ଆଜି ସଂକ୍ଷେପରେ…(୨୩/୭)

୧-ରାଜକୋଷ ଉପରେ କରୋନା ମାଡ଼, ରାଜ୍ୟ ସରକାରଙ୍କୁ ଘାରିଲା ଟଙ୍କା ଚିନ୍ତା । କୋଭିଡ୍‌ ପରିଚାଳନା ପାଇଁ ଗତ ସାଢ଼େ ୪ ମାସରେ ଖର୍ଚ୍ଚ ହେଲାଣି ୧୯୦୦ କୋଟି ।*

୨-ପାଞ୍ଚ ଗ୍ରହର ପ୍ରତୀକ ଭାବେ ୫ ଟି ରୁପା ଇଟାରେ ହେବ ରାମ ମନ୍ଦିର ଭୂମିପୂଜନ,ପ୍ରଧାନମନ୍ତ୍ରୀ ୫ ତାରିଖ ୧୨ଟା ୫ରେ ପ୍ରଥମ ଇଟା ସ୍ଥାପନ ପୂର୍ବକ ଭିତ୍ତିପ୍ରସ୍ତର ସ୍ଥାପନ କରିବାର ସମୟ ଧାର୍ଯ୍ୟ ।*

୩-ରାଜ୍ୟ ସରକାରଙ୍କ OAS ଅଫିସର ସ୍ତରରେ ବଦଳି ।* 

୪-‘ଇଣ୍ଡିଆ ଆଇଡିଆ ସମ୍ମିଳନୀ’ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ : ବିଶ୍ୱକୁ ଏକ ଉନ୍ନତ ଭବିଷ୍ୟତ ଆବଶ୍ୟକ ।*

୫-ବିଶ୍ଵର ପଞ୍ଚମ ଧନୀ ହେଲେ ମୁକେଶ ଅମ୍ବାନୀ,ଫେସବୁକ ମାଲିକ ଜୁକରବର୍ଗଙ୍କ ହେଲେ ନିକଟତର ।*

୬-ପଶ୍ଚିମ ଓଡ଼ିଶା ପାଇଁ ରାଉରକେଲା ର IGH ଠାରେ ସ୍ଥାପନ ହେବ ପ୍ଲାଜମା ବ୍ୟାଙ୍କ୍, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା,ରାଉରକେଲା ରେ କଭିଡ଼ କ୍ୟାର ଶଯ୍ୟା ୧୭୦୦ କୁ ବୃଦ୍ଧି ।*

୭-୧୯୫୬ ମସିହା ପରେ କରୋନା ପାଇଁ ବନ୍ଦ ହେଲା ଚଳିତବର୍ଷ ହେବାକୁ ଥିବା ନୋବେଲ ପୁରସ୍କାର ସମାରୋହ ।*

୮-ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ HCL ଦେବ ଚଳିତ ବର୍ଷ ୧୫ ହଜାର ନିଯୁକ୍ତି । କମ୍ପାନୀର ଲାଭ ୩୨% ବଢ଼ିଥିବାରୁ ଏଭଳି ନିଷ୍ପତ୍ତି।*

୯-ଚଳିତ ବର୍ଷ ଚାଇନା ରାଖୀକୁ ଟକ୍କରଦେବା ଲାଗି ବଜାରକୁ ଆସିଛି ମୋଦି ରାଖୀ । ଭାରତୀୟ ସାମଗ୍ରୀରେ ପ୍ରସ୍ତୁତ ରାଖୀ କ୍ରୟକରି ଚାଇନା କୁ ଝଟକା ଦିଅନ୍ତୁ ବୋଲି ଭାରତୀୟ ବ୍ୟବସାୟୀ ମହାସଂଘର ମହାସଚିବ ପ୍ରବୀଣ ଖଣ୍ଡେଲଓ୍ବାଲଙ୍କ ସୂଚନା ।*

୧୦-ଏଣିକି ସେନା ବ୍ୟବହାର କରିବେ ସ୍ବଦେଶୀ ଅସ୍ତ୍ର । ଶତ୍ରୁ ପକ୍ଷରୁ ଉଚିତ୍ ଜବାବ ଦେବ ମେଡ୍‌ ଇନ୍‌ ଇଣ୍ଡିଆ ମିସାଇଲ୍ “ଧ୍ରୁବାସ୍ତ୍ର” ।

୧୧-୪୦% ବେତନ ହ୍ରାସ କଲା ଏୟାର ଇଣ୍ଡିଆ । ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ପକ୍ଷରୁ ଏହାର କ୍ୟାବିନ କ୍ରିଉ ଏବଂ କକ୍‌ପିଟ୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବେତନ କରିଛି ।*

୧୨-ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ୭ଶହ ମେଗାୱାଟ୍‍ ଶକ୍ତିସଂପନ୍ନ କାକ୍ରାପାର ପରମାଣୁ କେନ୍ଦ୍ରର ତିନି ନମ୍ବର ୟୁନିଟରୁ ପରମାଣୁ ଶକ୍ତି ଉତ୍ପାଦନ ଆରମ୍ଭ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟ୍‍ ଯୋଗେ ବାର୍ତ୍ତା ।*

୧୩-ଯୀଶୁଙ୍କ ଛବି ଓ କ୍ରସ ହଟାଇ ଜିଙ୍ଗପିଙ୍ଗଙ୍କ ଛବି ଲଗାଇବାକୁ ଚୀନ ସରକାରଙ୍କ ନିର୍ଦେଶ ।*

୧୪-ମହାମାରୀ ମୁକାବିଲା ବେଳେ ଯୋଦ୍ଧାଙ୍କ ମୃତ୍ୟୁ ହେଲେ ମିଳିବ ସହାୟତା । ଅବସର ଯାଏଁ ଯେଉଁ ଟଙ୍କା ମିଳିବା କଥା ସେସବୁ ପୂର୍ବପରି ଦିଆଯିବ । ଶେଷକୃତ୍ୟ ପାଇଁ ପ୍ରଦାନ କରାଯିବ ୭୫୦୦ ଟଙ୍କା ।

୧୫-ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସୁନ୍ଦରଗଡ ଓ ଯାଜପୁର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରତି ଜିଲ୍ଲାକୁ ୫ କୋଟି ଟଙ୍କା

୧୬-ରାଜନୈତିକ ସଙ୍କଟରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ଗେହଲଟ, କହିଲେ- ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ଚାଲିଛି ପ୍ରୟାସ।

୧୭-ରାଜ୍ୟ ସରକାରଙ୍କୁ ଘାରିଲା ଟଙ୍କା ଚିନ୍ତା । କରୋନା ମୁକାବିଲା ପାଇଁ ବଜାରରୁ ଋଣ ଆଣି ଭରଣା କରାଯିବ ନିଅଣ୍ଟିଆ ସ୍ଥିତି । ସ୍ୱାସ୍ଥ୍ୟ ବିଭାଗର ଖର୍ଚ୍ଚରେ ହେବନି କୌଣସି ସାଲିସ । ମନ୍ତ୍ରୀ ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି।

୧୮-ଭଙ୍ଗା ହେବନି ତିନି ରଥ; ନଭାଙ୍ଗି ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ରଖିବାକୁ ନିଷ୍ପତ୍ତି

୧୯-ଚଳିତବର୍ଷ କରୋନା ପାଇଁ କମିବ ସିଲାବସ୍: ଗଣଶିକ୍ଷା ମନ୍ତ୍ରୀ ।

୨୦-ରାଜ୍ୟରେ କରୋନା ସବୁ ରେକର୍ଡ ଭାଙ୍ଗିଛି। ଦିନକରେ ଅର୍ଥାତ୍ ବୁଧବାର ପୁଣି ୧୦୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ରେ ପହଞ୍ଚିଛି।
।୪୪୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |ମୋଟ ୧୩୭୪୯ଜଣ ସୁସ୍ଥ ହୋଇଛନ୍ତି |

୨୧-ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ବିଜୁ ଜନତା ଦଳର ୪ ଜଣ ସଭ୍ୟ ଆଜି ଶପଥ ଗ୍ରହଣ ଶେଷ, ସେମାନେ ହେଲେ ମୁଜିବୁଲ୍ଲା ଖାନ୍‌, ସୁଜିତ କୁମାର, ମମତା ମହନ୍ତ ଓ ସୁବାସ ଚନ୍ଦ୍ର ସିଂହ। 

୨୨-ଆମେରିକା-ଭାରତ ବ୍ୟବସାୟ ପରିଷଦ ଦ୍ୱାରା ଆୟୋଜିତ ଇଣ୍ଡିଆ ଆଇଡିଆ ସମ୍ମିଳନୀ 2020କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।

୨୩-ବରଗଡ଼ ଜିଲ୍ଲାର ଏକାଧିକ ଅଂଚଳ ଜୁଲାଇ ୨୩ ରାତି ୯ ଟାରୁ ୨୮ ଜୁଲାଇ ଯାଏଁ ସଟଡାଉନ ରହିବ

୨୪-ମୁଖ୍ୟମନ୍ତ୍ରୀଙ୍କ କୋଭିଡ ପ୍ୟାକେଜ: ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାକୁ ୫ କୋଟି ଲେଖାଏଁ ଆର୍ଥିକ ଅନୁଦାନ।

୨୫-ସମ୍ବଲପୁର: ଗାଁ ନାଁ ବଦଳାଇ ଦେଲା ରଙ୍ଗବତୀ ଗୀତ, କେନ୍ଦ୍ର ଗୃହ ବିଭାଗ ସୁପାରିଶରେ ଲେଖକ ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ନାମ ହେଲା ‘ରଙ୍ଗବତୀ ବିଲୁଙ୍ଗ’ ।

୨୬-ଧାମନଗର ବ୍ଲକ୍‌ରୁ‌ ୩ ସ୍ବାଧୀନତା ସଂଗ୍ରାମୀ ପାଇବେ ରାଷ୍ଟ୍ରପତି ପୁରସ୍କାର।

୨୭-ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ କମିବ ସ୍କୁଲ ସିଲାବସ, ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ।

୨୮-ଆଇଟି କଂପାନୀରେ କାର୍ଯ୍ୟରତ କର୍ମଜୀବୀଙ୍କ ପାଇଁ ଖୁସି ଖବର: ଡିସେମ୍ବର ୩୧ ଯାଏଁ ଘରେ ରହି କାମ କରିବେ।

୨୯-ବ୍ୟାଙ୍କ କର୍ମଚାରୀ ମାଲାମାଲ: ୧୫% ବେତନ ବୃଦ୍ଧି, ୨୦୧୭ ନଭେମ୍ବରରୁ ମିଳିବ ବକେୟା।

୩୦-ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ, ପଞ୍ଚିମବଙ୍ଗକୁ ଜୁଲାଇ ମାସର ୨୩,୨୫,୨୯ ତାରିଖରେ ଟ୍ରେନ ଚଳାଚଳ ବନ୍ଦ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୩/୭)