ନବରଙ୍ଗପୁରରେ କରୋନା ଯୋଦ୍ଧାଙ୍କୁ ସମ୍ମାନ


ରାଜ୍ୟର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ତରଫରୁ ଆୟୋଜିତ ସମାବେଶରେ ବ୍ଲକର ସମସ୍ତ କର୍ମଚାରୀ ଯୋଗ ଦେଇଥିବା ଜଣାପଡ଼ିଛି । ଥାନା ଏସ୍‌ଆଇ ଅଭିମନ୍ୟୁ ଦୁର୍ଗା ପ୍ୟାରେଡ୍ ଧୂନ ଦେବା ପରେ ଠିକ ସନ୍ଧ୍ୟା ୫ ଟା ୩୦ ମିନିଟରେ ସାମୁହିକ ଭାବେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରାଯାଇଥିଲା । ପରେ ପରେ ଗେ।।ଷ୍ଠୀ ଚିକିତ୍ସାଳୟ ଦ୍ୱାରା କିପରି ହାତ ଧୋଇବା, ମୁହଁରେ ମାସ୍କ ପିନ୍ଧିବା, ଆଖି-ନାକ-କାନକୁ ବାରମ୍ବାର ନ ଛୁଇଁବା ଭଳି କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ବିଡିଓ ସୁଶ୍ରୀ କାର୍ତ୍ତିକ ସାମାଜି ଦୂରତା ରକ୍ଷା ସହ କରୋନା ନୀତି ନିୟମ ମାନି ଚଳିଲେ ରୋଗ ଆମକୁ ଭୟ କରିବ ବୋଲି ବୁଝାଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଦେବକୀ ନାୟକ ଓ ବ୍ଲକ ଉପାଧ୍ୟକ୍ଷ ତନୟ ସାଗର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ଥାନାଧିକାରୀ ପରମାନନ୍ଦ ସୁନାନୀ, ବିଇଓ ଟି ମିନତୀ ଓ ସିଡିପିଓ ବିନୋଦିନୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ରାଜସ୍ୱ ବିଭାଗ, ଶିଶୁ ଉନ୍ନୟନ ବିଭାଗ, ଓକିଲ ସଂଘ, ସାମ୍ବାଦିକ ସଂଘ ସହ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇଥିଲେ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ନବରଙ୍ଗପୁରରେ କରୋନା ଯୋଦ୍ଧାଙ୍କୁ ସମ୍ମାନ