(୨୯/୮) ଗତକାଲି ଜାରି କରାଯାଇଥିବା ଏକ ଆଦେଶରେ ସାମାନ୍ୟ ପରିବର୍ତ୍ତନ କରି ରାଜ୍ୟର କୌଣସି ଜାଗାରେ ବି ଅଗଷ୍ଟ ୩୦ ରୁ ସେପ୍ଟେମ୍ବର ୭ ଯାଏଁ ଲକଡାଉନ୍ ଓ ସଟ୍ ଡାଉନ୍ ହେବ ନାହିଁ ବୋଲି ସରକାର ନିର୍ଦ୍ଧେଶନାମା ଜାରି କରିଛନ୍ତି । ନିଟ ଓ ଜେଇଇ(ମେନ୍) ପରୀକ୍ଷା ଦେବାରେ ଛାତ୍ରଛାତ୍ରୀ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସରକାର ଅଗଷ୍ଟ ୩୦ ରୁ ସେପ୍ଟେମ୍ବର ୭ ଯାଏଁ ଓ ସେପ୍ଟେମ୍ବର ୧୨ ରୁ ୧୪ ତାରିଖ ଯାଏଁ ଲକଡାଉନ୍ ଓ ସଟ୍ ଡାଉନ୍ କେହି ଲାଗୁ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଯଦ୍ୟପି ଲକଡାଉନ୍ ବା ସଟ୍ ଡାଉନ୍ ରାଜ୍ୟରେ ବଳବତ୍ତର ନଥିବ ତଥାପି ମାସ୍କ ପିନ୍ଧିବା, ସାମାଜିକ ଦୂରତାରେ ରହିବା ଓ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଭଳି ନିୟମ ପାଳନ କରିବାକୁ ପଡ଼ିବ ବୋଲି ସରକାରଙ୍କ ତରଫରୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଏକ ଆଦେଶ ଜାରି କରିଛନ୍ତି ।
ଅଗଷ୍ଟ ୩୦ ରୁ ସେପ୍ଟେମ୍ବର ୭ ଓ ସେପ୍ଟେମ୍ବର ୧୨ ରୁ ୧୪ ତାରିଖଯାଏଁ ରାଜ୍ୟରୁ ଲକଡାଉନ୍ ଓ ସଟ୍ ଡାଉନ୍ ଉଠିଲା !
