-ଡକ୍ଟର ଦ୍ୱାରିକାନାଥ ମହାରଣା
ସଂପାଦକ-ଭାବଧାରା ସାହିତ୍ୟ ସଂସଦ
ଖଲ୍ଲିକୋଟ, ଗଞ୍ଜାମ 
ମାଆର ସେନେହ ମାଆର ମମତା
ସଂସାର ସୁଖଠୁ ଭିନ୍ନ
ପୁଅ ଝିଅଙ୍କର ଅଳି ଅରଦଳି
ବୁଝିପାରେ ମାଆ ମନ । ।
ପୃଥିବୀଠୁ ଉଚ୍ଚେ ତାହାରି ଆସନ
ଯାହାଲାଗି ଆମ ସ୍ଥିତି
ଆପଣା ପେଟରୁ ୂଊଣା କରି ଦିଏ
ଛୁଆ ମୁଖେ ଦାନା ନିତି । ।
ଦେହ ସହେ ନାହିଁ ସନ୍ତାନ ସନ୍ତତି
ଭୋଗିଲେ କଷଣ ବାଧା
ନିଜ ଉପରକୁ ଲୋଡ଼ିନିଏ ସତେ
ହେଉ ପଛେ ଅସୁବିଧା । ।
ସାକ୍ଷାତ ଈଶ୍ୱରୀ ଆଶା ଅସୁମାରୀ
ତା ପାଇଁ ସୃଷ୍ଟି ଧନ୍ୟ
ମାଆ ନାମ ତୁଣ୍ଡେ ଧରିଲା ମାତରେ
ନୟନ ମଣଇ ପୁଣ୍ୟ । ।
ଅପଲକ ନେତ୍ରେ ଚାହିଁ ରହିଥାଏ
ଆହା ମୋର ଗଳାମାଳି
ଦୁଃଖ ଦୁର୍ଦ୍ଦଶାରେ ଭାବି ରାତିଦିନ
ଅନ୍ତରରୁ ଲୁହ ଢାଳି । ।
କ୍ଷତି ନ ଚିନ୍ତଇ ଜୀବନରେ କେବେ
ପରାଣଠୁ ପାଏ ଭଲ
ସବୁ ସିନା ମିଳେ ମାଆ କଥା ଭାଳେ
କେହି ନୁହେଁ ସମତୁଲ । ।