(୦୯/୧୦) ଗତକାଲି ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାସୱାନ ୭୪ ବର୍ଷ ବୟସରେ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହା ପରେ ଉଭୟ ଶାସକ ଓ ବିରୋଧୀ ଦଳ ପକ୍ଷରୁ ଶୋକ ସନ୍ତପ୍ତ ପରିବାର ଓ ବନ୍ଧୁମାନଙ୍କ ନିମନ୍ତେ ସମବେଦନା ଜ୍ଞାପନ କରିଛନ୍ତିି । ସ୍ୱର୍ଗତ ପାସୱାନଙ୍କ ପାର୍ଥିବ ଶରୀରକୁ ଜନପଥରେ ଥିବା ତାଙ୍କ ସରକାରୀ ବାସଭବନକୁ ଦିନ ୧୦ ଟାରେ ନିଆଯିବ ଓ ୨ ଟାରେ ବିମାନ ଯୋଗେ ବିହାରର ରାଜଧାନୀ ପାଟଣାକୁ ନିଆଯିବ । ସେଠାରେ ଥିବା ଲୋକ ଜନଶକ୍ତି ପାର୍ଟିର ମୁଖ୍ୟାଳୟରେ ଜନସାଧାରଣଙ୍କ ଶେଷ ଦର୍ଶନ ନିମନ୍ତେ ରଖାଯିବ । ସ୍ୱର୍ଗତ ପାସୱାନଙ୍କ ମୃତ୍ୟୁ ଯୋଗୁଁ କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଡକା ଯାଇଛି । ବୈଠକରେ ସ୍ୱର୍ଗତ ପାସୱାନଙ୍କ ମୃତ୍ୟୁ ଯୋଗୁଁ ସମବେଦନା ଜ୍ଞାପନ କରାଯିବ ବୋଲି ଜଣାପଡ଼ିଛି । ଶୁକ୍ରବାର ଦିଲ୍ଲୀ ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ରାଜଧାନୀରେ ଜାତୀୟ ପତାକା ଅଦ୍ଧ ନମିତ ରହିବ ବୋଲି ଗୃହ ବିଭାଗ ପକ୍ଷରୁ ଘୋଷଣା ହୋଇଛି ଓ ଶ୍ରୀ ପାସୱାନଙ୍କ ଅନ୍ତିମ ସଂସ୍କାର ଶନିବାର ଦିନ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ।
ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ରାମ ବିଳାଶ ପାସୱାନ୍ଙ୍କ ପାର୍ଥିବ ଶରୀରକୁ ପାଟଣା ନିଆଯିବ ।
