ଆଜି ସଂକ୍ଷେପରେ…(୦୬/୧୦)

୧-ଗୁଜରାତର ବହୁ ଚର୍ଚ୍ଚିତ ଦବଙ୍ଗ କନେଷ୍ଟବଳ ସୁନିତା ଯାଦବଙ୍କ ରାଷ୍ଟ୍ରୀୟ ମହିଳା ଆୟୋଗକୁ କଟାକ୍ଷ । କହିଲେ, “କିଛି ବର୍ଷ ପୂର୍ବେ ଦେଶରେ ଥିବା ମହିଳା ଆୟୋଗ, ଏବେ ବି ଅଛି କି?”

୨-ଭାରତରେ ମହିଳା ମାନଙ୍କ ଉପରେ ବର୍ତ୍ତମାନ ହେଉଥିବା ହିଂସା କାର୍ଯ୍ୟକଳାପ ପାଇଁ ଭାରତରେ ଥିବା ଜାତିସଂଘର ସଂଯୋଜକ ବିବୃତି ଦେବାରୁ ସରକାର ଏସବୁ ଘଟଣା ଉପରେ ଦୃଢ଼ ପଦକ୍ଷେପ ନେଉଥିବା କହିଲା ବୈଦେଶୀକ ବ୍ୟାପାର ମନ୍ତ୍ରଣାଳୟ ।

୩-ଦୁଇଟି ବ୍ୟାଙ୍କରୁ ପ୍ରାୟ ୧୨ ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗରେ ଜଣେ ବ୍ୟବସାୟୀ ରାଜ୍ୟର ରାଜଧାନୀରେ ଗିରଫ । ଲକ୍ ଡାଉନ ଯୋଗୁଁ ଅଭିଯୁକ୍ତ ଜଣକ ଏହି ଦୁଇଟି ବ୍ୟାଙ୍କରୁ ଋଣ ନେଇ ଚିନ୍ତାଗ୍ରସ୍ତ ଥିଲେ ବୋଲି କଟକ-ଭୁବନେଶ୍ୱର ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନା ।

୪-ପ୍ରତି ୧୦ ଜଣରୁ ଜଣେ କରୋନା ସଂକ୍ରମିତ ହେବା ଆଶଙ୍କା, ସାରା ବିଶ୍ଵରେ ସ୍ଥିତି ହେବ ଭୟଙ୍କର: ଚେତାଇଲା ଡବ୍ଲ୍ୟୁଏଚଓ

୫-ସଲମାନଙ୍କ ବିରୁଦ୍ଧରେ ଦିନରାତି ରଡ଼ି ଛାଡ଼ୁଥିବା ‘ରିପବ୍ଲିକ୍‌’ ଚ୍ୟାନେଲରେ ସଲମାନ୍ ଖାନଙ୍କ ବିଜ୍ଞାପନ ପାଇଁ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସମାଲୋଚନା । ଅଭିଶାର ଶର୍ମା କହିଲେ, ଏହାକୁ କହନ୍ତି ଛେପକୁ ଚାଟିବା ।

୬-ଦେଶର ସର୍ବକନିଷ୍ଠ ସହୀଦ ବାଜି ରାଉତଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ।

୭-ଚାଲିଲାନି ବାଙ୍ଗାଲୋର ବ୍ୟାଟସମ୍ୟାନଙ୍କ ବ୍ୟାଟ୍, ୫୯ ରନରେ ଜିତିଲା ଦିଲ୍ଲୀ, ପଏଣ୍ଟ ତାଲିକାର ଶୀର୍ଷରେ ପହଁଚିଲା।

୮-ଆଇପିଏଲ୍ କ୍ରିକେଟ ମ୍ୟାଚକୁ ନେଇ ଜୁଆ ଖେଳୁଥିବା ଅଭିଯୋଗରେ ଉତ୍ତରପ୍ରଦେଶର ମୀରଟର ଏକ ହୋଟେଲରେ ହୋଟେଲ ମ୍ୟାନେଜର ସମେତ ୫ ଜଣଙ୍କୁ ପୋଲିସ୍ ଗିରଫ କଲା ।

୯-ହାଥରସରେ ଯେପରି କୌଣସି ପ୍ରକାଶ ଗଣ୍ଡଗୋଳ ନ ହୁଏ ସେଥିପାଇଁ ସେଠାରେ ୧୫ ଜଣ ପୋଲିସ୍ କନଷ୍ଟେବଳ ସମେତ ୩ ଟି ଥାନାର ଅଧିକାରୀ ଓ ଜଣେ ଡିଏସ୍‌ପି ସ୍ତରର ଅଧିକାରୀ ନିୟୋଜିତ ହୋଇଥିବା ସୂଚନା ଦେଲେ ଏସ୍‌ପି ବିନୀତ ଜସୱାଲ୍ ।

୧୦-ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ । ସର୍ବଭାରତୀୟ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ରେକର୍ଡ କଲେ କଣ୍ଟାବାଞ୍ଜିର ଦୁଇ ଓଡ଼ିଆ ଭାଇ ।

