ଲାଞ୍ଚ ନେଇ ଅନୁସୂଚିତ ଜାତିର ଜମିକୁ ସବର୍ଣ୍ଣଙ୍କ ନାମରେ ପଟ୍ଟା କରାଇ ଦେଉଥିବା ଅଭିଯୋଗରେ ଧାରଣା।

(୧୦/୧୦/୨୦୨୦) କଟକ ଜିଲ୍ଲାର ନରସିଂହପୁର ତହସିଲରେ ଲାଞ୍ଚ ନେଇ ଅନୁସୂଚିତ ଜାତିର ଜମିକୁ ମନ ଇଚ୍ଛା ସବର୍ଣ୍ଣଙ୍କ ନାମରେ ପଟ୍ଟା କରାଇ ଦେଉଥିବା ଅଭିଯୋଗ କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଭୀମ ଆର୍ମିର ଓଡିଶା ମହିଳା ମୋର୍ଚ୍ଚାର ଚନ୍ଦ୍ରକାନ୍ତି ବୌଦ୍ଧଙ୍କ ନେତୃତ୍ୱରେ ଏହି ଧାରଣା ଦିଆ ଯାଇଛି । ମହାମାରୀ କରୋନାର ଭୟାଭୟତାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ଧାରଣା ଦିଆଯାଇଛି। ସୂଚନା ଅନୁଯାୟୀ, ପୁର୍ବୁରୁ ଚନ୍ଦ୍ରକାନ୍ତି ବୌଦ୍ଧଙ୍କ ତରଫରୁ ଏ ବାବଦରେ ଅନେକ ଥର ନରସିଂହପୁର ତହସିଲଦାର ଙ୍କୁ ଅବଗତ କରାଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏହି ଧାରଣା ଆରମ୍ଭ ଦିଆ ଯାଇଛି। ତହସିଲଦାରଙ୍କ ଅନୁପସ୍ଥିତି ରେ ମୁଖ୍ୟ ଲିପିକ ଓ ସୁପ୍ରଭାଇଜର ଧାରଣା ସ୍ଥଳ ରେ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଦାବି ପୂରଣ ନହେବା ଯାଏ ଏହି ଧାରଣା ଜାରି ରହିବ ବୋଲି କହିଛନ୍ତି ଭୀମ ଆର୍ମିର ଓଡିଶା ମହିଳା ମୋର୍ଚ୍ଚା ଅଧ୍ୟଷା ଚନ୍ଦ୍ରକାନ୍ତି ବୋୖଦ୍ଧ।ଏହି ଧାରଣା କୁ ବଡମ୍ବା ନରସିଂହପୁର କିନ୍ନର ମହାସଂଘ ଓ ନରସିଂହପୁର ଯୁବ ପରିଷଦ ସମର୍ଥନ ଜଣାଇ ଧାରଣା ସ୍ଥଳରେ ପହଞ୍ଚିଛନ୍ତି। ଏ ସମ୍ପର୍କରେ ଖବର ପାଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଅଭିଯୋଗ ଶୁଣିବା ସହିତ ଆସନ୍ତା ସାତଦିନ ଭିତରେ ଏହାର ଆଶୁ ସମାଧାନ କରାଯିବା ନିମନ୍ତେ ସ୍ଥାନୀୟ ତହସିଲଦାର ଙ୍କୁ ନିର୍ଦ୍ଧେଶ ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା |

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଲାଞ୍ଚ ନେଇ ଅନୁସୂଚିତ ଜାତିର ଜମିକୁ ସବର୍ଣ୍ଣଙ୍କ ନାମରେ ପଟ୍ଟା କରାଇ ଦେଉଥିବା ଅଭିଯୋଗରେ ଧାରଣା।