ଆଜି ରାଜ୍ୟରେ ୪୧୮୯ କରୋନା ଆକ୍ରାନ୍ତ ଚିହ୍ନଟ, ତିନି ଦିନ ଭିତରେ ୧୨,୭୬୧ ନୂଆ ମାମଲା ଚିହ୍ନଟ ।


(୨୨/୯) ଆଜି ରାଜ୍ୟରେ ୪୧୮୯ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ସଙ୍ଗରୋଧରେ ଥିବା ଲୋକଙ୍କ ଭିତରୁ ୨୪୫୩ ଜଣ ହୋଇଥିବାବେଳେ ସ୍ଥାନୀୟ ଲୋକଙ୍କ ଭିତରୁ ୧୭୩୬ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଆଜିର ସର୍ବାଧିକ ଆକ୍ରାନ୍ତଙ୍କ ଭିତରେ ଖୋର୍ଦ୍ଧାର ୭୧୨, କଟକର ୫୮୬, ପୁରୀର ୨୬୫, ସୁନ୍ଦରଗଡ଼ର ୨୦୧, ଯାଜପୁର ୧୮୭, ମୟୁରଭଞ୍ଜର ୧୭୪, ବାଲେଶ୍ୱରର ୧୫୦, ବରଗଡ଼ର ୧୨୮, କେନ୍ଦ୍ରାପଡ଼ାର ୧୨୬, ବଲାଙ୍ଗୀରର ୧୧୪, ସମ୍ବଲପୁରର ୧୧୩, ଅନୁଗୁଳର ୧୦୭, କଳାହାଣ୍ଡିର ୧୦୫, ଜଗତସିଂହପୁରର ୧୦୪ ଜଣ ହୋଇଥିବାବେଳେ ଭଦ୍ରକର ୩୪, ବୌଦ୍ଧର ୭୭, ଦେବଗଡ଼ର ୧୨, ଢେଙ୍କାନାଳର ୫୪, ଗଜପତିର ୨, ଗଞ୍ଜାମର ୩୫, ଝାରସୁଗୁଡ଼ାର ୮୪, କନ୍ଧମାଳର ୭୪, କେନ୍ଦୁଝରର ୩୩, କୋରାପୁଟର ୬୩, ମାଲକାନଗିରିର ୭୨, ନବରଙ୍ଗପୁରର ୭୫, ନୟାଗଡ଼ର ୮୨, ନୂଆପଡ଼ାର ୫୮, ରାୟଗଡ଼ାର ୨୯ ଓ ସୋନପୁରର ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ୨୪୩ ଜଣ ଆକ୍ରାନ୍ତଙ୍କ ସମ୍ପର୍କରେ ଏଥିରେ ସବିଶେଷ ତଥ୍ୟ ଦିଆଯାଇ ନାହିଁ । ତେବେ ଆଜିର ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୮,୩୧୧ ହୋଇଛି ଓ ଏ ଭିତରୁ ୩୮,୧୫୮ ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଥିବା ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ରାଜ୍ୟରେ ୪୧୮୯ କରୋନା ଆକ୍ରାନ୍ତ ଚିହ୍ନଟ, ତିନି ଦିନ ଭିତରେ ୧୨,୭୬୧ ନୂଆ ମାମଲା ଚିହ୍ନଟ ।