। । ଦେଶାନ୍ତର । ।

  • ଜସ୍ମିନ୍ ଗିରି
    ଭୁବନେଶ୍ୱର
    Email: girijasmine97@gmail.com

ଦେଶାନ୍ତର ଆଜି ମୁଁ
ପେଟର ଚିନ୍ତାରେ
ଦେଶର ରାଜଧାନୀରେ ।
ରିକ୍ସା ଟାଣେ ମୁଁ, ରାସ୍ତା ସଫା କରେ ମୁଁ,
ଅଳିଆବାଲା ମୁଁ ଏଠି ପରା ।
ମୋ ପେଟର ଭୋକ ବଢ଼ି ବଢ଼ି ଯାଏ
ଅଣ୍ଟନି ମୋ ପଖାଳ କଂସା ।
ପିଲାମାନେ ମୋ ଭୋକ ଉପାସରେ
ପଡ଼ିଥାନ୍ତି ରାସ୍ତା କଡ଼େ ।
କି କରୋନା ଭୟ ମାଡ଼ି ଆସିଲା ଯେ
ପୁଣି କରିଦେଲା ମୋତେ ବେକାରି
ରାତି ଅଧାରେ ପୁଣି ଘୋଷଣା ହେଲା
ସବୁକିଛି ବନ୍ଦ ଏଠି ।
ମୋ ପେଟ ଭୋକକୁ
କେମିତି କରିବି ବନ୍ଦ
କୁହ ଟିକେ ସରକାର ।
ଡର ନାହିଁ ମୋର ଆଜି କରୋନାକୁ ବାବୁ
ଭୋକର ଡର ମୋତେ ଡରାଏ ଯେ ଥରକୁ ଥର ।
ମନେହୁଏ ମୋର କରୋନାର ମୃତ୍ୟୁଠୁ
ଭୋକର ମୃତ୍ୟୁ କି ଭୟଙ୍କର ।
ମନେପଡ଼େ ମୋର ଭିଟାମାଟି ଆଜି
କିନ୍ତୁ ଯିବାକୁ ନାହିଁ ଯେ ବାଟ
କେତେ ବାଟ ଆଉ ଚାଲି ଚାଲି ଯିବି
ଦେଖିବି ମୋ ଗାଁ ବାଟ ।
କି ଭୋକର ମୃତ୍ୟୁ ମୋତେ ଡରେଇ
ଦେବ କି ଅନ୍ଧାରିଆ ମୋ ଗାଁ ବାଟେ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing । । ଦେଶାନ୍ତର । ।