ନବରଙ୍ଗପୁର ଜିଲ୍ଲା ପ୍ରଶାସନ ବାଲି ମାଫିଆଙ୍କ କବଳରେ ! ଭୂସମ୍ପତ୍ତିର ସୁରକ୍ଷା ଦେବ ଭୂସେନା -ପ୍ରଦୀପ ମାଝୀ।

(୧୮/୧୧) କଂଗ୍ରେସ ଭବନଠାରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ସଭାପତି ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଜିଲ୍ଲାରେ ହେଉଥିବା ଭୁସମ୍ପତ୍ତି ଘୋଟାଲାକୁ ଲୋକ ଲୋଚନକୁ ଆଣିଛି କଂଗ୍ରେସ।ନବରଙ୍ଗପୁର ଜିଲ୍ଲାରେ ହେଉଥିବା ବାଲି ଚୋରି ଚାଲାଣକୁ ସିଧାସଳଖ ନିନ୍ଦା କରିଛି ଜିଲ୍ଲା କଂଗ୍ରେସ। ନବରଙ୍ଗପୁର ଜିଲ୍ଲାର ବାଲି ଜିଲ୍ଲା ତଥା ଜିଲ୍ଲା ବାହାରେ ମଧ୍ୟ ଚୋରି ଚାଲାଣ ହେଉଛି ଯାହା ଫଳରେ ନବରଙ୍ଗପୁରବାସୀ ତଥା ଆଦିବାସୀ ହରିଜନ ଗରିବ ଶ୍ରେଣୀର ଲୋକେ ଘର ଖଣ୍ଡେ କରିବା ପାଇଁ ଚଢ଼ା ଦାମରେ ବାଲି କିଣି ଠକାମୀର ଶିକାର ହେଉଛନ୍ତି।ନବରଙ୍ଗପୁର ଏକ ମାଳ ଅଞ୍ଚଳ ହେଇଥିବାରୁ ପ୍ରଶାସନ ନବରଙ୍ଗପୁରବାସୀଙ୍କୁ ଠକୁଛି କହି ଅଗାମୀ ଦିନରେ ପ୍ରତି ବ୍ଲକରେ ‘ଭୂସମ୍ପତ୍ତି ସୁରକ୍ଷା ସେନା’ ଗଠନ କରି ନବରଙ୍ଗପୁର ଜିଲ୍ଲାର ପ୍ରାକୃତିକ ସମ୍ପତ୍ତିର ସୁରକ୍ଷା ଦିଆଯିବ ବୋଲି ଶ୍ରୀଯୁକ୍ତ ମାଝୀ କହିଛନ୍ତି। ନବରଙ୍ଗପୁରରୁ ଆନ୍ତଃରାଜ୍ୟ ବାଲି ଚାଲାଣ ହେଲା ବେଳେ ୧୧ ଟି ଟ୍ରକକୁ ଜବତ କରି ନବରଙ୍ଗପୁର ଥାନାରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୁନା ତ୍ରିପାଠୀ ଏତଲା ଦେଇଥିବା ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲାର ଭୂସମ୍ପତ୍ତିକୁ ସୁରକ୍ଷା ପାଇଁ ବ୍ୟବସ୍ଥା କରା ନଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ମାଝୀଙ୍କ ସମେତ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ପୂର୍ବତନ ବିଧାୟକ ସଦନ ନାୟକ, ପୂର୍ବତନ ମୁନିସିପାଲିଟି ସଭ୍ୟ ସୁବାଷ ଚନ୍ଦ୍ର ସୁର, ଉତ୍ତମ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଦିଲୀପ ବେହେରା, ଜିଲ୍ଲା କୃଷକ ସଭାପତି ବୃନ୍ଦାବନ ତ୍ରିପାଠୀ, ସଞ୍ଜୟ ନାୟକ, ସୋସିଏଲ ମିଡିଆ ଦକ୍ଷିଣ ଓଡ଼ିଶାର ଯୁବ ପ୍ରଭାରୀ ସୁମିତ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। (ରିପୋର୍ଟ-ବାବୁଲି ଗଣ୍ଡ) , , , ହୋଇ ଥିବାରୁ, ,

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ନବରଙ୍ଗପୁର ଜିଲ୍ଲା ପ୍ରଶାସନ ବାଲି ମାଫିଆଙ୍କ କବଳରେ ! ଭୂସମ୍ପତ୍ତିର ସୁରକ୍ଷା ଦେବ ଭୂସେନା -ପ୍ରଦୀପ ମାଝୀ।