ଆଜି ସଂକ୍ଷେପରେ…(୧୮/୮)

୧-ଆସନ୍ତା ୧୯ରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ପ୍ରଭାବରେ କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା; ତଳିଆ ଅଂଚଳରେ ଅଧିକ ବର୍ଷା ହେଲେ ସୃଷ୍ଟି ହୋଇପାରେ ବନ୍ୟା ପରିସ୍ଥିତି।

୨-ନ୍ୟୁଜିଲାଣ୍ଡରେ ମାସେ ଯାଏଁ ସ୍ଥଗିତ ହେଲା ନିର୍ବାଚନ, ପୁଣି କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ।

୩-ନିର୍ଦ୍ଧାରିତ ପ୍ରୋଗ୍ରାମରେ ହେବ NEET-JEE, ସୁପ୍ରିମକୋର୍ଟ ଦେଲେ ଗ୍ରୀନ୍ ସିଗନାଲ୍, କହିଲେ ପିଲାଙ୍କର ମୂଲ୍ୟବାନ ବର୍ଷ ନଷ୍ଟ ହୋଇପାରିବନି।

୪-ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ, ଟୁଇଟ୍ କରି ନିଜେ ସୂଚନା ଦେଲେ।

୫-ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର।

୬-ଆସନ୍ତା ୧୯ ତାରିଖରେ ବାହାରିବ ଯୁକ୍ତ ୨ ବାଣିଜ୍ୟ ରେଜଲ୍ଟ। ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ବାହାରିବ ବାଣିଜ୍ୟ ଫଳ । 

୭-୫ଟି ମହାନଗର ନିଗମରେ ହେବ ‘ନଗର ବନ’, ୧୩.୮୪ କୋଟି ଟଙ୍କା ବ୍ୟୟରେ ବ୍ୟାପକ ଜଙ୍ଗଲ ସୃଷ୍ଟି ହେବ।

୮-ନୂଆ ନିର୍ମାଣ ସମ୍ବନ୍ଧୀୟ ପ୍ଲାନିଂ, ବିଲ୍ଡିଂ ନିୟମାବଳୀ ଶହେ ନୂଆ ପ୍ରକଳ୍ପକୁ ମିଳିପାରିବ ରେରା ପଞ୍ଜିକରଣ।

୯-ପାକିସ୍ତାନ ବିଦେଶ ମନ୍ତ୍ରୀଙ୍କୁ ଭାରି ପଡିଲା ସାଉଦୀ ବିରୋଧରେ ବୟାନ, ଏବେ ଯାଇପାରେ ପଦ।

୧୦-କନ୍ଧମାଳ : ଆଉ ୧୨୧ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୧୪୭୦ ଛୁଇଁଲା ।

୧୧-ରାଉରକେଲା: ପଟ୍ଟଚିତ୍ରର ଉତ୍କର୍ଷ କାହାଣୀକୁ ଲୋକଲୋଚନକୁ ଆଣିବାର ଏକ କ୍ଷୁଦ୍ର ପ୍ରୟାସ କରିଛନ୍ତି। ଛାତ୍ରଛାତ୍ରୀ ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ(ଏନ୍‌ଆଇଟି)ର ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟର ଅଧିନସ୍ଥ ଓଡ଼ିଆ ସାହିତ୍ୟ ସମାଜ ଏବଂ ଆକୃତି କ୍ଲବ ପକ୍ଷରୁ ଏକ ୱେବିନାର ଆୟୋଜିତ ହୋଇଯାଇଛି।

୧୨-ଆସନ୍ତା ୧୫ ବର୍ଷ ମଧ୍ୟରେ ଆର୍କଟିକ୍‌ର ବରଫ ସମୁଦ୍ରରେ ମିଳାଇ ଯାଇପାରେ! ଗବେଷଣା କରିଛନ୍ତି ନୂଆଦିଲ୍ଲୀ ।

