ଦେଶରେ ଦେଢ଼ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ


ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩, ଦେଶରେ ଦେଢ଼ ଲକ୍ଷରୁ ଅଧିକ ଓ ବିଶ୍ୱରେ ପ୍ରାୟ ୬୦ ଲକ୍ଷ ଆକ୍ରାନ୍ତ ଚିହ୍ନଟ!

ରାଜ୍ୟରେ ଆଜି ଆହୁରି ୬୩ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରା୍‌ଯାଇଛି । ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ଭିତରେ ଖୋର୍ଦ୍ଧାର ୧୨ ଜଣ, ଜଗତସିଂହପୁରର ୧୧ ଜଣ, ଢେଙ୍କାନାଳର ୯ ଜଣ, ନୟାଗଡ଼ର ୭ ଜଣ, ବଲାଙ୍ଗୀରର ୬ ଜଣ, ଗଞ୍ଜାମର ୪ ଜଣ, କଟକ ଓ ବାଲେଶ୍ୱରର ୩ ଜଣ ଲେଖାଏ, ସୁନ୍ଦରଗଡ଼ର ୨ ଜଣ, ପୁରୀ-ଝାରସୁଗୁଡ଼ା-ସମ୍ବଲପୁର-ମୟୁରଭଞ୍ଜ-ନଗରଙ୍ଗପୁୁର ଓ କୋରାପୁଟର ଜଣେ ଲେଖାଏଁ ଏଥିରେ ଅନ୍ତର୍ଭକ୍ତ ଅଛନ୍ତି । ରାଜ୍ୟର ମୋଟ ଆକ୍ରାନ୍ତଙ୍କ ଭିତରୁ ୮୮୭ ଜଣ ଭଲ ହୋଇ ସାରିଥିବାବେଳେ ୮୨୭ ଜଣ ଏବେ ବି ଚିକିତ୍ସାଧିନ ଅଛନ୍ତି । ତେବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାର ୮୯୯ ରେ ପହଂଚିଥିବାବେଳେ ୯୦ ହଜାର ୨୧୫ ଜଣ ଏବେ ବି ଚିକିତ୍ସାଧିନ ଅଛନ୍ତି ଓ ୪୭୧୩ ଜଣ ପ୍ରାଣ ହରାଇଲେଣି । ତେବେ ଆମେରିକାରେ ୧୭ ଲକ୍ଷ ୬୮ ହଜାର ୪୬୧ ଜଣ ଆକ୍ରାନ୍ତଙ୍କ ଭିତରୁ ୧୧ ଲକ୍ଷ ୬୬ ହଜାର ୪୦୪ ଏବେ ବି ଚିକିତ୍ସାଧିନ ଅଛନ୍ତି ଓ ୧ ଲକ୍ଷ ୩୩୩୦ ଜଣ ମୃତ୍ୟୁବରଣ କଲେଣି । ହେଲେ ବିଶ୍ୱରେ ୫୯ ଲକ୍ଷ ୨୨ ହଜାର ୭୮୧ ଜଣ ଆକ୍ରାନ୍ତଙ୍କ ଭିତରୁ ୩ ଲକ୍ଷ ୬୨ ହଜାର ୩୯୧ ଜଣ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ତେବେ ସବୁଠାରୁ ଦୁଃଖର କଥା ଯେ, ଯେଉଁ ସମୟରେ ଦେଶରେ ଏତେ ସଂଖ୍ୟାରେ ଆକ୍ରାନ୍ତ ନ ଥିଲେ ସେହି ସମୟରେ ଲକ୍ ଡାଉନ ଭିତରେ ଲୋକଙ୍କୁ ରଖି ଯେତେବେଳେ ତାହା ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି, ସେତେବେଳେ କେନ୍ଦ୍ର ବା ରାଜ୍ୟ ସରକାର ଲକଡାଉନ୍ କୁ ଗୁରୁତ୍ୱ ନ ଦେଇ ଗାଡ଼ିମଟର ଚଳାଚଳ ପାଇଁ ମଧ୍ୟ ଅନୁମତି ଦେଇଦେଉଛନ୍ତି । ତେବେ ଏଥିରେ ସରକାର କଣ ଚାହୁଁଛନ୍ତି, ତାହା ଜନତା ଜାଣିବାକୁ ଚାହାନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଦେଶରେ ଦେଢ଼ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ  ଚିହ୍ନଟ