ଆଜି ସଂକ୍ଷେପରେ…(୦୭/୯)

୧-ସୋନପୁର: ଦବଙ୍ଗ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଥାନାରେ ମାମଲା ଦାୟର। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନାରେ ମାମଲା ରୁଜୁ ହୋଇଛି। ଗତ ୪ ତାରିଖ ବୀରମହାରାଜପୁର ଥାନାରେ କାର୍ଯ୍ୟରତ ଏସଆଇ ବିଜୟ କୁମାର ବାରିକ ପାଟ୍ରୋଲିଂ ସମୟରେ ଜଣେ ଜଳଖିଆ ଦୋକାନୀକୁ ମାଡ଼ ମାରିଥିଲେ।

୨-ନୀତି ଆୟୋଗର ରେଂକିଙ୍ଗ : କୃଷି ଓ ଜଳ ସମ୍ପଦରେ ନବରଙ୍ଗପୁର ଜିଲାକୁ ପ୍ରଥମ ସ୍ଥାନ।

୩-ରାଷ୍ଟ୍ରୀୟ ଶିକ୍ଷା ନୀତି ଉପରେ ରାଜ୍ୟପାଳଙ୍କ କନଫରେନ୍ସ: ଉଦ୍‌ଘାଟନୀ ଅଧିବେଶନକୁ ଆଜି ସମ୍ଵୋଧିତ କରିବେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

୪-ପତ୍ନୀ ଙ୍କୁ ନିର୍ଯ୍ୟାତନା ଅଭିଯୋଗ ରେ ଅନୁଭବଙ୍କ ଇସ୍ତଫାଦାବି କଲା କଳିଙ୍ଗସେନା ।

୫-ଆଜିଠାରୁ ଆରମ୍ଭ ହୋଇପାରେ ‘କୋଭାକ୍ସିନ’ର ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ।

୬-ଆସିଲା ଆଇପିଏଲ ଖେଳସୂଚୀ – ପ୍ରଥମ ମ୍ୟାଚରେ ମହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ।

୭-ଦିଲ୍ଲୀ ଏମ୍ସରେ ମା’ଙ୍କ ଚକ୍ଷୁଦାନ କଲେ ମନ୍ତ୍ରୀ ହର୍ଷବର୍ଦ୍ଧନ, କହିଲେ ମା’ଙ୍କ ଶରୀର ଦାନ ସମାଜକୁ ପ୍ରେରଣା ଦେବ।

୮-ସଞ୍ଜୟ ରାୱତଙ୍କୁ କଙ୍ଗନାଙ୍କ ଚ୍ୟାଲେଞ୍ଜ: କହିଲେ, ଆସୁଛି ମୁମ୍ବାଇ, ‘ଦେଖିବା କିଏ ମୋଁ ମୁହଁ ଫଟେଇବ’,କଙ୍ଗନା ରଣାଓ୍ବତଙ୍କୁ ସୁରକ୍ଷା ଯୋଗାଇବେ ହିମାଚଳପ୍ରଦେଶ ସରକାର, ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର।

୯-ଅନୁଭବଙ୍କ ଅଭିଯୋଗର ବର୍ଷାଙ୍କ ଜବାବ: ସୋସିଆଲ ମିଡିଆରେ ବର୍ଷା ଲେଖିଲେ, ସତ କେବେ ଲୁଚି ରହେନା; ମିଛ ଅଭିଯୋଗ ଆଣି ଜଣକ ଚରିତ୍ର ଉପରେ ଆଙ୍ଗୁଠି ଉଠାଇବା ଆଗରୁ ଭଗବାନଙ୍କୁ ଭୟ କରିବା ଉଚିତ।

୧୦-ଟ୍ରମ୍ପଙ୍କୁ ସମର୍ଥନ କଲେ ଓସାମାଙ୍କ ଝିଆରୀ, କହିଲେ- ଜୋ ବିଡେନ କ୍ଷମତାକୁ ଆସିଲେ ଆମେରିକାରେ ୯/୧୧ଠୁ ବି ବଡ ଆତଙ୍କୀ ଆକ୍ରମଣ ହୋଇପାରେ।

୧୧-ସୁପର କୁଲ୍: ବରଫ ବାକ୍ସରେ ଦୁଇ ଘଣ୍ଟା ୩୧ ମିନିଟ୍ ଛିଡ଼ା ହୋଇ ରେକର୍ଡ କଲେ ଅଷ୍ଟ୍ରୀୟ ନାଗରିକ ଜୋସେଫ୍।

