ନିର୍ବାଚନ କମିସନଙ୍କ ଅଡ଼ୁଆ ବଢ଼ିବ : ପୋଷ୍ଟାଲ ଭୋଟ ପୁନର୍ବାର ଗଣନା କରିବାକୁ ତେଜସ୍ୱୀ ଯାଦବଙ୍କ ଦାବୀ !


(୧୨/୧୧) ବିହାର ନିର୍ବାଚନକୁ ନେଇ ନିର୍ବାଚନ କମିଶନଙ୍କ ପରିସ୍ଥିତି ଆଗକୁ ଅଡ଼ୁଆ ହେବା ପରି ଦେଖା ଯାଉଛି । ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଅଭିଯୋଗ କରିଛନ୍ତି ଯେ ତାଙ୍କ ମେଣ୍ଟର ୨୦ ଜଣ ପ୍ରାର୍ଥୀଙ୍କୁ କଳକୌଶଳେ ମାତ୍ର ଦୁଇ ଅଙ୍ଗ ଭୋଟ ବ୍ୟବଧାନରେ ହରାଇ ଦିଆଯାଇଛି । ଏପରିକି ପୋଷ୍ଟାଲ ଭୋଟ ଭିତରୁ ପ୍ରାୟ ପ୍ରତି ନିର୍ବାଚନ ମଣ୍ଡଳୀର ୭୦୦ ଲେଖାଏଁ ଭୋଟ୍‌କୁ ନାକଚ କରି ଦିଆଯାଇଛି । ତେବେ ପୋଷ୍ଟାଲ ଭୋଟ୍ ସାଧାରଣତଃ ଶିକ୍ଷିତ ଲୋକ ଓ ସରକାରୀ କର୍ମଚାରୀମାନେ ଦେଉ ଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାର ରାଜ୍ୟର ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କ ଉପରେ ଚାପ ପ୍ରୟୋଗ କରି ସେସବୁକୁ ନାକଚ କରାଇ ମହାଗଠବନ୍ଧନର ପ୍ରାର୍ଥୀଙ୍କୁ କୌଶଳ କ୍ରମେ ହରାଇ ଦିଆଯାଇଛି । ୧୨୭୨୦ ଭୋଟ ବ୍ୟବଧାନ ଅର୍ଥାତ କେବଳ ୦.୧ ପ୍ରତିଶତ ବ୍ୟବଧାନରେ ଏନଡିଏର ୧୫ ଜଣ ପ୍ରାର୍ଥୀଙ୍କ ଜିତିବା ଆଶ୍ଚର୍ଯ୍ୟଜନକ କଥା ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ଏପରିକି ଭୋଟ ଗଣତି ପରେ ମିଳୁଥିବା ସାର୍ଟିଫିକେଟକୁ ମଧ୍ୟ ଅନେକ ସ୍ଥାନରେ ଟଣାଓଟରା କରି ନେଇ ଯାଇଥିବା ସେ ଅଭିଯୋଗ କରିଛନ୍ତି । ସେଥିପାଇଁ ପୋଷ୍ଟାଲ ଭୋଟର ପୁନର୍ବାର ଗଣନା କରିବାକୁ ସମସ୍ତ ପ୍ରାର୍ଥୀ ନିର୍ବାଚନ କମିଶନଙ୍କୁ ଦାବି କରିବେ । କେବଳ ସେତିକି ନୁହେଁ, ପୋଷ୍ଟାଲ ଭୋଟ ଗଣନା ସମୟର ପୁରା ଭିଡିଓ ରେକଡ଼ିଂ ସମେତ କେଉଁ କାରଣ ପାଇଁ କେତେ ସଂଖ୍ୟକ ପୋଷ୍ଟାଲ ଭୋଟ ନାକଚ ହୋଇଛି, ତାହା ମଧ୍ୟ ତାଙ୍କ ମେଣ୍ଟର ପ୍ରାର୍ଥୀମାନେ ମାଗିବେ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଏହି ପରିସ୍ଥିତି ନିର୍ବାଚନ କମିସନକୁ ଆଗାମୀ ଦିନରେ ଅଡ଼ୁଆରେ ପକାଇବ ବୋଲି ଜଳଜଳ ଦେଖାଗଲାଣି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ନିର୍ବାଚନ କମିସନଙ୍କ ଅଡ଼ୁଆ ବଢ଼ିବ : ପୋଷ୍ଟାଲ ଭୋଟ ପୁନର୍ବାର ଗଣନା କରିବାକୁ ତେଜସ୍ୱୀ ଯାଦବଙ୍କ ଦାବୀ !