–ସଶ୍ମିତା ବଡ଼ଜେନା
କୁନ୍ଦୁଲି ଅଖ୍ୟାତ ପଲ୍ଲୀ
ଭୂଗୋଳ ମାନଚିତ୍ରରେ ସବୁଜ ବଣ ଘେରା
ପାହାଡ଼ ବନାନୀ
ସବୁଦିନ ପରି ସେଦିନ ବି ଝରଣା ଆତଯାତ
ଯେମିତି ବୈଶାଖ, ବର୍ଷା ଓ ବସନ୍ତ,
କିଛି ତ ଜାଣି ନ ଥିଲା ସେ
କଣ ପାଇଁ ହେଲା ସେ କ୍ଷତାକ୍ତ
ମାଂସ ଲୋଭିଙ୍କ ଆଖିର ଆଢ଼ୁଆଳରେ
ସମୀକ୍ଷାରେ ସେ କେଇ ମିନିଟ୍
ସବୁ ଓଲଟି ଲେଖି ଗଲା
କୁନ୍ଦୁଲିର ତାଜା ମାଂସରେ
ତା ରକ୍ତାକ୍ତ ଇତିହାସ,
ଆଃ-ହା ଆଃ-ହା ର କେଇପଦ୍
କେତେ ରାଜନୀତି ଭିତରେ
ମାଂସଲୋଭୀ କୁକୁରଟା ଖୋଲାରେ ବୁଲୁଛି ଏବେ
ରଚିବାକୁ ଆଉ କେଉଁଠି ଏକ
ନୂଆ କୁନ୍ଦୁଲିର ତାଜା ଇତିହାସ,
ଦୋଷୀଟା ନିର୍ଦ୍ଦୋଷରେ
ଖିଲି ଖିଲି ହସୁଚି
ମାଆର ବୁକୁ ଫଟା କ୍ରନ୍ଦନକୁ
ବାପାର ଛାତି ଫାଟି ଯାଉଛି
କୁନ୍ଦୁଲି ବି କାନ୍ଦୁଛି
ଝରଣାଟି ପରୀ ହୋଇ
ଆକାଶରେ
ମୁକ୍ତି ମାର୍ଗ ଖୋଜୁଛି
କୁନ୍ଦୁଲିର ତାଜା ରକ୍ତ ଆଜି ବି ମାନସ ପଟରେ
ମହ ମହ ବାସୁଚି ।