ପ୍ରଧାନମନ୍ତ୍ରୀଙ୍କ ସଙ୍କେତ: ଝିଅମାନଙ୍କ ବିବାହ ବୟସ ସୀମାରେ ପରିବର୍ତ୍ତନ ହେବ !


(୧୬/୧୦) ଏବେ ପୁଅ ଓ ଝିଅର ବିବାହ ବୟସ ଯଥାକ୍ରମେ ୨୧ ଓ ୧୮ ଥିବାବେଳେ ଅଧିକାଂଶ ସ୍ଥଳରେ ଏହି ବୟସରେ ଲୋକେ ବାହା ହେଉ ନଥିବା ଦେଖିବାକୁ ମିଳୁଛି । ଆଜିକାର ଯୁଗରେ ଝିଅଟିଏ ପାଠ ପଢ଼ା ସାରିବା ବେଳକୁ ଅନ୍ତତଃପକ୍ଷେ ୨୦ ବର୍ଷ ହେଇ ଯାଉଛି । ଏ ସମ୍ପର୍କରେ ଦେଶର ବିଭିନ୍ନ ଅଂଚଳରୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଝିଅମାନେ ବିବାହ ବୟସରେ ପରିବର୍ତ୍ତନ କରିବାକୁ ଗଠିତ ହୋଇଥିବା କମିଟି ଏଯାଏଁ କାହିଁକି କିଛି ନିଷ୍ପତ୍ତି ନେଇ ନାହିଁ ବୋଲି ଲେଖିଥିବା ପ୍ରଧାନମନ୍ତ୍ରୀ ଆଜି ଏକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଝିଅମାନଙ୍କ ଉପଯୁକ୍ତ ବିବାହ ବୟସ ନେଇ ବିଚାର ଆଲୋଚନା ଚାଲିଛି । ଝିଅମାନଙ୍କ ଉପଯୁକ୍ତ ବିବାହ ବୟସ ବିଚାର କରିବାକୁ ଗଠିତ ହୋଇଥିବା କମିଟି ରିପୋର୍ଟ ଦେବା ପରେ ସରକାର ତୁରନ୍ତ ଏ ଉପରେ କାର୍ଯ୍ୟ କରିବେ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ଯଦି ଏହା ହୁଏ, ତେବେ ଅଳ୍ପ ପଢ଼ାପଢ଼ି ପରେ ଯେଉଁ ସ୍ଥଳରେ ଝିଅପୁଅକୁ ବାହା କରାଇ ଦିଆଯାଉଛି, ସେପରି କ୍ଷେତ୍ରରେ ଲୋକଙ୍କୁ ହଇରାଣ ହେବାକୁ ପଡ଼ିବ । ପ୍ରଧାନମନ୍ତ୍ରୀଙ୍କ ଏ ମନ୍ତବ୍ୟ ପରେ ସମାଜସେବୀ ତଥା ବିଶିଷ୍ଟ ଗଣମାଧ୍ୟମ ପ୍ରତିନିଧି ସାକେତ ଗୋଖ୍‌ଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପତ୍ର, ଇମେଲ୍ ବା ବିଭିନ୍ନ ମାଧ୍ୟମରେ ଝିଅମାନେ ପଠାଇ ଥିବା କେତେଟେ ପତ୍ର ହସ୍ତଗତ ହୋଇଛି ଓ ସେ ଭିତରୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ କେତେଟା ପତ୍ର ପଠା ଯାଇଛି ବୋଲି ସେ ସୂଚନା ଅଧିକାର ଆଇନ ବଳରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ତଥ୍ୟ ମାଗିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ପ୍ରଧାନମନ୍ତ୍ରୀଙ୍କ ସଙ୍କେତ: ଝିଅମାନଙ୍କ ବିବାହ ବୟସ ସୀମାରେ ପରିବର୍ତ୍ତନ ହେବ !