୧୨-କରୋନା କାଳରେ ରୁଷବାସୀଙ୍କ ପାଇଁ ବଡ ଆଶ୍ଵସ୍ତି, ଚଳିତ ସପ୍ତାହରେ ଲୋକଙ୍କ ପାଇଁ ଉପଲବ୍ଧ ହେବ କୋଭିଡ୍-୧୯ ଭ୍ୟାକସିନ।

୧୩-IPL: ଖେଳାଳି ଓ ପରିବାରଙ୍କୁ Covidରୁ ରକ୍ଷା କରିବ BCCIଙ୍କ ବ୍ଲୁଟୁଥ୍ ବ୍ୟାଜ୍।

୧୪-୧୫ ଦିନ ମଧ୍ୟରେ ଲକ୍‌ଡାଉନ୍‌ ପୂର୍ବରୁ ବୁକ୍ ହୋଇଥିବା ବିମାନ ଟିକେଟ୍‌ ବାବଦ ପୂର୍ଣ୍ଣ ଅର୍ଥ ‌ଫେରସ୍ତ କରିବାକୁ କେନ୍ଦ୍ରର ଯୋଜନ।

୧୫-ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଚାଉଳମେନ୍ଦି ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡ଼ା ଗାଁ ନିକଟରେ ଜଣେ ଗୃହରକ୍ଷୀଙ୍କୁ ଗତକାଲି ରାତିରେ ନିର୍ମମ ଭାବେ ହତ୍ୟା କରିଛନ୍ତି ଗଞ୍ଜେଇ ମାଫିଆ।

୧୬-ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷାଙ୍କ ବିବାଦ ପ୍ରସଙ୍ଗ, ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରାଙ୍କ ପ୍ରତିକ୍ରିୟା, ଉପର କୋର୍ଟରେ ମାମଲା ଥିବାରୁ ମହିଳା କମିସନ କିଛି କରିପାରିବନି, ମାମଲା ଆମ ପାଖକୁ ଆସିଲେ ଆମେ ସମାଧାନ ଉଦ୍ୟମ କରିବୁ: ମିନତି।

୧୭-ଭିଲୱାଡ଼ା ଜିଲ୍ଲା କେସରପୁରା ନିକଟରେ ଭ୍ୟାନ୍‌-ଟ୍ରକ୍‌ ଧକ୍କାରେ ଜଳିଗଲା ଭ୍ୟାନ୍‌, ଭ୍ୟାନ୍‌ରେ ଥିବା ୭ ଯାତ୍ରୀ ଜୀବନ୍ତ ଦଗ୍ଧ।

୧୮-ଅର୍ଜୁନ କପୁରଙ୍କ ପରେ ଏବେ ମଲାଇକା ଅରୋରା କରୋନା ପଜିଟିଭ ଚିହ୍ନଟ : ସୂଚନା ଦେଲେ ଭଉଣୀ ଅମୃତା।

୧୯-ପ୍ରଥମ ଟ୍ବେଣ୍ଟି-୨୦: ଶେଷ ବଲ୍‌ରେ ବିଜୟ, ଅଷ୍ଟ୍ରେଲିଆକୁ ୨ ରନ୍‌ରେ ହରାଇଲା ଇଂଲଣ୍ଡ*

୨୦- ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ପିଟିସନ୍‌ ।
କଟକ: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି। ୪୭ ପୃଷ୍ଠାର ଏହି ପିଟିସନ୍‌ରେ ଅନୁଭବ ପତ୍ନୀ ତଥା ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।*

କୋର୍ଟରେ କଣ କହିଛନ୍ତି ଅନୁଭବ ?

