କଣ୍ଟାବାଞ୍ଜି ବ୍ଲଡବ୍ୟାଙ୍କ କେଳେଙ୍କାରୀ ଘଟଣା ସମ୍ପର୍କରେ ନରେଶ ମିଶ୍ରଙ୍କ ପ୍ରତିକ୍ରିୟା !

(୦୫/୧୦) ‘ନବୋଦୟ’ ପକ୍ଷରୁ ଗତକାଲି କଣ୍ଟାବାଞ୍ଜି ବ୍ଲଡବ୍ୟାଙ୍କ କେଳେଙ୍କାରୀ ସମ୍ବନ୍ଧରେ ଏକ ଖବର ପ୍ରକାଶ ପାଇଥିଲା । ଏଥିରେ ପ୍ରମୁଖ ଅଭିଯୁକ୍ତ ଭାବେ ଦର୍ଶା ଯାଉଥିବା ନରେଶ ଚନ୍ଦ୍ର ମିଶ୍ର ଆମର ଟ୍ୱିଟର ପେଜରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେଥିରେ ସେ ପ୍ରକାଶ କରିଛନ୍ତି ଯେ, ସେ କଣ୍ଟାବାଞ୍ଜିରେ କାର୍ଯ୍ୟରତ ଥିବାବେଳେ ତାଙ୍କ ଅଫିସ୍ ଆଲମିରା ଭାଙ୍ଗି ଜଣେ କର୍ମଚାରୀ ଅନେକ କାଗତପତ୍ର ଚୋରି କରିଥିବା ସମ୍ପର୍କରେ ସେ ଗତ ଅଗଷ୍ଟ ମାସରେ ଥାନାରେ ଏତଲା ଦେଇଛନ୍ତି । ଏହି ତଦନ୍ତକୁ ବିରୋଧ କରାଯାଇ ତାଙ୍କ ବିରୋଧରେ ଏଭଳି ଖବର ପ୍ରକାଶ କରାଯାଉଛି ବୋଲି ସେ ଏଥିରେ ଦର୍ଶାଇଛନ୍ତି । ତେବେ ତାଙ୍କ ପ୍ରତିକ୍ରିୟା ସମ୍ପର୍କରେ ଅଭିଯୋଗକାରୀ ଯୁବକ ରୋହନ କୁମାର ମହତ କହିଛନ୍ତି ଯେ, ଶ୍ରୀ ମିଶ୍ରଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣନ୍ତି ନାହିଁ କି ଶ୍ରୀ ମିଶ୍ରଙ୍କ ସହିତ ତାଙ୍କର ବ୍ୟକ୍ତିଗତ ଶତୃତା ମଧ୍ୟ ନାହିଁ । ତେବେ ସତ୍ୟ ପଦାକୁ ଆସୁ ଓ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି । ଆଉ ତାଙ୍କର କୌଣସି ସମ୍ପର୍କୀୟ ବ୍ଲଡବ୍ୟାଙ୍କରେ କାର୍ଯ୍ୟ କରୁ ନାହାନ୍ତି, ଯାହାଙ୍କ ସପକ୍ଷରେ ସେ ଛିଡ଼ା ହେବେ । ତେବେ ଲଗାତାର ଏହି ଘଟଣା ସମ୍ପର୍କରେ ଖବର ପ୍ରକାଶ ପାଉଥିଲେ ବି ଜିଲ୍ଲା ପ୍ରଶାସନ କେମିତି ଘଟଣାର ତଦନ୍ତ କରିବାକୁ ପଛଘୁଂଚା ଦେଉଛନ୍ତି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କଣ୍ଟାବାଞ୍ଜି ବ୍ଲଡବ୍ୟାଙ୍କ କେଳେଙ୍କାରୀ ଘଟଣା ସମ୍ପର୍କରେ ନରେଶ ମିଶ୍ରଙ୍କ ପ୍ରତିକ୍ରିୟା !