(୧୭/୮) ‘ଏହି ଦୃଶ୍ୟ ଆପଣଙ୍କ ନିମନ୍ତେ ଓ ଅପଣଙ୍କ ସହଭାଗୀଙ୍କ ସ୍ୱାସ୍ଥ୍ୟ ନିମନ୍ତେ କ୍ଷତିକାରକ’ ବୋଲି ଭାରତୀୟ ଟେଲିଭିଜନ୍ ନ୍ୟୁଜ ଚ୍ୟାନେଲରେ ଏକ ଚେତାବନୀ ଦିଆଯିବା କଥା ବୋଲି ଆରବରୁ ପ୍ରକାଶ ପାଉଥିବା ‘ଗଲ୍ଫ ନ୍ୟୁଜ୍’ ପ୍ରକାଶ କରିଛି । ଏହି ଚ୍ୟାନେଲ ମାନଙ୍କରେ ସାଧାରଣତଃ ଧର୍ମାନ୍ଧତା, ସଂଖ୍ୟାଗରିଷ୍ଠତା ଆଧାରରେ ଓ ଲୋକଙ୍କ ଭାବନାତ୍ମକ ବିଷୟ ଉପରେ ଚିତ୍କାର କରି କାର୍ଯ୍ୟକ୍ରମର ଏଙ୍କର ନିଜ ପ୍ୟାନେଲ ସହ ମିଥ୍ୟା ବିତର୍କ କରିବା ସହ ନରେନ୍ଦ୍ର ମୋଦୀଙ୍କ ଗୁଣଗାନ କରିଥାନ୍ତି ବୋଲି ଏଥିରେ ୍ପ୍ରକାଶ ପାଇଛି । ଯଦି ପ୍ରକୃତରେ ଏହି ଘୃଣ୍ୟ ବ୍ୟବସାୟିକ ତଥ୍ୟ ଯଥେଷ୍ଟ ନ ଥିଲା, ତେବେ କଂଗ୍ରେସ ପାର୍ଟିର ଜଣେ ମୁଖପାତ୍ର ରାଜୀବ ତ୍ୟାଗୀଙ୍କୁ ବିଜେପି ପାର୍ଟିର ଜଣେ ମୁଖପାତ୍ର ସନ୍ଦୀପ ପାତ୍ର ଦେଶଦ୍ରୋହୀ ବା ଧୋକେବାଜ୍ ବୋଲି ଗତ ସପ୍ତାହରେ ଏକ ଟିଭି ସୋରେ କହିବାର କ୍ଷଣିକ ପରେ ହୃଦଯନ୍ତ୍ରଣା ଫଳରେ କେମିତି ଜୀବନ ଗଲା ବୋଲି କହିଛି । ସ୍ୱର୍ଗତ ତ୍ୟାଗୀଙ୍କ ପତ୍ନୀଙ୍କ କହିବାନୁସାରେ, ଏହିଲୋକମାନେ ମତେ ମାରି ପକାଇଲେ ବୋଲି ତାଙ୍କ ସ୍ୱାମୀଙ୍କ ଶେଷ କଥା ଥିଲା ବୋଲି ସେ କହିଛନ୍ତି । ଏହିପରି ’ନ୍ୟୁଜ ଚ୍ୟାନେଲ୍’ ଗୁଡ଼ିକ ନିଜେ ସମ୍ବାଦ ପରିବେଷଣ କରୁଥିବା ଚିତ୍କାର କରନ୍ତି ଓ ଅଳିଆ ଆବର୍ଜନା ଯେତେ ପରିବେଷଣ କରିଥାନ୍ତି । କିଛି ଦିନ ପୂର୍ବରୁ ଈଶ୍ୱର ଦଣ୍ଡ ଦେବାକୁୁ ଆସୁଛନ୍ତି ବୋଲି ଦାବୀ କରୁଥିବା ଏକ ହିନ୍ଦୀ ନ୍ୟୁଜ ଚ୍ୟାନେଲ୍ ଓ ସନ୍ଦେହଜନକ ଅର୍ଥ କାରବାର ପାଇଁ ଜେଲ ୍ଯାଇଥିବା ଆଉ ଜଣେ ନ୍ୟୁଜ ଚ୍ୟାନେଲ ସମ୍ପାଦକ ତଥା ସିଇଓଙ୍କୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ମାନାର୍ଥେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆୟୋଜିତ ଭୋଜିକୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା ବୋଲି ଏଥିରେ ଅଭିଯୋଗ କରାଯାଇଛି । ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ଏପରି ନ୍ୟୁଜ ଚ୍ୟାନେଲଗୁଡ଼ିକ ହାସ୍ୟାସ୍ପଦ ବିତର୍କ ପ୍ରସ୍ତୁତ କରି ‘ଦେଶଦ୍ରୋହୀ’ ଙ୍କୁ ନିରୂପଣ କରିଥାନ୍ତି । ଜଣେ ପ୍ରକୃତ ସାମ୍ବାଦିକ ଏପରି ଘୃଣା କାମ କରିପାରେନା । ଘଣ୍ଟାଘଣ୍ଟା ଧରି ସେଥିରେ ଜଣେ ଫିଲ୍ମ ଅଭିନେତାଙ୍କ ମୃତ୍ୟୁ ଉପରେ ଚର୍ଚ୍ଚା କରିବା ସହ ମସଜିଦ୍ ବନାମ ମନ୍ଦିର ଉପରେ ବିତର୍କ କରି ବିରୋଧି ମାନଙ୍କ ଉପରେ ଆକ୍ରମଣ କରିଥାନ୍ତି । ସରକାରଙ୍କୁୁ ଏହି ବିତର୍କମାନଙ୍କରେ କିଛି ବି ପ୍ରଶ୍ନ କରାଯାଏନି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିତୀୟ ପାଳିରେ ତାଙ୍କ ଅଫିସ୍ ଯାହା କହିଥାଏ, କେବଳ ସେଇ ନ୍ୟୁଜ୍ ହିଁ ଚାଲିଥାଏ । ଏପରିକି କେତେକ ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ସମ୍ପାଦକ ତାଙ୍କ ଅଫିସକୁ ନ୍ୟୁଜ୍ର ତାଲିକା ପଠାଇଥାନ୍ତି ଓ ଯାହା ତାଙ୍କ ଅଫିସ୍ ପ୍ରସାରଣ କରିବାକୁ ସମ୍ମତି ଦେଇଥାଏ, କେବଳ ତାହା ପ୍ରସାରଣ କରାଯାଇଥାଏ ବୋଲି ଏଥିରେ ଭାରତୀୟ ଗଣମାଧ୍ୟମକୁ ସମାଲୋଚନା କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ଯାହା କହିଥାଏ, କେବଳ ସେ ନ୍ୟୁଜ୍ ହିଁ ଟିଭିରେ ଚାଲିଥାଏ ବୋଲି ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା
