ଆଜି ସଂକ୍ଷେପରେ…(୧୬/୧୦)


୧-ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ସିବିଆଇର ଯାଂଚ ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ । ମୃତ୍ୟୁକୁ ନେଇ କୌଣସି ଦ୍ୱନ୍ଦ ଥିବା ତଥ୍ୟ ଏଯାଏଁ ସିବିଆଇକୁ ହସ୍ତଗତ ହୋଇ ପାରି ନାହିଁ ବୋଲି ମିଳିଲା ସୂଚନା ।

୨-ଅଭିନେତା ସୋନୁ ସୁଦ ତାଙ୍କ ମାଆଙ୍କ ପୁଣ୍ୟତିଥିରେ କହିଲେ, ଆଇଏଏସ୍‌ରେ କୃତକାର୍ଯ୍ୟ ହେବାକୁ ଚାହୁଁଥିବା ଲୋକଙ୍କୁ ସେ ସହାୟତା ପ୍ରଦାନ କରିବେ ।

୩-ନୂଆଦିଲ୍ଲୀ : ପିଏମ୍‌ଓ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଦୀ କ୍ୟାବି‌ନେଟ୍‌ରେ ସବୁଠୁ ଧନୀ ମନ୍ତ୍ରୀ ହେଉଛନ୍ତି ପୀୟୁଷ ଗୋୟଲ ।

୪-ସଂସଦର ପୂର୍ବତନ ବାଚସ୍ପତି ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ମୀରା କୁମାରଙ୍କ ଫେସବୁକ ଆକାଉଣ୍ଟ ବ୍ଲକ୍ ହେବା ନେଇ ଅଭିଯୋଗ । କହିଲେ, ବିହାର ନିର୍ବାଚନ ପୂର୍ବରୁ ଏଇଆ କରିବା କୌଣସି ସଂଯୋଗ ନୁହେଁ ତ? ମୀରା କୁମାର ବିହାର ନିର୍ବାଚନ ନିମନ୍ତେ କଂଗ୍ରେସର ଷ୍ଟାର କେମ୍ପନେର ତାଲିକାରେ ରହିଛନ୍ତି ।

୫-ମେଲ୍‌ବୋର୍ଣ୍ଣ : ଚଳିତବର୍ଷ ଶେଷରେ ଭାରତୀୟ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତରେ ଘରୋଇ ଦଳ ବିପକ୍ଷରେ ୪ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବା ପୂର୍ବରୁ ଉଭୟ ଦଳଙ୍କ ମଧ୍ୟରେ ସୀମିତ ଓଭର ସିରିଜ୍ ଖେଳାଯିବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ସୂତ୍ରରୁ ଅଷ୍ଟ୍ରେଲିଆର ଗଣମାଧ୍ୟମ ପ୍ରକାଶ କରିଛି ।

୬-ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ,ଦୁର୍ଦିନରେ ସଫଳ ନେତୃତ୍ୱ, ୭୫ ବର୍ଷରେ ପହଁଚିଲେ ନବୀନ ।

୭-ନୂଆଦିଲ୍ଲୀ, କୋଭିଡ-19 ବୈଶ୍ଵିକ ମହାମାରୀ ପାଇଁ ଟୀକା ଗବେଷଣା ଓ ଜନସାଧାରଣଙ୍କ ମଧ୍ୟରେ ଏହାର ସୁବିତରଣ ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

୮-ସାରଜା: ସାରଜା ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ୱିକେଟ ପରାସ୍ତ କରିଛି କିଙ୍ଗସ ଇଲେଭେନ ପଂଜାବ ।

୯-ବାଲୁକାକଳାରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

୧୦-ଉତ୍ତରପ୍ରଦେଶର ବିଜେପି ନେତା ଠାକୁର ବିରେନ୍ଦ୍ର ସିଂ ବଲିଆରେ ଏକ ଜନସମାଗମରେ ସ୍ଥାନୀୟ ଏସଡିଏମ୍ ଓ ଥାନା ପ୍ରଭାରୀଙ୍କ ଉପସ୍ଥିତିରେ ତିନି ରାଉଣ୍ଡ ଗୁଳି ଚାଳନା କରିବା ଫଳରେ ୪୧ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ପ୍ରାଣ ଗଲା । ଉପସ୍ଥିତ ଅଧିକାରୀଙ୍କୁ ସରକାର ନିଲମ୍ବନ କଲେ ।

୧୧-କଟକ: କଟକ ସହର ଉପକଣ୍ଠରେ କରୋନା ରୋଗୀଙ୍କ ଶବଦାହ ପ୍ରସଙ୍ଗରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ସତୀଚୌରା ଶ୍ମଶାନକୁ ବ୍ୟାପକ ଆଲୋକୀକରଣ ଓ ଆବଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
୧୨-ରାଜ୍ୟରେ ଆଉ ୨୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨ ଲକ୍ଷ ୩୮ ହଜାର ୫୩୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

୧୩-ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଲେ, ବଲିଉଡ୍‌କୁ ନିଶ୍ଚିହ୍ନ କରାଗଲେ ଆମେ ସହି ପାରିବୁ ନାହିଁ । ବଲିଉଡ୍ ଦ୍ୱାରା ଅନେକେ ରୋଜଗାର ପାଉଛନ୍ତି ।

୧୪-ମଦର୍‌ସା ଫଣ୍ଡ ପ୍ରତି କଟକଣାକୁ ନେଇ କଂଗ୍ରେସ ନେତା ଡ.ଉଦି୍‌ତ ରାଜ୍ କୁମ୍ଭମେଳାରେ ସରକାରୀ ଖର୍ଚ୍ଚକୁ ନେଇ ଉଠାଇଲେ ପ୍ରଶ୍ନ ।

୧୫-ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ଓଡିଶା-ମୋ ପରିବାର ପକ୍ଷରୁ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଆୟୋଜନ ।

୧୬-ଟୁଇଟର ଏବଂ ଫେସବୁକ ଉପରେ ବର୍ଷିଲେ ଟ୍ରମ୍ପ ।କହିଲେ ଜୋ ବିଡେନଙ୍କ ଦୁର୍ନୀତି ଲୁଚାଇବାକୁ କରାଯାଉଛି ଯୋଜନା, ଫଳ ଭୋଗିବେ ଆମେରିକାବାସୀ ।

୧୭-ଚୀନ୍ କରୁଛି ସାଂଘାତିକ ଷଡଯନ୍ତ୍ର । ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଡ୍ରାଗନବାହିନୀକୁ ଚୀନ୍ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ।

୧୮-ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍ ସିଲ୍ କରିବାକୁ ସମାଲୋଚନା କଲେ କଂଗ୍ରେସର ବରିଷ୍ଠ ନେତା ସୁର ରାଉଡରାୟ । ଓଟିଭି ବିରୁଦ୍ଧରେ ସରକାର ଉଦ୍ଦେଶ୍ୟ ମୂଳକ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସମାଲୋଚନା କଲେ ।

୧୯-ଏପ୍ରିଲ ୨୦୨୧ ସୁଦ୍ଧା ବିଶ୍ୱକୁ ମିଳିବ ସୁରକ୍ଷିତ ଓ ପ୍ରଭାବୀ କରୋନା ଭେକ୍ସିନ୍ !

୨୦-ଭୁବନେଶ୍ୱର : ଅକ୍ଟୋବର ୧୯ ରେ ବଙ୍ଗୋପସାଗରର କେନ୍ଦ୍ରୀୟ ଉପକୂଳରେ ଏକ ନୂତନ ଲଘୁ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

୨୧-ମୋଟର ଯାନ ରାଜସ୍ୱ ଆୟ ୧୧୭ କୋଟି : ଅଗଷ୍ଟ ତୁଳନାରେ ୩୧% ଅଧିକ , ନୂଆ ଗାଡ଼ି ବିକ୍ରି ବଢ଼ିବାରୁ ବଢ଼ିଛି ଆୟ ।