୧୩-ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଆଜି ସନ୍ଧ୍ୟା ୫ ଟା ସୁଦ୍ଧା ୨୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜୁନାଗଡ଼ରେ ୧୨ ଜଣ, କେସିଙ୍ଗାରେ ୩ ଜଣ ଭବାନୀପାଟଣାରେ ୨ଜଣ, ଲାଞ୍ଜିଗଡ଼ରେ ଜଣେ ମଦନପୁର ରାମପୁର ବ୍ଳକରେ ୬ ଜଣ, ଥୁଆମୂଳ ରାମପୁର ବ୍ଳକରେ ୩ଜଣ, ଜୟପାଟଣା ବ୍ଳକରେ ଜଣେ ଓ ଗୋଲାମୁଣ୍ଡା ବ୍ଳକରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । 
୧୪-ନୂଆଦିଲ୍ଲୀ : ଲଦାଖ ସୀମାକୁ କେନ୍ଦ୍ର କରି ଭାରତ ଓ ଚୀନ ମଧ୍ୟରେ ବିବାଦ ଜାରି ରହିଛି। ଏଭଳି ପରିସ୍ଥିତିରେ ଭାରତ ଚୀନକୁ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ଲାଗିଛି। ମାଳଦୀପ କନେକ୍ଟିଭିଟି ପ୍ରୋଜେକ୍ଟ କୁ ଭାରତ ଚୀନ ହାତରୁ ଛଡାଇ ଆଣିଛି।

୧୫-ଶାସ୍ତ୍ରୀୟ ସଙ୍ଗୀତ କିମ୍ବଦନ୍ତୀ ପଣ୍ଡିତ ଯଶରାଜଙ୍କ ପରଲୋକ ।

୧୬-ଦେଶରେ ମୃତ୍ୟୁସଂଖ୍ୟା ୫୦ ହଜାର ପାର ।
ମୃତ୍ୟୁ ହାର ୧.୯୨ ପ୍ରତିଶତକୁ ଖସିଛି । ମହାରାଷ୍ଟ୍ରରେ ସର୍ବାଧିକ ସକ୍ରିୟ ମାମଲା ।

୧୭-ଭୁବନେଶ୍ୱର : ବର୍ଷକ ଭିତରେ ଝଲସିବ ଏକାମ୍ର କ୍ଷେତ୍ର! ମହାଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ସମବେତ ହୋଇ ୨ ଲକ୍ଷରୁ ଅଧିକ ଲୋକ ମହାଦୀପ ଉଠିବାର ଦୃଶ୍ୟ ଦେଖିପାରିବେ। ଏଥିପାଇଁ ‘ଏକାମ୍ରକ୍ଷେତ୍ର ଯୋଜନା’କୁ ବର୍ଷକ ଭିତରେ ସାରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

୧୮-ବୈଷୟିକ ଶିକ୍ଷାନୁଷ୍ଠାନ ଡିଭାଇନ୍‌ର ସଫଳତାରେ ଯୋଡ଼ିହେଲା ଆଉ ଏକ ଫର୍ଦ୍ଦ : ବ୍ରାଣ୍ଡ ଓପୋସ୍ ଦ୍ଵାରା ସମ୍ମାନୀତ ।

୧୯-ଭୁବନେଶ୍ୱରରେ ୧୯୮ , କଟକରେ ୧୬୭ ଆକ୍ରାନ୍ତ ଚିହ୍ନଟ ।

୨୦-୭୧୨ କୋଟି ଜିଏସଟି ଠକେଇର କିଙ୍ଗ୍ପିନ୍ ଗିରଫ୍ ।

୨୧-କଂଗ୍ରେସ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ପିସି ଶର୍ମା ଧୋନିଙ୍କ ପାଇଁ ଭାରତ ରତ୍ନ ଦେବାପାଇଁ ଦାବି କରିଛନ୍ତି । ଧୋନିଙ୍କୁ ତାଙ୍କର ଉପଲବ୍ଧି ପାଇଁ ଭାରତ ରତ୍ନ ଦିଆଯିବା ଉଚିତ ବୋଲି ସେ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି ।

