨-୭ ସର୍ବାଧକ ପ୍ରଭାବିତ ରାଜ୍ୟର କରୋନା ସ୍ଥିତି ନେଇ ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ: ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି।

୧୩-ଜଗତପୁରସ୍ଥିତ ସଦ୍‌ଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ, ରାଜଧାନୀର ୩ ହସ୍ପିଟାଲ୍‌ରେ ଯାଞ୍ଚ ଓ ମକ୍‌ ଡ୍ରିଲ୍।

୧୪-ସୁନ୍ଦରଗଡ଼:ଗୁପ୍‌ ଚୁପ୍‌ ନେଲା ମହିଳାଙ୍କ ଜୀବନ: ଶୀଘ୍ର ଶୀଘ୍ର ଖାଉ ଖାଉ ଲାଗିଗଲା ତଣ୍ଟିରେ

୧୫-ରାଜ୍ୟରେ ଆସନ୍ତା ୨ ଦିନ ଶୁଖିଲା ପାଗ ! ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା, ୨୫ରୁ ପୁଣି ବର୍ଷା ! ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ।

୧୬-ଯୁକ୍ତ୨ ନାମଲେଖାରେ ଛାତ୍ରଛାତ୍ରୀ ହଟହଟା ପ୍ରସଙ୍ଗ, ଆଉ ୪ ଦିନ ବଢ଼ିଲା ନାମଲେଖା ଅବଧି ।

୧୭-ନବରଙ୍ଗପୁର ଜିଲ୍ଲା, ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ବ୍ଲକକୁ ସଂଯୋଗ କରୁଥିବା ଅଂଚଳଗୁମ୍ମା ସଦର ମହକୁମା ରାସ୍ତା ଦୀର୍ଘ ଦିନ ହେଲା ଅତ୍ୟନ୍ତ ଖରାପ, ଲୋକେ ହନ୍ତସନ୍ତ, ଅତି ଶୀଘ୍ର ମରାମତି ନକଲେ ଆନ୍ଦୋଳନ କୁ ଚେତାବନୀ।

୧୮-ଲୋକସଭା ଅଧିବେଶନ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ, ଅଧିବେଶନ ଅପରାହ୍ନ ୪ ଟା ପରିବର୍ତ୍ତେ ସନ୍ଧ୍ୟା ୬ ଟାରେ ବସିବା।

୧୯-ଦିଲ୍ଲୀ ବିଧାନସଭାର ଫେସବୁକ ଇଣ୍ଡିଆ ବିରୋଧରେ ନୋଟିସର ଆଜି ସୁପ୍ରିମକୋର୍ଟରେ ଶୁଣାଣି।

୨୦-ଆଜିଠାରୁ ସଂସଦ ଅନିଶ୍ଚିତକାଳ ପାଇଁ ବନ୍ଦ ହୋଇପାରେ ।

୨୧-ଭଗବାନ ଯେତେ ବେଳେ ଦିଅନ୍ତି ଛପର ଫାଡି ଦିଅନ୍ତି… ଅନନ୍ତୁ ବିଜୟନ କୋଚିରେ ମନ୍ଦିରର କ୍ଲର୍କ ହେଲେ କୋଟି ପତି, ୩୦୦ ଟଙ୍କା ଟିକେଟ୍‌ରେ ଜିତିଲେ ୧୨ କୋଟି ଟଙ୍କାର ଲଟେରୀ ।

୨୨-ଚେନ୍ନାଇକୁ ଚିତ୍ କଲା ରାଜସ୍ଥାନ । ୧୬ରନ୍ ରେ ହାରିଲା ଚେନ୍ନାଇ ସୁପର କିଙ୍ଗସ । ଆଇପିଏଲ ୨୦୨୦ର ପ୍ରଥମ ମ୍ୟାଚ ଜିତିଲା ରାଜସ୍ଥାନ ରୟାଲ୍ସ।

୨୩-ଏଣିକି ସବୁ କୋଭିଡ୍‌ ହସ୍‌ପିଟାଲରେ ଖୋଲିବ ସହାୟତା କେନ୍ଦ୍ର, ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସୂଚନା ।

୨୪.ଭୁବନେଶ୍ୱର:ସବୁ କୋଭିଡ୍‌ ହସ୍‌ପିଟାଲରେ ଖୋଲିବ ସହାୟତା କେନ୍ଦ୍ର।
୨୫.ଭୁବନେଶ୍ୱର: ଏଣିକି ଜମି ଜଳକର ଜମା କଲେ ମିଳିବ ଇ-ପାଉତି। ଅନ୍ ଲାଇନ୍ ସହିତ ଅଫ୍ ଲାଇନ୍ ରେ ବି ଜମା ହୋଇପାରିବ ଖଜଣା।

୨୬.ଆଜି କୋଲକାତା- ମୁମ୍ବାଇ ମୁକାବିଲା: ବ୍ୟାଟ୍ସମ୍ୟାନଙ୍କ ହେବ ଘମାଘୋଟ ଲଢ଼େଇ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୩/୯)