୨୦୧୯ ମେ’ ୧ରୁ ଅଲଗା ରହୁଛନ୍ତି ବର୍ଷା*

ଅତ୍ୟାଚାର ଓ ମାନସିକ ନିର୍ଯାତନା ଦେବା ବର୍ଷାଙ୍କ ମୂଳ ଉଦ୍ଦେଶ୍ୟ*

ବର୍ଷା ଭଲ ପତ୍ନୀ, ଭଲ ବୋହୂ ହେବାରେ ବିଫଳ ହୋଇଛନ୍ତି*

ବୈବାହିକ ସମ୍ପର୍କ, ଦାୟିତ୍ୱ ତୁଲାଇବାରେ ବିଫଳ ନେଇ ପିଟିସନରେ ଉଲ୍ଲେଖ.*

୨୧- ଜର୍ମାନୀ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଆସିଷ୍ଟାଣ୍ଟ୍ ହେଲେ ରାୟଗଡା ଝିଅ ପ୍ରୀତିପ୍ରଭା, ଭାରତରୁ ଏକ ମାତ୍ର ଛାତ୍ରୀ ଭାବେ ମନୋନିତ*

୨୨-ଆସନ୍ତା ୭ ତାରିଖ ତଥା ଆଜିଠାରୁ ଦୂରଦର୍ଶନ ଚ୍ୟାନେଲ୍‌ରେ ଯୁକ୍ତ୨ ଦ୍ବିତୀୟ ବର୍ଷ (୨୦୨୧ରେ ପରୀକ୍ଷା ଦେବାକୁ ଥିବା) ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ ହେବ। ପ୍ରତି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଲାଗି କ୍ଲାସ କରାଯିବ। ଛାତ୍ରଛାତ୍ରୀ ଘରେ ରହି ଦୂରଦର୍ଶନ ଚ୍ୟାନେଲ୍‌ରେ ପଢ଼ିପାରିବେ।*

୨୩-ରାଉରକେଲା: ପୁଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିବା ଘଟଣାରେ ଝାରସୁଗୁଡ଼ା GRPରେ କାର୍ଯ୍ୟରତ କନଷ୍ଟେବଳ ଆଶ୍ରିତ ପ୍ରଧାନ ଓ ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ପାତ୍ର ବହିଷ୍କୃତ।

୨୪- ସାଂସଦ ଅନୁଭବ ଙ୍କ ଘଟଣା-ବିଜେଡି କହିଛି, ଏହା ସାଂସଦଙ୍କ ବ୍ୟକ୍ତିଗତ ବ୍ୟାପାର। ଏଥିରେ ଦଳର ଭାବମୂର୍ତ୍ତି କ୍ଷୂଣ୍ଣ ହେବ ନାହିଁ।

୨୫- କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି- “ନବୀନବାବୁ ମାଆକୁ ସମ୍ମାନ କଥା କହୁଛନ୍ତି। ତାଙ୍କର ସାଂସଦ ନିଜର ପତ୍ନୀକୁ ନିର୍ଯାତନା ଦିଅନ୍ତି। ପତ୍ନୀ ଆଗରେ ଅନ୍ୟମାନଙ୍କୁ ଧରି ଆସନ୍ତି। ଏହାଠାରୁ ଦୁର୍ଭାଗ୍ୟର କଥା କଣ ଅଛି? ଇଏ ହେଉଛି ନବୀନବାବୁଙ୍କ ଟିମ୍‌। ଏପରି କ୍ଷେତ୍ରରେ ନବୀନବାବୁ କିଛି ପଦକ୍ଷେପ ନିଅନ୍ତିନି।”*

୨୬-୧୫ ଦିନ ମଧ୍ୟରେ ଲକ୍‌ଡାଉନ୍‌ ପୂର୍ବରୁ ବୁକ୍ ହୋଇଥିବା ବିମାନ ଟିକେଟ୍‌ ବାବଦ ପୂର୍ଣ୍ଣ ଅର୍ଥ ‌ଫେରସ୍ତ କରିବାକୁ କେନ୍ଦ୍ରର ଯୋଜନା ।

୨୭-ହୀରାକୁଦ ଜଳଭଣ୍ଡାର : ୨ ଟି ଗେଟ୍ ଖୋଲା, ଜଳସ୍ତର ୬୨୫.୨୯ ଫୁଟ ।

୨୮-ଖୁସି ଖବର ଲଗାତାର ୨ ଦିନ ଧରି ଦେଶରେ ୭୦ ହଜାରରୁ ଅଧିକ ସୁସ୍ଥ ।

୨୯-ଆସନ୍ତା 12 ତାରିଖଠାରୁ ଗଡିବ 80ଟି ସ୍ବତନ୍ତ୍ର ଟ୍ରେନ୍‌, ଏ ନେଇ ଭାରତୀୟ ରେଳବାଇ ପକ୍ଷରୁ ଘୋଷଣା ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୦୭/୯)