(୩୧/୮) ଜେଇଇ(ମେନ୍) ଓ ନିଟ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ବର୍ତ୍ତମାନ ୭ ତାରିଖଯାଏଁ ସାରା ରାଜ୍ୟରେ ଲକଡାଉନ୍ ଓ ସଟଡାଉନ ହେବ ନାହିଁ ବୋଲି ସରକାର ଘୋଷଣା କରିଥିଲେ ବି ସମ୍ବଲପୁର ସହରରେ ୧୪୪ ଧାରା ଜାରି କରାଯାଇଛି । ସମ୍ବଲପୁରର ମହାନଦୀ ନୂଆ ବ୍ରିଜ, ନେଲସନ୍ ମଣ୍ଡେଲା ଛକ, ରିଂ ରୋଡ଼୍ ଓ ଦୁର୍ଗାପାଲି ଛକ ଅଂଚଳରେ ୧୪୪ ଧାରା ଜାରି କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି । ଏହି ଅଂଚଳମାନଙ୍କରେ ଜନଗହଳି ନ କରିବାକୁ ସର୍ବସାଧାରଣଙ୍କୁ ଅନୁରୋଧ କରାଯାଇଛି ଓ ଆଇନ ଉଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସ୍ଥାନୀୟ ଲୋକଙ୍କୁ ଚେତାଇ ଦିଆଯାଇଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଓ ବନ୍ୟା ପରିସ୍ଥିତ ଯୋଗୁଁ ଜନସାଧାରଣ ଯେପରି ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ଏହା ଜାରି କରିଥିବା ସମ୍ବଲପୁର ଉପ-ଜିଲ୍ଲାପାଳ ତଥା ଆଇଏଏସ୍ ସୂର୍ଯ୍ୟବଂଶୀ ମୟୂର ବିକାଶ ତାଙ୍କ ଆଦେଶରେ ଦର୍ଶାଇଛନ୍ତି । ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଉପ-ଜିଲ୍ଲାପାଳ ଏହି ଆଦେଶରେ ଦର୍ଶାଇଛନ୍ତି ।
କରୋନା ଓ ବନ୍ୟା ପରିସ୍ଥିତି ଯୋଗୁଁ ସମ୍ବଲପୁର ସହରରେ ୧୪୪ ଧାରା ଜାରି ହେଲା