୧୧-କୃଷି ବିଲ୍ ବିରୋଧି ରାହୁଲଙ୍କ ସଭାରେ ସିଧୁ ! ମୁଖ୍ୟମନ୍ତ୍ରୀଙ୍କ ସହ ବସିଲେ ଗୋଟିଏ ମଞ୍ଚରେ।

୧୨-ପ୍ରକାଶ ପାଇଲା ଯୁକ୍ତଦୁଇ ପାଠ୍ୟକ୍ରମରେ ଭର୍ତ୍ତି ପାଇଁ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ତାଲିକା।

୧୩-୪୨ ଦିନ ପରେ ଆଶ୍ୱସ୍ତି : ରାଜ୍ୟରେ କରୋନାର ଦିନିକିଆ ସଂକ୍ରମଣ ୩ ହଜାର ତଳକୁ ଖସିଲା।

୧୪-ଭୀମ ଆର୍ମି ମୁଖ୍ୟଙ୍କ ଅଭିଯୋଗ, ପ୍ରଥମ ଥର ପାଇଁ ଅଭିଯୁକ୍ତ ମାନଙ୍କ ସପକ୍ଷରେ ପଂଚାୟତ ବସିଲା ।

୧୫-ମେଡିସିନ ପାଇଁ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ହାର୍ଭେ ଜେ ଅଲଟର, ମାଇକେଲ ହଟନ, ଚାର୍ଲସ ଏମ ରାଇସଙ୍କୁ ମିଳିବ ନୋବେଲ । ଯୁଗ୍ମ ଭାବେ ୩ ଜଣଙ୍କ ନାଁ ଘୋଷଣା ।

୧୬-ଓଜେଇଇ ପରୀକ୍ଷା ପାଇଁ ଜାରି ହେଲା ଏସଓପି, କୋଭିଡ୍-୧୯ ନିର୍ଦ୍ଦେଶାବଳୀକୁ ଗୁରୁତ୍ବ

୧୭-ମେଡିକାଲ କଲେଜ ଡାକ୍ତରଙ୍କ ପାଇଁ ଗଠନ ହେବ ଓମ୍‌ଟା କଲ୍ୟାଣ ପାଣ୍ଠି

୧୮-ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ଗୃହରେ ତାତି । ବିରୋଧୀ ଦଳ ନେତାଙ୍କ ଅଭିଯୋଗ, ଲିଜରେ ହୋଇଛି ଦୁର୍ନୀତି : ବିଜେପି ସହ ସ୍ୱର ମିଳାଇଲେ କଂଗ୍ରେସ ବିଧାୟକ ଦଳ ନେତା , ବିଜେଡିର ଜବାବ, ଆଇନର ପରିଧି ଭିତରେ ହୋଇଛି ନିଲାମ୍।

୧୯-ଫାଭିପିରାଭିର୍‌ ମେଡିସିନ୍‌ ବ୍ୟବହାର ନେଇ ଟିପ୍ସ ଦେଲେ ଡାକ୍ତର ଜୟନ୍ତ ପଣ୍ଡା: କହିଲେ, ‘ପ୍ରାଥମିକ ଅବସ୍ଥାରେ ଦେଲେ ସ୍ବାସ୍ଥ୍ୟରେ ଉନ୍ନତି ଆସିଥାଏ

୨୦-କରୋନାରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଶରୀରରେ ଏକ୍ସପେରିମେଂଟାଲ ଥେରାପି ପ୍ରୟୋଗ ହେଉଥିବା ନେଇ ମିଳିଛି ସୂଚନା।
୨୧-୩ ହସ୍ତତନ୍ତ ସମିତିକୁ ବିନା ସୁଧରେ ୨୫ କୋଟି ଋଣ
୨୨-ଅକ୍ଟୋବର ୧୫ ପରେ ସ୍କୁଲ୍ ଖୋଲିବା ଲାଗି ‘ଏସ୍‌ଓପି’ ତଥା ‘ଗାଇଡ୍‌ଲାଇନ୍‌’ ଜାରି କଲେ କେନ୍ଦ୍ର ସରକାର।
୨୩-ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ପାଇଁ ଗୁପ୍ତ ଭାବେ ପ୍ରକ୍ରିୟା ଚାଲିଛି ବୋଲି କହିଲେ ସରକାର।
୨୪. ସନରାଇଜର୍ସ ହାଇଦ୍ରାବାଦକୁ ଝଟକା । ଆଇପିଏଲରୁ ବାଦ ପଡିଲେ ଭୁବନେଶ୍ୱର କୁମାର । ଚେନ୍ନାଇ ବିପକ୍ଷ ମ୍ୟାଚରେ ହୋଇଥିଲେ ଆହତ ।
୨୫-କୌଣସି ଯୁଦ୍ଧରେ ଚୀନ୍ ଭାରତକୁ ପାରିବ ନାହିଁ, ଆମେ ସମ୍ପୂର୍ଣ୍ଣ ସମର୍ଥ: ବାୟୁସେନା ମୁଖ୍ୟ।
୨୬-୪୨ତମ ଜିଏସଟି କାଉନସିଲ ବୈଠକ; ରାଜ୍ୟଗୁଡ଼ିକୁ ମିଳିବ ୨୦ ହଜାର କୋଟି କ୍ଷତିପୂରଣ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୦୬/୧୦)