ଏବେ ଗାଡ଼ିମଟର ଚଳାଚଳକୁ ମିଳିଲା ଅନୁମତି

ତିନି ଦିନ ଭିତରେ ବାହାର ରାଜ୍ୟକୁ କାର୍ଯ୍ୟରେ ଯାଇ ଘରକୁ ଫେରିଲେ ସଙ୍ଗରୋଧର ଆବଶ୍ୟକତା ନାହିଁ ।


ରାଜ୍ୟ ସରକାର କାଲିଠାରୁ ରାଜ୍ୟରେ ଗାଡ଼ିମଟର ଚଳାଚଳ ପାଇଁ ଅନୁମତି ଦେଇଛନ୍ତି । କେତେକ ନିର୍ଦ୍ଧିଷ୍ଟ ନିୟମ ମାନି ଗାଡ଼ିମଟର ଚଳାଇବାକୁ ରାଜ୍ୟ ସରକାର ନିର୍ଦ୍ଧେଶ ଜାରି କରିଛନ୍ତି । ଯଦି କାହାର କରୋନା ରୋଗର ଲକ୍ଷଣ ଥାଏ, ତେବେ ସେ ଯାତ୍ରା କରି ପାରିବେ ନାହିଁ । ବସଗାଡ଼ିର ସିଟରୁ ଅଧିକ ଯାତ୍ରୀଙ୍କୁ ବସରେ ନିଆ ଯାଇ ପାରିବ ନାହିଁ । ଚାରି ଚକିଆ ଯାନ ବା ଅଟୋରେ ଡ୍ରାଇଭରକୁ ଛାଡ଼ି କେବଳ ଦୁଇଜଣ ଯାଇ ପାରିବେ । କେହି ବି ଯଦି କୌଣସି କାର୍ଯ୍ୟରେ ବାହାର ରାଜ୍ୟକୁ ଯାଇ ୩ ଦିନ ଭିତରେ ଫେରନ୍ତି, ତେବେ ସେ ଘରକୁ ଫେରିଲା ପରେ ସଙ୍ଗରୋଧରେ ରହିବାକୁ ପଡ଼ିବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି । ଆହୁରି ମଧ୍ୟ ସଙ୍ଗରୋଧର ଅବଧିରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି । ବାହାର ରାଜ୍ୟରୁ ଓଡ଼ିଶାକୁ ଏବେ ଫେରିଲେ ସହରାଂଚଳର ଲୋକଙ୍କ ପାଇଁ ୧୪ ଦିନର ସଙ୍ଗରୋଧରେ ରହିବା ଓ ଗ୍ରାମାଂଚଳ ପାଇଁ ୨୧ ଦିନର ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ବୋଲି ସେ ଘୋଷଣା କରିଛନ୍ତି । ଏହା ସହ ଯାତ୍ରା ସମୟରେ ମୁହଁରେ ମାସ୍କ ଲଗାଇବା ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ସାନିଟାଇଜର ସାଙ୍ଗରେ ନେଇ ଯାତ୍ରା କଲେ. ତାହା ଅଧିକ ଗ୍ରହଣୀୟ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଏବେ ଗାଡ଼ିମଟର ଚଳାଚଳକୁ ମିଳିଲା ଅନୁମତି