(୨୯/୮) ନବରଙ୍ଗପୁର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜେଇଇ ଓ ନିଟ୍ ପରୀକ୍ଷା ବାତିଲ ଦାବି ନେଇ ଆଜି ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଭାରତ ବର୍ଷରେ କରନା ମହାମାରି ହେତୁ ଲକ୍ଷ୍ୟଲକ୍ଷ୍ୟ ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କ ଜୀବନ ପ୍ରତି ବର୍ତ୍ତମାନ ବିପଦ ରହିଛି। କୈଣସି ପରୀକ୍ଷା କେନ୍ଦ୍ରକୁ ଗଲେ ମଧ୍ୟ ଗମନା ଗମନ କିମ୍ବା ରହିବା ବ୍ୟବସ୍ତା ବହୁ ସମସ୍ୟା ଦେଖାଦେବ। ଵର୍ତମାନ କରୋନା କଟକଣା ଥିବାରୁ ଟ୍ରେନ,ବସ ଓ ଗମନାଗମନର ଅସୁବିଧା ର ସମୁଖୀନ ହେବାକୁ ପଡୁଛି। ଓଡିଶାରେ ସାତଟି ସହର ମଧ୍ୟରେ ଯେଉଁ ପରୀକ୍ଷା କେନ୍ଦ୍ର ହେବ, ଛାତ୍ର ଛାତ୍ରୀ ଓ ତାଙ୍କ ଅଭିଭାବକ ମଧ୍ୟବିତ୍ତ ପରିବାର କରଣା ର ମହାମାରି ସମୟରେ ଯେଉଁଠି ନିଜେ ଚଳିବାକଷ୍ଟ କର ସେମିତି ପରିସ୍ଥିତିରେ ହଜାର ହଜାର ଟଙ୍କା କୋଉଠୁ ଆଣିବେ ! ଏପଟେ ସଟଡାଉନର କଟକଣା ଏହି ସବୁ ଆଖି ଆଗରେ ରଖି ଭାରତ ବର୍ଷ ର ମୁଖ୍ୟମନ୍ତ୍ରୀ ମାନେ ପ୍ରଧାନ ମନ୍ତ୍ରୀ ଙ୍କୁ ଚିଠି ଲେଖୁଛନ୍ତି ଅନ୍ୟପଟେ ପ୍ରଧାନମନ୍ତ୍ରୀ ନୀରବ ଅଵଲମ୍ବନ କରିଛନ୍ତି ଏଣୁ ଏହି ସବୁକୁ ଦୃଷ୍ଟିରେ ରଖି ଜେଇଇ ଓ ଏନଇଇଟି ପରୀକ୍ଷା ବାତିଲ ଦାବିନେଇ ନବରଙ୍ଗପୁର ଜିଲ୍ଲାଛାତ୍ର କଂଗ୍ରେସ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଦାବିପତ୍ର ପ୍ରଦାନ ସମୟରେ ମନସା ତ୍ରିପାଠୀ ଅଖିଳ ଭାରତ କଂଗ୍ରେସ କମିଟି ମେମ୍ବର, ପୂର୍ବତ୍ତନ ଛାତ୍ର କଂଗ୍ରେସ ସଭାପତି ବିଦ୍ୟାସାଗର ସୁମିତ ପୂଜାରି ଯୁବ କଂଗ୍ରେସ ମିଡ଼ିଆ ସେଲ, ଛାତ୍ର ନେତା ପ୍ରଫୁଲ ପଣ୍ଡା, ଶ୍ରୀ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ। (ରିପୋର୍ଟ-ବାବୁଲି ଗଣ୍ଡ,ନବରଙ୍ଗପୁର)
ଜେଇଇ ଓ ନିଟ୍ ପରୀକ୍ଷା ବାତିଲ ଦାବି ନେଇ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଦାବିପତ୍ର ପ୍ରଦାନ।