୨୨-ସେପ୍ଟେମ୍ବର ୧ ରୁ ଜାତୀୟ ରେସଲିଂ କ୍ୟାମ୍ପ ।

ଟିପ୍ସ୍ : ଘରେ ରୁହନ୍ତୁ , ସୁରକ୍ଷିତ ରୁହନ୍ତୁ ।

୨୩-ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁରବଧ ବେଶ ଅନୁଷ୍ଠିତ,ଏହି ବେଶରେ ପ୍ରଭୁ ବଳଭଦ୍ର ଦେବଙ୍କର ଏକ ହସ୍ତରେ ହଳ ଓ ଅନ୍ୟ ହସ୍ତରେ ମୂଶଳ ଶୋଭାପାଏ।

୨୪-କମିଶନରେଟ୍ ପୋଲିସ୍‌ରେ ବଡ ଧରଣର ଅଦଳବଦଳ: ୨ ଡିସିପି, ୧୭ ଆଇଆଇସିଙ୍କ ବଦଳି ।

୨୫-ରାଜ୍ୟର ସାମୁଦ୍ରିକ ଉତ୍ପାଦ ରପ୍ତାନି ୩୨୦୦ କୋଟି ଟପିଲା, ସାମୁଦ୍ରିକ ଉତ୍ପାଦ ପାଇଁ ଖୋଲିଲା କ୍ବାଲିଟି କଣ୍ଟ୍ରୋଲ୍ ଲ୍ୟାବ୍‌ ।

୨୬-ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ହେଲ୍‌ଥ ଏଣ୍ଡ ନ୍ୟୁଟ୍ରିସନ ପୋର୍ଟାଲ ‘ସ୍ୱାସ୍ଥ୍ୟ’ ଉଦ୍‌ଘାଟିତ – ଉନ୍ମୋଚିତ ହେଲା ନ୍ୟାସନାଲ ଓଭରସିଜ୍‌ ଓ ଟ୍ରାଇବାଲ ଫେଲୋସିପ୍‌ ପୋର୍ଟାଲ ।

୨୭-କୋଭିଡ ପରୀକ୍ଷାରେ ଓଡିଶା ଚତୁର୍ଥ ଆଗୁଆ ରାଜ୍ୟରେ ପରିଣତ । ଦିନକୁ ୫୦ ହଜାରରୁ ଅଧିକ ପରୀକ୍ଷା କରାଯାଉଛି।

୨୮-୧୫ ଦିନ ମଧ୍ୟରେ ‘ପ୍ରୋଜେକ୍ଟ ଡ଼ଲଫିନ୍: ନଦୀ ଓ ସମୁଦ୍ରରେ ଡଲ୍‌ଫିନ ସଂରକ୍ଷଣ ଏବଂ ସୁରକ୍ଷା ଯୋଜନା, ଏ ନେଇ ମନ୍ତ୍ରୀ ଶ୍ରୀ ଜାଭଡେକରଙ୍କ ସୂଚନା ।

୨୯-ମହାରାଷ୍ଟ୍ର ପାଲଘର ରସାୟନ କାରଖାନାରେ ବିସ୍ଫୋରଣ, ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି, କମ୍ପିଲା ୧୦ କିଲୋମିଟର ଅଞ୍ଚଳ ।

୩୦-ବିରଳ ଉଡନ୍ତା ଗୁଣ୍ଡୁଚି,ଏକ ବିରଳ ପ୍ରଜାତିର ଜୀବକୁ ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନରେ ଠାବ କରାଯାଇଛି ।

୩୧-ଚୀନକୁ ଆଉ ଏକ ଝଟକା ; ମାଳଦୀପ କନେକ୍ଟିଭିଟି ପ୍ରୋଜେକ୍ଟ ହାସଲ କଲା ଭାରତ ।

୩୨-ଉତ୍ତର କୋରିଆରେ ଭୟଙ୍କର ଖାଦ୍ୟ ଅଭାବ, ଦେଶରେ ଥିବା ସମସ୍ତ କୁକୁରକୁ ମାରିବା ପାଇଁ ନିର୍ଦ୍ଦେଶ ଦେଲେ କିମ ଜଙ୍ଗ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୮/୮)