ଚଳିତ ରବି ଋତୁ ପାଇଁ ଆସନ୍ତା ୭ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ମୁଗ, ବିିରି, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯିବ ବୋଲି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମାର୍କଫେଡ୍ ପକ୍ଷରୁ ପ୍ରାଥମିକ କୃଷି ସମବାତ ସମିତି/ଲ୍ୟାମ୍ପ/ନିୟମିତ ବଜାର କମିଟି ଜରିଆରେ ଏହା ସଂଗ୍ରହ କରାଯିବ । ୧୬ ନିର୍ଦ୍ଧାରିତ ଜିଲ୍ଲାର ପଞ୍ଜିକୃତ ଚାଷୀଙ୍କଠାରୁ ଏହା ସଂଗ୍ରହ କରାଯିବ । ଯେଉଁ ଜିଲ୍ଲାଗୁଡ଼ିକରୁ ସଂଗ୍ରହ କରାଯିବ ସେ ଜିଲ୍ଲାଗୁଡ଼ିକ ହେଲା-ନୂଆପଡ଼ା, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି,ବରଗଡ଼, ଯାଜପୁର, ଖୋର୍ଦ୍ଦା ଓ କେନ୍ଦୁଝର ।
ରବି ଋତୁ ପାଇଁ ଆସନ୍ତା ୭ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ମଞ୍ଜି ସଂଗ୍ରହ କରାଯିବ
