ଉପ ଜିଲ୍ଲାପାଳଙ୍କ କୋଭିଡ୍ ନିୟମ ଭଙ୍ଗକାରୀଙ୍କୁ ଜରିମାନା ଓ କ୍ଲିନିକ୍ ସିଲ୍

(୩୧/୭) ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ କଣ୍ଟାବାଞ୍ଜି ପୋଲିସ ପ୍ରସାଶନ ଓ ବିଜ୍ଞାପିତ ଅଞ୍ଚଳର କର୍ମଚାରୀଙ୍କ ସହ ସହର ବୁଲି COVID-19 ଆଇନ ର ଅବମାନନା କରୁଥିବା ଲୋକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ କଣ୍ଟାବାଞ୍ଜି
ସହରର ୪ ଟି କପଡା ଦୋକାନ , ଗୋଟିଏ ଜୋତା ଦୋକାନ ସହ ଗୋଟିଏ ଘରୋଇ କ୍ଲିନିକକୁ ସିଲ୍ କରିଥିଲେ, ଯାହାକି ଜଣେ ବ୍ୟକ୍ତି ସରକାରୀ ସ୍ୱାସ୍ଥ୍ୟ ବିଭାଗରେ କାମ କରୁଥିଲେ ବି ଘରୋଇ ଭାବେ ଖୋଲିଥିଲେ । ଏହି ଅନୁଷ୍ଠାନ ମାନଙ୍କରେ କର୍ମରତ ଲୋକେ ବିନା ମାସ୍କ ଓ ଆବଶ୍ୟକୀୟ ଦୂରତାରେ ରହିବା ନିୟମକୁ ଖିଲାପ କରୁଥିବା ଜଣାପଡ଼ିଛି । ରାସ୍ତାରେ ବିନା ମାସ୍କ ରେ ଯାଉଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କଠୁ ମଧ୍ୟ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିଲା । ମୋଟ ୧୭ ଲୋକଙ୍କଠୁ ୮୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି । ଯଦି ଉପ ଜିଲ୍ଲାପାଳ କଣ୍ଟାବାଞ୍ଜି ସହରର ବିଭିନ୍ନ ସଂଘ ,ବେପାରୀ ସଂଘ କିମ୍ବା ସମାଜ ସେବୀ ସଂଘ ଗୁଡିକ ସଭାପତି ମାନଙ୍କୁ ଡାକି ଏହି ମାହାମାରୀ ବିଷୟରେ ଆଲୋଚନା କରି ସେମାନଙ୍କୁ ସହରରେ ସଚେତନତା ସୃଷ୍ଟି କରିବାର ଦାୟିତ୍ୱ ଦେଇଥିଲେ ଅଧିକ ଭଲ ହୋଇଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । କାରଣ ଏହି ଅଂଚଳଟି ପଛୁଆ ଅଂଚଳ ହୋଇଥିବାରୁ ଓ ସୂଚନା ତଥା ସଚେତନତାର ଅଭାବ ଯୋଗୁଁ କୋଭିଡ୍ ନିୟମ ପ୍ରତି ଲୋକେ ସତର୍କ ନ ରହି ଅଯଥାରେ ଗହଳି ସୃଷ୍ଟି କରୁଥିବା ଅଭିଯୋଗ ହୁଏ । କଣ୍ଟାବାଞ୍ଜି ପ୍ରଶାସନ ଆଜି ପର୍ଯ୍ୟନ୍ତ କୋଭିଡ୍ – ୧୯ ପରିସ୍ଥିତି ନେଇ କୋୖଣସି ସାମ୍ବାଦିକ ସମ୍ମିଳନୀ କରି ନଥିବା ମଧ୍ୟ ଅଭିଯୋଗ ହୁଏ । (ରିପୋର୍ଟ : ଏସ୍‌କେ ସମିମ୍‌)


,,, । ,, ,

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଉପ ଜିଲ୍ଲାପାଳଙ୍କ କୋଭିଡ୍ ନିୟମ ଭଙ୍ଗକାରୀଙ୍କୁ ଜରିମାନା ଓ କ୍ଲିନିକ୍ ସିଲ୍