ରାଜ୍ୟରେ ଆହୁରି ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଚୀନର ବର୍ତ୍ତମାନ କରୋନା ପଜିଟିଭ ସଂଖ୍ୟାଠୁ ବି ଏହା ଅଧିକ !

ଆଜି ରାଜ୍ୟରେ ଆହୁରି ୮୬ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରକାଶ କରିଛି । ଏହି ୮୬ ଜଣଙ୍କ ଭିତରୁ ଯାଜପୁରର ୪୬ ଜଣ, କେଉଁଝର-ଖୋର୍ଦ୍ଧା-ଭଦ୍ରକ ଓ ପୁରୀର ୩ ଜଣ ଲେଖାଏଁ, ଗଞ୍ଜାମର ୪ ଜଣ ଓ ସୁନ୍ଦରଗଡ଼ର ଜଣେ ରହିଛନ୍ତି । ଏହା ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ୧ ଲକ୍ଷ ୧୮ ହଜାର ୫୦୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ଭିତରୁ ୩୫୮୫ ଜଣ ମୃତ୍ୟୁ ବରଣ କଲେଣି । ଆମେରିକାରେ ଏଯାଏଁ ୧୬ ଲକ୍ଷ ୨୧ ହଜାର ୧୯୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ଭିତରୁ ୯୬ ହଜାର ୩୫୯ ଜଣ ପ୍ରାଣ ହରାଇଲେଣି । ସେହିପରି ବିଶ୍ୱରେ ୫୧ ଲକ୍ଷ ୯୮ ହଜାର ୬୮୬ ଜଣ ଆକ୍ରାନ୍ତଙ୍କ ଭିତରୁ ୩ ଲକ୍ଷ ୩୪ ହଜାର ୬୯୪ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ, ଯେଉଁ ଚୀନ ଦେଶରୁ ଏହି କରୋନା ଭୂତାଣୁ ଚାରିଆଡ଼େ ବ୍ୟାପିଥିଲା, ସେଠାରେ ଏବେ କେବଳ ୮୨ ଜଣ ପଜିଟିଭ ଥିବାବେଳେ ଭାରତରେ ୬୬ ହଜାର ୩୬୩ ପଜିଟିଭ୍ ଥିବା ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ ଆହୁରି ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଚୀନର ବର୍ତ୍ତମାନ କରୋନା ପଜିଟିଭ ସଂଖ୍ୟାଠୁ ବି ଏହା ଅଧିକ !