Skip to content
(୦୭/୧୨) ଆଇଏନଏକ୍ସ ମିଡିଆ ମାମଲାରେ ପ୍ରମୁଖ ଅଭିଯୁକ୍ତ ଥିବା ପିଟର୍ ମୁଖାର୍ଜୀ ପ୍ରକାଶ କରିଛନ୍ତି ଯେ, ମୁକେଶ ଅମ୍ବାନୀଙ୍କ ପରିବାର ଓ ବନ୍ଧୁମାନେ ଏହି ବହୁ ଚର୍ଚ୍ଚିତ ଘୋଟାଲାରେ ସଂପୃକ୍ତ ଅଛନ୍ତି । ଶ୍ରୀ ମୁଖାର୍ଜୀ ଏବଂ ତାଙ୍କ ସ୍ତ୍ରୀ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ବୟାନକୁ ଆଧାର କରି କଂଗ୍ରେସ ନେତା ପି ଚିଦାମ୍ବରମ୍ ଓ ତାଙ୍କ ପୁଅ କାର୍ତ୍ତିଙ୍କକୁ ଜେଲ ଯିବାକୁ ପଡ଼ିଥିଲା । ଶ୍ରୀ ମୁଖାର୍ଜୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କହିଥିଲେ ଯେ, ଅମ୍ବାନୀ ସିଧାସଳଖ ଭାବେ ପି ଚିଦାମ୍ବରମ୍ଙ୍କ ଯୋଗାଯୋଗରେ ଥିଲେ । ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତିକଙ୍କ ମାଧ୍ୟମରେ ହିଁ ଅମ୍ବାନୀଙ୍କ ଫାର୍ମକୁ ଲାଂଚ ଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ । ପିଟର ମୁଖାର୍ଜୀ ୭ ମାର୍ଚ୍ଚ ୨୦୧୮ ରେ ତଦନ୍ତ ସଂସ୍ଥାର ସହକାରୀ ନିର୍ଦ୍ଦେଶକ ବିବେକ ମାହେଶ୍ୱରୀଙ୍କୁ ଲିଖିତ ଆକାରରେ ଦେଇଥିବା ପ୍ରମାଣଟି କୋର୍ଟ ଦ୍ୱାରା ଗ୍ରହଣଯୋଗ୍ୟ । ସେହିପରି ତାଙ୍କ ସ୍ତ୍ରୀ ଇନ୍ଦ୍ରାଣୀ ମଧ୍ୟ ୫ ଅକ୍ଟୋବର ୨୦୧୯ ରେ ନିଜର ଲିଖିତ ବୟାନରେ ମୁକେଶ ଅମ୍ବାନୀ ଏହି ମାମଲାରେ ଜଡ଼ିତ ଥିବା କୋର୍ଟକୁ ଜଣାଇଥିଲେ । ତେବେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନଙ୍କୁ ଅନେକ ସମୟରେ ପ୍ରଶ୍ନ କରାଯାଇଥିଲେ ବି ସେମାନେ ଏ ବିଷୟରେ କିଛି କହି ପାରିବେ ନାହିଁ ବୋଲି ଉତ୍ତର ଦେଇଥିଲେ । ତେବେ ମୁକେଶ ଅମ୍ବାନୀଙ୍କ ନାମରେ ଯେ ଏହା ପ୍ରଥମ ଅଭିଯୋଗ ଥିଲା, ତାହା ନୁହେଁ । ଆଇଏନଏକ୍ସ ମିଡିଆ ଘୋଟାଲା ମାମଲା ପୂର୍ବରୁ ବହୁ ଚର୍ଚ୍ଚିତ ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲାରେ ପ୍ରମୁଖ ଅଭିଯୁକ୍ତ ଥିବା ଖ୍ରୀଷ୍ଟିୟାନ ମିସେଲ ମଧ୍ୟ ମୁକେଶ ଅମ୍ବାନୀଙ୍କ ନାମରେ ଅଭିଯୋଗ କରିଛନ୍ତି, କିନ୍ତୁ ସରକାର ସେସବୁ ଅଭିଯୋଗକୁ ଅଣଦେଖା କରି ଚାଲିଛନ୍ତି ବୋଲି ଅଭିଯୋଗ ହେଉଥିବା ‘ଦ ୱେୟାର’ ପ୍ରକାଶ କରିଛି
Advertisement