୧-ଆଜିଠୁ ଅନଲକ-୩ ଷ୍ଟାର୍ଟ ,ବଦଳିଲା ନିୟମ ହଟିବନି ରାତ୍ରୀ କାଳୀନ କର୍ଫ୍ୟୁ, ମାସ୍କ ନ ପିନ୍ଧିଲେ ଦେବେ ଫାଇନ, କଣ୍ଟେନମେଣ୍ଟ ଜୋନ୍ ରେ ଜାରି ରହିବ ଲକଡାଉନ ।
୨-ଏଣିକି ରାଜ୍ୟ ବାହାରୁ କେହି ଆସି ୩ ଦିନରୁ ଅଧିକ ରହିଲେ କ୍ୱାରାଣ୍ଟାଇନ ରେ ରହିବାକୁ ପଡିବ, ସରକାର ନୂଆ ନିର୍ଦ୍ଦେଶନାମା ଜାରି ।
୩-୨୬ ବର୍ଷ ପରେ ଚଳିତ ବର୍ଷ ମହାପ୍ରଭୁଙ୍କ ନାଗାଅର୍ଜୁନ ବେଶ ହେବ ।
୪-ଆଜି ଆଉ ଆସନ୍ତା କାଲି ୨ଦିନ ସମୁଦାୟ ଅନୁଗୋଳ ଜିଲ୍ଲାରେ ସଟ୍ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ ।
୫-ଆଇଜିଏଚ୍ ରାଉରକେଲାରେ ‘ପ୍ଲାଜମା ବ୍ୟାଙ୍କ’ – ଭିଡିଓ କନଫରେନ୍ସିଂରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ।
୬-ଟାଇମ୍ସ ଇଞ୍ଜିନିୟରିଂ ରାଙ୍କିଙ୍ଗ୍ ସର୍ଭେରେ ଦେଶରେ ୨୩ତମ ସ୍ଥାନରେ ITER ।
୭-ଆଦିବାସୀଙ୍କ ବ୍ୟବସାୟ ବାଣିଜ୍ୟକୁ ଡିଜିଟାଲ କରିବା ପାଇଁ ଟ୍ରାଇଫେଡ୍ଓ ଆଦିବାସୀ ମନ୍ତ୍ରଣାଳୟର ପ୍ରୟାସ ।ଆଦିବାସୀ ହାଟରୁ ବିକ୍ରି ହୋଇନଥିବା ଲକ୍ଷାଧିକ ସାମଗ୍ରୀ କିଣିଲା ।
୮- ଏବେ ଦେଶର ନୂଆ ସ୍ୱାସ୍ଥ୍ୟ ସଚିବ ଭାବରେ ରାଜେଶ ଭୂଷଣ କାର୍ଯ୍ୟଭାର ତୁଲାଇବେ ।
୯-ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ଚୟନରେ ବୀରେନ୍ଦ୍ର ସେହବାଗ (କ୍ରିକେଟ୍) ଏବଂ ସର୍ଦାର ସିଂହ (ହକି)ଙ୍କ ନା ସାମିଲ ।
୧୦-ଅଗଷ୍ଟ ଶେଷ ଯାଏ ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣା ବୃଦ୍ଧି ।
୧୧-ନୋଏଡାରେ ସେକ୍ଟର ୧୧ରେ ନିର୍ମାଣାଧୀନ ଭବନ ଭୂଷୁଡିବାରୁ ୨ଜଣକ ମୃତ୍ୟୁ ।
୧୨-ଦେଶରେ ଟେଲିକମ୍ ସେବାକୁ ଆଗକୁ ନେବାକୁ ହେଲେ ୨ଜି ସେବା ବନ୍ଦ କରିବାକୁ ପଡିବ ବୋଲି ପ୍ରଥମ ମୋବାଇଲ୍ କଲ୍ର ରୌପ୍ୟ ଜୟନ୍ତୀ ଉତ୍ସବ ଅବସରରେ ମୁକେଶ ଅମ୍ବାନୀଙ୍କ ସୂଚନା ।
୧୩-ପ୍ରଥମ ଦିନିକିଆ -ଇଂଲଣ୍ଡ ୬ ଉଇକେଟରେ ବିଜୟୀ । ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଇଂଲଣ୍ଡ ୧-୦ରେ ଅଗ୍ରଣୀ ହାସଲ ।
୧୪-ଓଡିଶା ଅନଲକ୍ ୩ : ଜାରି ରହିବ ରାତି କର୍ଫ୍ୟୁ, ୪ ଜିଲ୍ଲା ଓ ରାଉରକେଲା ମ୍ୟୁନିସିପାଲଟିରେ ସପ୍ତାହର ଶେଷ ଦୁଇ ଦିନ ସଟଡାଉନ୍, ଅଗଷ୍ଟ ୩୧ ଯାଏଁ ଖୋଲିବନି ସ୍କୁଲ, ଜାରି ରହିବ ପୂର୍ବ ଲକଡାଉନ୍ ନିୟମ।
୧୫-10 ପ୍ରତିଶତ ଅମାନିଆଙ୍କ ପାଇଁ 90 ପ୍ରତିଶତ ଲୋକ ବିପଦରେ ପଡୁଛନ୍ତି – ମୁଖ୍ୟ ଶାସନ ସଚିବ।
୧୬-ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ୩ରୁ ବର୍ଷା ଆରମ୍ଭ, ୪ ଓ ୫ରେ କାଚିବ।
୧୭-ଫୁଲବାଣୀ:୧୫ ଲକ୍ଷ ଟଙ୍କାର ଗଂଜେଇ ଜବତ; ୨ ଗିରଫ, ଟ୍ରକ୍ ଜବତ।
୧୮-ମାସ୍କ ପାଇଁ ୫୦୦୦ ଟଙ୍କା ଜରିମାନା, ବାହାଘର ସହ ଲୋକ ଗହଳିରେ ନିୟମ ଭାଙ୍ଗିଲେ ଗଣିବେ ୧୦ ହଜାର, ଦୋକାନ ମାସେ ହେବ ସିଲ୍
୧୯-ଅଗ୍ନିଶମ ସେବା ଅନଲାଇନ୍ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ,ଏଣିକି ଅନଲାଇନ୍ ରେ ମିଳିବ ଅଗ୍ନିଶମ ସୁରକ୍ଷା ପ୍ରମାଣ ପତ୍ର।
୨୦-ଅଗଷ୍ଟରେ ୫୦%କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ,ପ୍ରତି ଶନିବାର ଅଫିସ ବନ୍ଦ।
୨୧- ରାଜ୍ୟ ସଂଗ୍ରହାଳୟରେ ଖୋଲିଲା ନୈ।ବାଣିଜ୍ୟ ଗ୍ୟାଲେରୀ।
୨୨-ବିଏସ-୪ ଯାନ ପଞ୍ଜିକରଣ ଉପରେ ସୁପ୍ରିମକୋର୍ଟଙ୍କ କଟକଣା।
୨୩-ଅଗଷ୍ଟ ଶେଷ ଯାଏ ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣା ବୃଦ୍ଧି
୨୪-ନୂଆଦିଲ୍ଲୀ: ଗଳାରେ ରଶି ଲଗାଇ TV ଆଙ୍କର ପ୍ରିୟା ଜୁନେଜାଙ୍କ ଆତ୍ମହତ୍ୟା।
୨୫-ପଞ୍ଜାବ:ମଦ ପିଇ ୩ ଜିଲାରେ ୩୧ ମୃତ; ମୁଖ୍ୟମନ୍ତ୍ରୀ ଦେଲେ ତଦନ୍ତ ନିର୍ଦେଶ।