ବେସରକାରୀ ଭାବେ ମିଳିଥିବା ତଥ୍ୟ ଅନୁସାରେ ବିଭିନ୍ନ ଗଣମାଧ୍ୟମ ତଥା ସୋସିଏଲ ମିଡିଆ ଗତକାଲିଯାଏଁ ରାଜ୍ୟରେ ୪୧୪ ଟି କରୋନା ମାମଲା ଥିବା ପ୍ରଚାର କରିଥିବାବେଳେ ରାଜ୍ୟ ସୂଚନା ଓ ଜନ ସମ୍ପର୍କ ବିଭାଗ ତରଫରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତକାଲିଯାଏଁ ରାଜ୍ୟରେ ୩୯୧ ଟି କରୋନା ମାମଲା ଥିଲା । କିନ୍ତୁ ଏବେ ଆହୁରି ୪୬ ଟି କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି । ଏହା ସହ ରାଜ୍ୟରେ କରୋନା ମାମଲା ସଂଖ୍ୟା ୪୩୭ କୁ ବୃଦ୍ଧି ପାଇଛି । ଏହି ୪୬ ଜଣଙ୍କ ଭିତରୁ ଗଞ୍ଜାମ ଜିଲ୍ଲାର ୨୧ ଜଣ, ବାଲେଶ୍ୱର ଜିଲ୍ଲାର ୧୫ ଜଣ, ଯାଜପୁର ଜିଲ୍ଲାର ୪ ଜଣ ସୁନ୍ଦରଗଡ଼ ଜିଲ୍ଲାର ୨ ଜଣ ହୋଇଥିବାବେଳେ ବୌଦ୍ଧ, କଟକ, ପୁରୀ ଓ ମୟୁରଭଞ୍ଜ ଜିଲ୍ଲାର ଜଣେ ଲେଖାଏଁ ରହିଛନ୍ତି ।
ରାଜ୍ୟରେ ଆହୁରି ୪୬ ଟି କରୋନା ଆକ୍ରାନ୍ତ ଚିହ୍ନଟ, କରୋନା ମାମଲା ସଂଖ୍ୟା ୪୩୭ କୁ ବୃଦ୍ଧି
