ଆଜି ସଂକ୍ଷେପରେ… (୧୩/୮)

୧-ସେପ୍ଟେମ୍ବର ୧୧ରୁ +୨ ନାମଲେଖା ଷ୍ଟାର୍ଟ, କରୋନା ଯୋଗୁଁ ଏ ବର୍ଷ କମିବ ଫି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।

୨-ପୁରୀ ବିସ୍ଥାପିତଙ୍କୁ ମାଗଣାରେ ମିଳିବ ୬.୬୧୬ ଏକର ଜମି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ।

୩-ସ୍ବେଚ୍ଛାକୃତ ଭାବେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ।ସବୁ ସୁବିଧା ମାଗଣାରେ ଯୋଗାଇ ଦେବାରେ ଓଡ଼ିଶା ଏକମାତ୍ର ରାଜ୍ୟ ।

୪-ଏଣିକି ଇଲେକ୍ଟ୍ରୋନିକ ତଥ୍ୟ ଉପସ୍ଥାପନ ପାଇଁ ପ୍ରମାଣପତ୍ର ଜରୁରୀ ନୁହେଁ ଦେଲେ ସୁପ୍ରିମକୋର୍ଟ ରାୟ ।

୫-ଏଣିକି EMI ମାଧ୍ୟମରେ ୧୪୧ ଟଙ୍କାରେ ମିଳିବ ରିଲାଏନ୍ସ ଜିଓ ଫୋନ-୨। ଜନ୍ମାଷ୍ଟମୀ ଅବସରରେ ରିଲାଏନ୍ସ ଜିଓ ପକ୍ଷରୁ ଏହି ଅଫର ।

୬-ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ, ୨୦୨୦ – ୪ ଓଡିଶା ପୁଲିସ ଅଧିକାରୀଙ୍କୁ ମିଳିଲା ମେଡାଲ ।

୭-ବଦଳିବ ଗ୍ରାଚ୍ୟୁଇଟି ନିୟମ : ଏଣିକି ବର୍ଷେ ଚାକିରି କଲେ ବି ମିଳିବ ଗ୍ରାଚ୍ୟୁଇଟି।

୮-ଚର୍ଚ୍ଚାରେ ଋଷର କରୋନା ଟୀକା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା, ୨ ସପ୍ତାହରେ ଆରମ୍ଭ ହେବ ବ୍ୟାପକ ପ୍ରସ୍ତୁତି ।ଟୀକାକରଣରେ ନିଜ ଇଚ୍ଛାରେ ସାମିଲ ହୋଇପାରିବେ ଲୋକେ, ସେପଟେ ତୃତୀୟ ପ ର୍ଯ୍ୟାୟ ମାନବ ପରୀକ୍ଷଣ ହୋଇନଥିବାରୁ ବଢିଲା ସନ୍ଦେହ ।

୯-ଓଡିଆ ମହିଳାଙ୍କ ଶବକୁ ଆବର୍ଜନା ଗାଡ଼ିରେ ବୋହିବା ମାମଲା : ତାମିଲନାଡୁ ମୁଖ୍ୟସଚିବ, ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ।

୧୦-ଲଦାଖ ସୀମାରେ ଉତ୍ତେଜନା ସତ୍ତ୍ୱେ ପାକିସ୍ତାନ ଗସ୍ତରେ ଯିବେ ଚୀନ ରାଷ୍ଟ୍ରପତି । ସାମରିକ ଏବଂ ବାଣିଜ୍ୟ କ୍ଷେତ୍ରରେ ଉଭୟ ଦେଶରେ ଅନେକ ପ୍ରମୁଖ ଚୁକ୍ତିନାମା ହେବ ବୋଲି ଆଶା କରାଯାଉଛି।

୧୧-ବ୍ରଜ଼ୀଲ ରେ ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ଫେସବୁକ୍ ଲାଇଟ ଆପ , ଭାରତରେ କମ୍ପାନୀ ଏହି ଆପକୁ ବନ୍ଦ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ, କମ୍ପାନୀ ପକ୍ଷରୁ ସୂଚନା |

୧୨-୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ : ବିକଳ୍ପ ଆୟୋଜକ ତାଲିକାରେ ୟୁଏଇ, ଶ୍ରୀଲଙ୍କା ।

୧୩-ଆସିଲା ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ: ବିଜ୍ଞାନରେ ପାସ୍ ହାର ୭୦.୨୧%…୩୮ ହଜାର ୩୦୧ ଜଣ ପୁଅ ପାସ୍, ୩୦ହଜାର ୩୭ ଜଣ ଝିଅ ପାସ୍; ୧୫ କଲେଜରେ ରେଜଲ୍ଟ ଶୂନ।