୨୨-ୟୁରୋପରେ ପୁଣି ଦ୍ରୁତ ସଂକ୍ରମଣ: କଡ଼ା ପଦକ୍ଷେପ ଗ୍ରହଣ କରିବାକୁ କହିଲେ ‘ହୁ’ ସେପଟେ ପ୍ୟାରିସ୍‌ରେ କର୍ଫ୍ୟୁ ଲାଗୁ ।

୨୩-ନାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ।

୨୪-ଏପ୍ରିଲ ୨୦୨୧ ସୁଦ୍ଧା ବିଶ୍ୱକୁ ମିଳିବ ସୁରକ୍ଷିତ ଓ ପ୍ରଭାବୀ କରୋନା ଭେକ୍ସିନ୍ ! ଆମେରିକା ମହାମାରୀ ବିଶେଷଜ୍ଞ ଡା. ଆନ୍ଥୋନୀ ଫାଉସୀଙ୍କ ବକ୍ତବ୍ୟ ଆଶ୍ୱସ୍ତ କରିଛି।

୨୫-ଭାରତର ପ୍ରଥମ ଅସ୍କାର ବିଜେତା ଭାନୁ ଆଥେୟାଙ୍କ ପରଲୋକ ।

୨୬-ସାରୁଅ ଜମି ଜବରଦଖଲ ମାମଲା : ଓଟିଭି ପାଚେରି ଭାଙ୍ଗିଲା ପ୍ରଶାସନ ।
୨୭-ଅକ୍ଟୋବର ୧୬ରୁ ଖୋଲିବ ସାବରିମାଲା ମନ୍ଦିର: ପ୍ରତିଦିନ ୨୫୦ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ମିଳିବ ଅନୁମତି ।
୨୮-ସମଗ୍ର ବିଶ୍ୱ କରୋନା ଟିକା ପାଇଁ ଆଗ୍ରହର ସହ ଚାହିଁ ରହିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ‘ହୁ’ କହିଛି ଯେ ସୁସ୍ଥ ଓ ସବଳ ଯୁବକମାନଙ୍କୁ କରୋନା ଟିକା ପାଇଁ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ।୨୯-ଦିନକୁ ୧୦ ଲକ୍ଷ ଲୋକଙ୍କୁ କରୋନା ଟିକା ଦେବାକୁ ଆପୋଲୋ ହସପିଟାଲ୍ ଗୃପ ତରଫରୁ ପ୍ରସ୍ତୁତି ଚାଲିଛି ।
୩୦-ବିହାର ମୁଖ୍ୟମନ୍ତ୍ରୀ ନିର୍ବାଚନ ରାଲିରେ କହିଲେ, ବିହାରରେ ବଡ଼ ଉଦ୍ୟୋଗ ସ୍ଥାପନ କରିବା ସମ୍ଭବ ନୁହେଁ । ଆମେ ବହୁ ପ୍ରଚେଷ୍ଟା କରିଛୁ ।
୩୧-ଜମ୍ମୁ-କାଶ୍ମିରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁଲାଙ୍କ ନାମରେ ବିହାରରେ ପଞ୍ଜିକୃତ ହେଲା ଦେଶଦ୍ରୋହ ମାମଲା ।
୩୨-ବର୍ଷ ଶେଷ ସୁଦ୍ଧା ଭାରତକୁ ଆସିବ ଆକାଶର ବାୟୁବୀର । ରାଫେଲ ଆଣିବାକୁ ଫ୍ରାନ୍ସ ଗସ୍ତରେ ଏୟାରଫୋର୍ସ ଟିମ୍ ।
୩୩-ଆଜିଠୁ ମହଙ୍ଗା ହେଲା Paytm, କ୍ରେଡିଟ୍ କାର୍ଡରୁ ପେଟିଏମରେ ଟଙ୍କା ଯୋଡିବା ଉପରେ ୨% ଚାର୍ଜ ଲାଗିବ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୬/୧୦)