ହାଇକୋର୍ଟ ମନା କଲେ, ଏଥର ବୈଜୟନ୍ତ ପଣ୍ଡା ଓ ଜାଗୀ ପଣ୍ଡା କୌଣସି ମୁହୂର୍ତ୍ତରେ ବି ହୋଇ ପାରନ୍ତି ଗିରଫ !


(୨୧/୧୧) ଏକ ବଡ଼ ଘଟଣାକ୍ରମରେ ଖୋର୍ଦ୍ଧା ଜିଲ୍ଲାର ସାରୁଅ ଜମି କେଳେଙ୍କାରୀ ମାମଲାରେ ରାଜ୍ୟ ହାଇକୋର୍ଟ ଗତକାଲି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ତଥା ଓଟିଭିର ଏମଡି ଜାଗୀ ମଙ୍ଗତ ପଣ୍ଡାଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରି ଦେଇଛନ୍ତି । ଏହା ସହ ହାଇକୋର୍ଟ ଉଭୟ ସ୍ୱାମୀସ୍ତ୍ରୀଙ୍କ ବିରୁଦ୍ଧରେ କ୍ରାଇମବ୍ରାଂଚ କରିଥିବା ମାମଲାକୁ ରଦ୍ଦ କରିବା ସମ୍ପର୍କୀୟ ଆବେଦନର ବିଚାର କରି ତାହାକୁ ମଧ୍ୟ ଖାରଜ କରି ଦେଇଛନ୍ତି । ଜମି କେଳେଙ୍କାରୀ ଅଭିଯୋଗ ଉଠିଥିବା ଓଡ଼ିଶା ଇନଫ୍ରାଟେକ୍ ୍‌ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରମୁଖ ସେଆର ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ନାମରେ ଥିବା ସୂଚନା ମିଳିଛି । ସେଥିପାଇଁ ଏବେ କ୍ରାଇମ୍ ରାଜ୍ୟ କ୍ରାଇମ୍ ବ୍ରାଂଚ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ କୌଣସି ମୁହୂର୍ତ୍ତରେ ବି ଗିରଫ କରିପାରେ ବୋଲି ଆଶଙ୍କା ଦେଖା ଦେଇଛି । ସୂଚନାଯୋଗ୍ୟ ଯେ, ସାରୁଅ ଜମି ଦୁର୍ନୀତି ମାମଲାରେ ସ୍ଥାନୀୟ ଅନୁସୂଚୀତ ଜାତିର ଲୋକଙ୍କ ନାମରେ ଥିବା ୭ ଏକର ପରିମାଣର ଜମିକୁ ହାତେଇବାକୁ ନିଜ ଟିଭି ଚ୍ୟାନେଲ ସହ କାର୍ଯ୍ୟ କରୁଥିବା ଜଣେ ଅନୁସୂଚୀତ ଜାତିର ଲୋକଙ୍କ ନାମରେ ଉକ୍ତ ଜମି କିଣି କମ୍ପାନୀ ତାହା ହାତେଇ ଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୂର୍ବରୁ ଅଭିଯୁକ୍ତ ଥିବା ମନୋରଞ୍ଜନ ଷଡ଼ଙ୍ଗୀ କୋର୍ଟଙ୍କୁ କହିଥିଲେ ଯେ, ସେ ବର୍ତ୍ତମାନ ଓଡ଼ିଶା ଇନଫ୍ରାଟେକ ସହ ନାହାନ୍ତି ଓ କମ୍ପାନୀର ସିଇଓ ପଦବୀର ଇସ୍ତଫା ଦେଇ ସାରିଛନ୍ତି, ତେଣୁ ତାଙ୍କ ନାମରେ ଏହି ମାମଲା ନ ଚଲାଇବାକୁ କୋର୍ଟ ଆଦେଶ ଦେଇଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ହାଇକୋର୍ଟ ମନା କଲେ, ଏଥର ବୈଜୟନ୍ତ ପଣ୍ଡା ଓ ଜାଗୀ ପଣ୍ଡା କୌଣସି ମୁହୂର୍ତ୍ତରେ ବି ହୋଇ ପାରନ୍ତି ଗିରଫ !