ରାଜ୍ୟରେ ପୁଣି କରୋନା କଲା ନୂଆ ରେକର୍ଡ଼ : ଦିନକରେ ୧୬୯୯ ଆକ୍ରାନ୍ତ ଚିହ୍ନଟ


(୦୬/୮) ଆଜି ପୂର୍ବର ସମସ୍ତ ରେକାଡ଼କୁୁ ଭାଙ୍ଗି କରୋନା ରାଜ୍ୟରେ ଏକ ନୂଆ ରେକର୍ଡ଼ କରିଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ୧୬୯୯ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୭୧୭ ହୋଇଥିବାବେଳେ ଏବେ ମଧ୍ୟ ୧୪୭୦୦ ଜଣ ଚିକିତ୍ସାଧିନ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂଆ ଆକ୍ରାନ୍ତଙ୍କ ଭିତରେ ଗଞ୍ଜାମର ୨୬୮, ଖୋର୍ଦ୍ଧାର ୨୨୦, ସୁନ୍ଦରଗଡ଼ର ୧୭୮, କଟକର ୧୦୫, ସମ୍ବଲପୁରର ୧୦୧ ଜଣ ଥିବାବେଳେ ଅନୁଗୁଳ ଓ ବାଲେଶ୍ୱରର ୧୭ ଜଣ ଲେଖାଏଁ, ବରଗଡ଼ର ୮୧, ଭଦ୍ରକର ୬୬, ବଲାଙ୍ଗୀରର ୨୧, ବୌଦ୍ଧର ୮. ଢେଙ୍କାନାଳର ୨୭, ଗଜପତିର ୫୯, ଜଗତସିଂହପୁରର ୧୬, ଯାଜପୁର ଓ କୋରାପୁଟ୍‌ର ୪୧ ଜଣ ଲେଖାଏଁ, ଝାରସୁଗୁଡ଼ାର ୧୦, କଳାହାଣ୍ଡିର ୩୦, କନ୍ଧମାଳର ୭୪, କେନ୍ଦ୍ରାପଡ଼ାର ୨୭, କେନ୍ଦୁଝରର ୫୬, ମାଲକାନଗିରିର ୭୨ ଓ ମୟୂରଭଞ୍ଜର ୨୪ ଜଣ ଅଛନ୍ତି । ତେବେ ଚିକିତ୍ସା ସମୟରେ ଆଜି ଆହୁରି ୧୦ ଜଣ ରୋଗୀ ମୃତ୍ୟୁ ବରଣ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ମୃତକମାନଙ୍କ ଭିତରେ କନ୍ଧମାଳ, କେନ୍ଦୁଝର, ଗଞ୍ଜାମ ଓ ଭଦ୍ରକର ଆକ୍ରାନ୍ତ ସାମିଲ ଥିବା ଏଥିରେ ସୂଚନା ଦିଆଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ ପୁଣି କରୋନା କଲା ନୂଆ ରେକର୍ଡ଼ : ଦିନକରେ ୧୬୯୯ ଆକ୍ରାନ୍ତ ଚିହ୍ନଟ