ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ଓ ଚିକିତ୍ସା ନେଇ ଲୋକଙ୍କ ପ୍ରଶ୍ନବାଚୀ
ଆଜି ରାଜ୍ୟରେ ଆହୁରି ୯୬ ଟି କରୋନା ମାମଲା ଚିହ୍ନଟ ହୋଇଛ. ଏହା ସହ ରାଜ୍ୟରେ କରୋନା ମାମଲା ସଂଖ୍ୟା ୧୮୧୯ କୁ ବୃ୍ଦ୍ଧି ପାଇଛି । ଏହି ୯୬ ଜଣଙ୍କ ଭିତରେ ଗଞ୍ଜାମ-ଯାଜପୁର-ଜଗତସିଂହପୁର ଓ କଟକର ୬ ଜଣ ଲେଖାଏଁ, ବାଲେଶ୍ୱର-ନୁଆପଡ଼ା ଓ ଦେବଗଡ଼ର ୪ ଜଣ ଲେଖାଏଁ, ଖୋର୍ଦ୍ଧାର ୯ ଜଣ, ଭଦ୍ରକ-ବଲାଙ୍ଗୀର ଓ ସୁନ୍ଦରଗଡ଼ର ୭ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ଗଜପତିର ୧୦ ଜଣ ଲେଖାଏଁ, , ଢେଙ୍କାନାଳର ୨ ଜଣ, କଳାହାଣ୍ଡିର ୫ ଜଣ ଓ ପୁରୀ-କେନ୍ଦ୍ୁଝର ଓ ନୟାଗଡ଼ର ଜଣେ ଲେଖାଏଁ ଅଛନ୍ତି । ଏହି ଭିତରୁ ୮୩୩ ଜଣ କେବଳ ଚିକିତ୍ସାଧିନ ଥିବାବେଳେ ୯୭୭ ଜଣ ଭଲ ହୋଇ ସାରିଥିବାବେଳେ ୯ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ, ଦେଶର ଅନ୍ୟ ରାଜ୍ୟ ତୁଳନାରେ କରୋନା ଆକ୍ରାନ୍ତ ଓଡ଼ିଶାରେ ଅତି ଅଳ୍ପ ମୃତ୍ୟୁ ବରଣ କରୁଛନ୍ତି ଓ ଅଧିକ ଲୋକ ଭଲ ମଧ୍ୟ ହେଉଛନ୍ତି । ହରିଆଣାରେ ୧୭୨୧ ଜଣ ଆକ୍ରାନ୍ତଙ୍କ ଭିତରୁ ୧୯ ଜଣ ମୃତ୍ୟୁ ବରଣ କରିଥିବାବେଳେ ପଞ୍ଜାବରେ ୨୧୯୭ ଜଣ ଆକ୍ରାନ୍ତଙ୍କ ଭିତରୁ ୪୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେଥିପାଇଁ ରାଜ୍ୟର ଲୋକେ ଦୁଇଟି କଥା ଅନୁମାନ କରୁଛନ୍ତି । ହୁଏତ ରାଜ୍ୟରେ ଉଚ୍ଚ ମାନର ଚିକିତ୍ସା ସୁବିଧା କରୋନା ଆକ୍ରାନ୍ତଙ୍କୁ ଦିଆ ଯାଉଛି ନତୁବା କରୋନା ଆକ୍ରାନ୍ତ ଚିହ୍ନଟ କରିବାରେ କିଛି ତୃଟି ରହିଯାଉଛି ବୋଲି ଲୋକେ ଅନୁମାନ କରୁଛନ୍ତି ।