ଆଜି ସଂକ୍ଷେପରେ… (୦୯/୭)

୧-ସ୍ପଷ୍ଟୀକରଣ ଦେଲା ଅର୍ଥ ବିଭାଗ – ନୂଆ ନିଯୁକ୍ତି ଉପରେ ସାମୟିକ କଟକଣା, ଖାଲି ପଦବୀ ପୂରଣ କରାଯିବ । ୨-୨୦ ହଜାର ରାପିଡ୍ ଆଣ୍ଟିଜେନ୍‌ ଟେଷ୍ଟ କିଟ୍ ଓଡ଼ିଶାରେ ପହଞ୍ଚିଲା । ୩-ଲୋକଙ୍କୁ ସରକାରୀ ଅଫିସ ଆସିବାକୁ ପଡ଼ିବ ନାହିଁ, ସମସ୍ତ ସେବା ଅକ୍ଟୋବର ୨ ସୁଦ୍ଧା ଅନଲାଇନରେ ଉପଲବ୍ଧ ହେବ : ମୁଖ୍ୟମନ୍ତ୍ରୀ । ୪-ଜମ୍ମୁ-କାଶ୍ମୀରରେ ଓଡିଆ ଆଇପିଏସ ଅଫିସର ସସପେଣ୍ଡ । ପଦବୀର ଅପବ୍ୟବହାର ଓ ଅଶୋଭନୀୟ ଆଚରଣ ପାଇଁ ଆଇପିଏସ ବସନ୍ତ ରଥ ନିଲମ୍ବିତ । ୫-କରୋନା ସଂକ୍ରମଣ ଜନିତ ସ୍ଥିତିକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାରେ ଥିବା ସମସ୍ତ ରେଳ ଷ୍ଟପେଜରେ ଯ‌ାତ୍ରୀବାହୀ ଟ୍ରେନ୍‌ର ରହଣିକୁ ତୁରନ୍ତ ରଦ୍ଦ କରିବାକୁ କୁହାଯାଇଛି । ୬-ଜୁଲାଇ ୩୧ ପର୍ଯ୍ୟନ୍ତ ରାଜଭବନକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା । ୭-WHOରୁ ଆନୁଷ୍ଠାନିକ ହଟିଲା ଆମେରିକା, ଜାତିସଂଘ ମହାସଚିବଙ୍କୁ ଦିଆଗଲା ସୂଚନା । ୮-ପୁଣି ଷ୍ଟାଡିୟମକୁ ଫେରିଲା କ୍ରିକେଟ୍, ଖେଳାଗଲା ଇଂଲଣ୍ଡ vs ୱେଷ୍ଟଇଣ୍ଡିଜ୍ ଟେଷ୍ଟ । ୯-ନିରବ ମୋଦୀର ୩୨୯ କୋଟିର ସଂପତ୍ତି ଜବତ କଲା ଇଡି, ଜବତ ସଂପତ୍ତି ମଧ୍ୟରେ ରହିଛି ୫ଟି ଫ୍ଲାଟ, ଜମି ଓ ଫାର୍ମହାଉସ । ୧୦-କରୋନା ମହାମାରୀକୁ ନଜରରେ ରଖି ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି।  ୧୧-WHO ମାନିଲା: ବାୟୁ ଦ୍ୱାରା ବି ବ୍ୟାପିପାରେ କରୋନା ଭୂତାଣୁ। ୧୨-ବରିଷ୍ଠ ହାସ୍ୟ ଅଭିନେତା ତଥା ଘରେ ଘରେ ଜଗଦୀପ ନାମରେ ପରିଚିତ ସୟଦ୍‌ ଇସ୍ତଆକ୍ ଅହମ୍ମଦ ଜାଫରିଙ୍କ ପରଲୋକ ହୋଇଛି। ୧୩-ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ଭୁବନେଶ୍ୱର ରେ ଅଫିସ୍ ଆସିବା ମନା ।* ୧୪-ଆଜିଠାରୁ ଗଞ୍ଜାମର କୌଣସି ଷ୍ଟେସନ ରେ ରହିବନି ଟ୍ରେନ ।* ୧୫-ଘୁଞ୍ଚିଲା OJEE ର ଆବେଦନ ତାରିଖ, ଅନ୍‌ଲାଇନ୍‌ରେ ଜୁଲାଇ ୨୫ତାରିଖ ପର୍ଯ୍ୟନ୍ତ ଆବେଦନ ଏବଂ  ଫି’ ଦାଖଲ ସମୟ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି । ୧୬-ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ। ୧୭-SBI ର ଲଗାତର ୧୪ତମ (MCLR) ବା ଋଣ ସୁଧହାର ୬.୬୫%କୁ ହ୍ରାସ, ଚଳିତ ମାସ ୧୦ ତାରିଖରୁ ଏହା କାର୍ଯ୍ୟକାରୀ ହେବ । ୧୮-ଆଜି ଇଣ୍ଡିଆ ଗ୍ଲୋବାଲ ସପ୍ତାହ ୨୦୨୦ ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।୧୯-ଆରପାରିରେ ପ୍ରସିଦ୍ଧ ହାସ୍ୟାଭିନେତା ଜଗଦୀପ, ଥିଲେ ବଲିଉଡ୍‌ର ଫେମସ୍‌‌ କମେଡି ଷ୍ଟାର୍‌ । ୨୦-କୃଷି ଭିତ୍ତିଭୂମି ବିକାଶ ଲାଗି ୧ ଲକ୍ଷ କୋଟି, Agree Infra-Fond ଗଠନକୁ କ୍ୟାବିନେଟ ର ମଞ୍ଜୁରୀ । ଗରିବ କଲ୍ୟାଣ ଅନ୍ନ ଯୋଜନା ନଭେମ୍ବର ଯାଏଁ ବୃଦ୍ଧିର ଲକ୍ଷ । ୨୧-ପ୍ରବାସୀ ଓ ଗରିବ ଶ୍ରମିକଙ୍କ ପାଇଁ ଶସ୍ତା ଭଡ଼ାଘର ନିର୍ମାଣ କରିବା ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟର ଗୃହୀତ।୨୨-ଆସାମରେ ବନ୍ୟା ଏବଂ ଭୂ-ସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା ୩୯, ୯ଜିଲ୍ଲାର ୧୯ହଜାର ୮୮୬ହେକ୍ଟର ଚାଷଜମି ନଷ୍ଟ ।୨୩-ଦେଶର ସୁରକ୍ଷା ଓ ତଥ୍ୟ ଲିକ୍ ହେବା ଆଶଙ୍କା କରି ଫେସବୁକ, ଇନ୍ସଟାଗ୍ରାମ ସମେତ ୮୦ ଟି ଆପ୍/ସୋସିଆଲ ମିଡ଼ିଆକୁ ଅନଇନଷ୍ଟଲ କରିବାକୁ ଯବାନ ମାନଙ୍କୁ ଅର୍ଡର ଦେଲା ଭାରତୀୟ ସେନା ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ… (୦୯/୭)