କଳାହାଣ୍ଡିର ନାବାଳିକାକୁ ହାଇଦ୍ରାବାଦରେ ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ।


(୧୮/୧୦) କଳାହାଣ୍ଡି କୋକସରା ବ୍ଲକର ଜଣେ ନାବାଳିକା ଜଣ୍ଡିସ୍ ଯୋଗୁଁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ କିମ୍ସ ହସପିଟାଲରେ ଚାରି ଦିନ ହେଲା ଭର୍ତ୍ତି କରାଯାଇଥିବା ତାଙ୍କର ବାପା ଏକ ଭିଡିଓରେ ପ୍ରକାଶ କରିଛନ୍ତି । ତେବେ ଏବେ ତାଙ୍କର ଲିଭର୍‌ରେ ସଂକ୍ରମଣ ହୋଇଯାଇଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ହାଇଦ୍ରାବାଦ ନେବାକୁ ଡାକ୍ତର ପରାମର୍ଶ ଦେଇଥିବା ସେ କହିଛନ୍ତି । ଝିଅମାନଙ୍କ ପାଇଁ ସରକାର ଅନେକ ପ୍ରକାର ସାହାଯ୍ୟ ସହଯୋଗ କରୁଛନ୍ତି, ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହିଁଲେ ତାଙ୍କର ଝିଅର ଜୀବନ ବଂଚିଯିବ । ଏଥିପାଇଁ ସେ ଜନସାଧାରଣ ଓ ସରକାରଙ୍କଠୁ ସହଯୋଗ ପାଇବାକୁ ଏକ ଭିଡିଓରେ ବ୍ୟାକୁଳ ହୋଇ ଅନୁରୋଧ କରିଛନ୍ତି । ସେ ଏଥିରେ ସଂଲଗ୍ନ କରିଥିବା ଚିକିତ୍ସା ସମ୍ଭନ୍ଧୀୟ ଡାକ୍ତରଙ୍କ ପରାମର୍ଶ ଚିଠାରେ ତାଙ୍କର ପ୍ରକୃତ ପରିଚୟ ସ୍ପଷ୍ଟ ଭାବେ ଜଣାପଡ଼ୁ ନାହିଁ । ତେବେ ଏ ନାବାଳିକାର ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ଅତାବିରା ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ତାଙ୍କ ଟ୍ୱିଟର ପେଜରେ ଭିଡିଓଟିକୁ ଅପଲୋଡ୍ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କଳାହାଣ୍ଡିର ନାବାଳିକାକୁ ହାଇଦ୍ରାବାଦରେ ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ।