(୨୪/୧୧) ସରକାର ବଡ଼ ବଡ଼ ବ୍ୟବସାୟୀଙ୍କୁ ଘରୋଇ ବ୍ୟାଙ୍କ ଖୋଲିବାକୁ ଅନୁମତି ଦେବା ନେଇ ସୁପାରିଶ କରିବା ପରେ ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଓ ପୂର୍ବ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ କହିଛନ୍ତି ଯେ, ଏହାଦ୍ୱାରା ଦେଶରେ ଖରାପ ପ୍ରଭାବ ପଡ଼ିବ । ସରକାର ଏହିପରି କରିବା ଦ୍ୱାରା କମ୍ପାନୀଗୁଡ଼ିକ କେତେକ ଖାସ୍ ବ୍ୟବସାୟୀ ଗୋଷ୍ଠୀଦ୍ୱାରା ଆର୍ଥୀକ ଓ ରାଜନୈତିକ ଭାବେ ଶକ୍ତିଶାଳୀ ହୋଇଯିବେ । ୟସବ୍ୟାଙ୍କ ଦ୍ୱାରା ହୋଇଥିବା ଆର୍ଥୀକ ବିଫଳତାରୁ ସରକାର କିଛି ଶିକ୍ଷା ପାଉଥିବାବେଳେ ଏହିପରି ପ୍ରସ୍ତାବ ଦେଶର ଆର୍ଥୀକ ବ୍ୟବସ୍ଥା ପ୍ରତି କୁଠାରାଘାତ ସାବ୍ୟସ୍ତ ହେବ । ସେଥିପାଇଁ ଏହିପରି ପ୍ରସ୍ତାବକୁ ଶୀତଳ ଭଣ୍ଡାରରେ ରଖିବା ଆବଶ୍ୟକ ବୋଲି ଉଭୟେ କହିଛନ୍ତି । କେବଳ ଆଇନ ତିଆରି କରି ଯଦି କୌଣସି ବିଷୟର କାର୍ଯ୍ୟକାରିତା ଦୃଢ଼ ହେଇ ଯାଉଥାନ୍ତା, ତେବେ ଏନ୍ପିଏ ଭଳି ସମସ୍ୟା ଦେଶରେ ଉପୁଜି ନଥାନ୍ତା । ଭାରତରେ ଏପରି ଅନେକେ ପ୍ରମୋଟର ଅଛନ୍ତି, ଯେଉଁମାନେ ଲାଇସେନ୍ସ ନେବା ସମୟରେ ପରୀକ୍ଷାରେ ଉପଯୁକ୍ତ ଭାବେ ପାସ୍ ହୋଇ ଯାଇଥାନ୍ତି ହେଲେ ପରେ ସେମାନଙ୍କ ମନୋଭାବରେ ପରିବର୍ତ୍ତନ ଆସି ଯାଇଥାଏ ବୋଲି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରାଜନ୍ ପ୍ରତିକ୍ରିୟା ରଖିଛନ୍ତି ।
ବ୍ୟବସାୟୀଙ୍କୁ ବ୍ୟାଙ୍କ ଖୋଲିବା ଅନୁମତି ଦେବା ନେଇ ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ପ୍ରତିକ୍ରୟା !
