ପାଦ (କବିତା)


ସୁରେଶ୍ବରୀ ବାଘ
ଛେଲିଆପଡା, ଖଡିଆଳ
ନୂଆପଡା, ପିନ୍.୭୬୬୧୦୭

ମୋ ପାଦ ଯେ
ଏତେ ଶକ୍ତ ଭୁଲି ଯାଇ ଥିଲି
କେବେ ଚାଲି ନ ଥିଲି ।
କେବଳ,ପାଦରେ
ମାଟି ଚକଟି
ଇଟା ଗଢୁଥିଲି।
ମାଟି ତାଡି
ପାଦ ପକାଇ ହଳ କରୁଥିଲି
ନିଆଁ ର ଧାସରେ
ପାଉଁଶ ହେବା ହିଁ
ଜାଣି ଥିଲି ।
ଆଉ,
ବିରାଟ ମହଲରେ
ପାଦ ପକାଇ
ତୁମ ପାଇଁ ଗଢୁଥିଲି
ଭଲ କଲହୋ ସାଆନ୍ତେ
ସବୁଥର,ତୁମ ପାଇଁ ଚାଲୁଥିଲି
ଏବେ ମୋ ପାଇଁ
ଚାଲିଲି।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ପାଦ (କବିତା)