୧୪-ଆସନ୍ତା ୨୧ ତାରିଖରୁ +୨ ଆଡମିଶନ ପାଇଁ ଆବେଦନ କରିହେବ । ଏଥିନିମନ୍ତେ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି।

୧୫-ପାକିସ୍ତାନକୁ ବଡ଼ ଝଟ୍‌କା ଦେଲା ସାଉଦି ଆରବ; ତେଲ ଓ ଋଣ ଦେବାକୁ ମନା କଲା।

୧୬-ଫେସବୁକ୍‌ ପୋଷ୍ଟିଂକୁ କେନ୍ଦ୍ର କରି ବେଙ୍ଗାଲୁରୁରେ ଲଙ୍କାକାଣ୍ଡ; ୨୦୦ରୁ ଅଧିକ ଗାଡ଼ି ପୋଡ଼ି ପୁଲିସ୍‌ ଗୁଳିରେ ୩ ନିହତ।

୧୭-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁବାର ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ‘ପାରଦର୍ଶୀ କରଦାନ- ଇମାନଦାର କା ସମ୍ମାନ’କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। 

୧୮-ଆମେରିକା ରାଜନୀତିକୁ ଓହ୍ଳାଇଲେ ଭାରତୀୟ ବଂଶୋଦ୍ଭବ ମହିଳା କମଳା ହାରିସ୍  । ଉପରାଷ୍ଟ୍ରପତି ପ୍ରାର୍ଥୀ  ଘୋଷଣା କଲା ଡେମୋକ୍ରାଟିକ୍ ଦଳ, କମଳାଙ୍କୁ ଜଣେ ନିର୍ଭିକ ଯୋଦ୍ଧା ଭାବେ ବର୍ଣ୍ଣନା କଲେ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ।

୧୯-ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥାବସ୍ଥାରେ ଆସୁନି ସୁଧାର; ଅବସ୍ଥା ଏବେ ବି ଗୁରୁତର : ହସ୍ପିଟାଲ ବୁଲେଟିନ୍‌।

୨୦-କଂଗ୍ରେସର ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ପରଲୋକ, ସନ୍ଧ୍ୟା ୫ଟାରେ ଟିଭି ଡିବେଟ୍‌ରେ ଥିଲେ ସାମିଲ।

୨୧-ଫୋର୍ବସ୍‌ ପତ୍ରିକା ପ୍ରକାଶିତ ବିଶ୍ବର ୧୦ ସର୍ବାଧିକ ରୋଜଗାର କରୁଥିବା ଅଭିନେତାଙ୍କ ତାଲିକାରେ ଅକ୍ଷୟ କୁମାର।

୨୨-ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ୧୧୩୮ କୋଟି ଟେଣ୍ଡର ଅନୁମୋଦିତ।

୨୩-୨୦ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲା ରାଜ୍ୟ କ୍ୟାବିନେଟ୍ ବୈଠକ, ମହିଳା ଓ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଲେ ରାଜ୍ୟ ସରକାର।‌ସ୍ବାସ୍ଥ୍ଯ ଭିତ୍ତିଭୂମିକୁ ୨ହଜାର କୋଟି।

୨୪-ସୁସ୍ଥ ତାଲିକାରେ ଯୋଡି ହେଲେ ୧୬୭୩ କରୋନା ଆକ୍ରାନ୍ତ, ସଂଖ୍ୟା ପହଞ୍ଚିଲା ୩୬୪୭୮ରେ।‌

୨୫-ଅର୍ଥ ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୨୬-୧୦୦ ପାକ୍ସକୁ ବହୁମୁଖୀ ସେବା କେନ୍ଦ୍ରରେ ପରିଣତ କରାଯିବ।ଏଥିପାଇଁ ନାବାର୍ଡ ପକ୍ଷରୁ ୨୬ କୋଟିରୁ ଅଧିକ ଟଙ୍କା ଋଣ ରିଆତି ହାରରେ ପ୍ରଦାନ କରାଯିବ।

୨୭-ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ, ୫ଟି ସ୍ଥାନରେ ଏକକାଳୀନ ହେଲା ଚଢାଉ।

୨୮-ସମ୍ବଲପୁର:ନୂଆଁଖାଇ ପାଇଁ ସ୍ଥିର ହେଲା ଲଗ୍ନ।ଅଗଷ୍ଟ ୨୩ ଦିନ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ମାଆଙ୍କ ପାଖରେ ନବାନ୍ନ ଲାଗି ହେବ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ… (୧୩/୮)